Saturday, February 14, 2026
16.3 C
Odisha

    ବିବାହ ପରେ କାହିଁକି ପୁରୁଷ ମାନଙ୍କର ପେଟ ବାହାରି ଯାଇଥାଏ ଏବଂ ହୋଇଥାଏ ଓଜନ ବୃଦ୍ଧି : ଏହି ଗବେଷଣାରୁ ହୋଇଛି ଖୁଲାସା

    ଆଗକୁ ପଢନ୍ତୁ

    ବିବାହର କିଛି ମାସ ମଧ୍ୟରେ ଆମେମାନେ ଦେଖିବାକୁ ପାଇଥାଉ ପୁରୁଷ ମାନଙ୍କର ଦ୍ରୁତ ଗତିରେ ଓଜନ ବୃଦ୍ଧି ହେବା ସହିତ ପେଟ ମଧ୍ୟ ବାହାରି ଯାଇଥାଏ। ଏମିତିରେ ମଜାରେ କୁହାଯାଇଥାଏ ସ୍ତ୍ରୀ ହାତରୁ ଖାଇ ମୋଟା ହୋଇଗଲା, କିନ୍ତୁ ବାସ୍ତବରେ ଏହା ସାଧାରଣ ସମସ୍ୟା ନୁହେଁ। ପୋଲାଣ୍ଡରେ ହୋଇଥିବା ଗୋଟିଏ ଅଧ୍ୟୟନ ରେ କୁହାଯାଇଛି ଯେ ଅବିବାହିତ ପୁରୁଷଙ୍କ ତୁଳନାରେ ବିବାହିତ ପୁରୁଷମାନେ ୬୨ ପ୍ରତିଶତ ଓଜନ ବୃଦ୍ଧିର ଶିକାର ହୋଇଥାଆନ୍ତି ଏବଂ ମହିଳାମାନଙ୍କ ନିକଟରେ ୩୯ ପ୍ରତିଶତ ଏହି ସମସ୍ୟା ଅଧିକ ଦେଖାଦିଏ।

    ପୋଲାଣ୍ଡ ନେସନାଲ ଇନ୍ଷ୍ଟିଚିୟୁଟ ଅଫ କାର୍ଡିଓଲୋଜିର ଗବେଷଣା ଅନୁସାରେ ବିବାହିତ ପୁରୁଷମାନଙ୍କ ନିକଟରେ ମୋଟାପା ତିନିଗୁଣ ଅଧିକ ବଢି ଯାଇଥାଏ ଏବଂ ମହିଳା ମାନଙ୍କ ନିକଟରେ ଏହାର ପ୍ରଭାବ ଖୁବ କମ ଦେଖିବାକୁ ମିଳିଥାଏ।

    ଗବେଷଣା ଅନୁସାରେ କୁହାଯାଇଛି ଯେ ବୟସ ବଢିବା ସହିତ ଓଜନ ବଢିବା ସମ୍ଭାବନା ମଧ୍ୟ ବଢି ଯାଇଥାଏ , ବୟସ ବଢିବା ଦ୍ୱାରା ପ୍ରତ୍ୟେକ ବର୍ଷ ପୁରୁଷମାନଙ୍କର ଓଜନ ବଢିବା ସମ୍ଭାବନା ୩ ପ୍ରତିଶତ ବଢିଯାଏ।

    ବିଶେଷଜ୍ଞଙ୍କ ମତରେ ବିବାହ ପରେ ପୁରୁଷ ମାନଙ୍କର ଓଜନ ବୃଦ୍ଧିର ମୁଖ୍ୟ କାରଣ ଚିନ୍ତା, ଚାପ ଗ୍ରସ୍ତ, ଶାରୀରିକ ଗତିବିଧିର କମି, ଚିନ୍ତିତ ରହି ଅଧିକ ଭୋଜନ କରିବା , ସାମାଜିକ ମାନସିକ ପର୍ଯାବରଣର ମିଶ୍ରଣ ଅଟେ।

    ଏକ୍ସପର୍ଟ ଙ୍କ ମତରେ ବିବାହ ପରେ ପୁରୁଷମାନଙ୍କର ଜୀବନଶୈଳୀରେ ପରିବର୍ତ୍ତନ ଆସିଥାଏ, ଗୋଟିଏ ନୂଆ ଜୀବନକୁ ନେଇ ସେମାନେ ଚିନ୍ତିତ ରହି ଥାଆନ୍ତି, ଯାହାକି ସେମାନଙ୍କ ଓଜନ ଉପରେ ପ୍ରଭାବ ପକାଇଥାଏ। ପ୍ରତ୍ୟେକ କାର୍ଯ୍ୟରେ ଅନିୟମିତତା ମଧ୍ୟ ଓଜନ ବୃଦ୍ଧିର ଗୋଟିଏ ବଡ଼ କାରଣ ଅଟେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    16.3 ° C
    16.3 °
    16.3 °
    41 %
    1kmh
    4 %
    Sat
    32 °
    Sun
    33 °
    Mon
    34 °
    Tue
    34 °
    Wed
    34 °

    ସମ୍ବନ୍ଧିତ