Saturday, July 27, 2024
24.6 C
Odisha

    ବିଜେଡିର ୩ୟ ପର୍ଯ୍ୟାୟ ବିଧାନସଭା ପ୍ରାର୍ଥୀ ଘୋଷଣା; ପଢନ୍ତୁ କିଏ କେଉଁଠୁ ହେଲେ ପ୍ରାର୍ଥୀ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର: ୨୦୨୪ ସାଧାରଣ ନିର୍ବାଚନ ପାଇଁ ପର୍ଯ୍ୟାୟ ପ୍ରାର୍ଥୀ ଘୋଷଣା କରିଛି ବିଜୁ ଜନତା ଦଳ। ସୁପ୍ରିମୋ ନବୀନ ପଟ୍ଟନାୟକ ଆଜି ୯ ବିଧାନସଭା ଆସନ ପାଇଁ ୩ୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛନ୍ତି।

    ରେଙ୍ଗାଲି- ସୁଦର୍ଶନ ହରିପାଲ
    ରାଉରକେଲା-ସାରଦା ନାୟକ
    ବୀରମିତ୍ରପୁର- ରୋହିତ ଯୋଶେଫ ତିର୍କୀ
    କେନ୍ଦୁଝର- ମୀନା ମାଝୀ
    ରାଇରଙ୍ଗପୁର- ରାଇସେନ ମୁର୍ମୁ
    ବାଲେଶ୍ବର- ସ୍ବରୁପ କୁମାର ଦାସ
    ବାରବାଟି କଟକ- ପ୍ରକାଶ ଚନ୍ଦ୍ର ବେହେରା
    ଜୟଦେବ- ନବ କିଶୋର ମଲ୍ଲିକ
    ସାଲେପୁର- ପ୍ରଶାନ୍ତ ବେହେରା
    ଗତ ମାର୍ଚ୍ଚ ୨୭ ତାରିଖରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ପ୍ରଥମ ପର୍ଯ୍ୟାୟରେ ୯ ଲୋକସଭା ଓ ୭୨ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଥିଲେ। ଏହାପରେ ସେହି ଦିନ ପୁଣି ନବୀନ ପଟ୍ଟନାୟକ ଦ୍ବିତୀୟ ପର୍ଯ୍ୟାୟରେ ଆଉ ୬ ଲୋକସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଥିଲେ। ପରେ ଏପ୍ରିଲ ୩ରେ ୫ ଲୋକସଭା ଆସନ ଓ ୨୭ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରିଥିଲେ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ। ତେବେ ବର୍ତ୍ତମାନ ସୁଦ୍ଧା ଚଳିତ ସାଧାରଣ ନିର୍ବାଚନ ପାଇଁ ବିଜୁ ଜନତା ଦଳ ମୋଟ ୨୦ ଲୋକସଭା ଆସନ ଓ ୧୦୮ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରି ସାରିଛି। ଆଉ ଗୋଟିଏ ଲୋକସଭା ଓ ୩୯ ବିଧାନସଭା ଆସନରେ ପ୍ରାର୍ଥୀ ଘୋଷଣା ହୋଇନାହିଁ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    24.6 ° C
    24.6 °
    24.6 °
    94 %
    4.3kmh
    100 %
    Sat
    25 °
    Sun
    29 °
    Mon
    30 °
    Tue
    30 °
    Wed
    28 °

    ସମ୍ବନ୍ଧିତ