Sunday, October 18, 2026
24 C
Odisha

    ପୁଣି ପାସେଞ୍ଜର ଟ୍ରେନ୍‌ ଲାଇନଚ୍ୟୁତ

    ଆଗକୁ ପଢନ୍ତୁ

    ଭବାନୀପାଟଣା: ବିଶାଖାପଟନମରୁ ଭବାନୀପାଟଣା ଆସୁଥିବା ଗୋଟିଏ ପାସେଞ୍ଜର ଟ୍ରେନ୍‌ ଲାଇନଚ୍ୟୁତ ହୋଇଛି। ଗାଡ଼ି ନମ୍ବର ୦୮୫୦୪ ବିଶାଖାପଟନମ ନିକଟ କତଵାଲାସା ନିକଟରେ ସନ୍ଧ୍ୟାରେ ଟ୍ରାକ୍‌ରୁ ବାହାରି ଯାଇଛି। ଟ୍ରେନ୍‌ଟି ଲାଇନ୍‌ଚ୍ୟୁତ ହେବା ଫଳରେ ଟ୍ରେନ୍‌ର ଲୋକୋପାଇଲଟ୍‌ ସାମାନ୍ୟ ଆହତ ହୋଇଥିବା ବେଳେ ଅନ୍ୟ ସମସ୍ତ ଯାତ୍ରୀ ସୁରକ୍ଷିତ ଅଛନ୍ତି। ଟ୍ରେନ୍‌ ନମ୍ବର ୦୮୫୦୪ ବିଶାଖାପାଟଣାରୁ ଭବାନୀପାଟଣା ଅଭିମୁଖେ ବାହାରିଥିଲା।ଟ୍ରେନଟି ୨ ନମ୍ବର ପ୍ଲାଟଫର୍ମରୁ ୫ ନମ୍ବର ପ୍ଲାଟଫର୍ମକୁ ଯାଉଥିବା ସମୟରେ ଲକିଙ୍ଗ ସିଷ୍ଟମରେ ତ୍ରୁଟି ଯୋଗୁ ଲାଇନଚ୍ୟୁତ ହୋଇଥିଲା। ତେବେ ଟ୍ରେନର କୌଣସି ବଗି ନୁହେଁ, ବରଂ ଇଞ୍ଜିନ ଅଳ୍ପ ବେଗରେ ଥିବା ବେଳେ ଲାଇନଚ୍ୟୁତ ହୋଇଥିବାରୁ କୌଣସି ବଡ଼ ଅଘଟଣ ଘଟି ନାହିଁ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    24 ° C
    24 °
    24 °
    86 %
    0.3kmh
    100 %
    Sun
    30 °
    Mon
    30 °
    Tue
    30 °
    Wed
    30 °
    Thu
    29 °

    ସମ୍ବନ୍ଧିତ