Saturday, March 7, 2026
29.5 C
Odisha

    ବିବାହ ପାଇଁ ନପହଞ୍ଚିବାରୁ ପ୍ରେମିକର ଗୁପ୍ତାଙ୍ଗ କାଟିଲା ପ୍ରେମିକା

    ଆଗକୁ ପଢନ୍ତୁ

    ପାଟନା: ବିବାହ ପାଇଁ ନପହଞ୍ଚିବାରୁ ପ୍ରେମିକର ଗୁପ୍ତାଙ୍ଗ କାଟିଲା ପ୍ରେମିକା। ସୋମବାର ବିହାରର ସରନ ଜିଲ୍ଲାରେ   ଏଭଳି ଏକ ଅଭାବନୀୟ ଘଟଣା ଘଟିିିଛି।ପୀଡ଼ିତ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ବେଳେ ଏବେ ପୁଲିସ ଅଭିଯୁକ୍ତ ପ୍ରେମିକାଙ୍କୁ ଗିରଫ କରିଥିବା ଜଣାପଡ଼ିିଛି। ଅଭିଯୁକ୍ତ ପେସାରେ ଜଣେ ଡାକ୍ତର ହୋଇଥିବା ବେଳେ ପୀଡ଼ିତ ଜଣେ କାଉନସିଲର ଭାବେ କାମ କରୁଥିଲେ।ଅଭିଯୁକ୍ତ ଗିରଫ ପରେ ଦାବି କରିଛନ୍ତି ଯେ, ପୀଡ଼ିତଙ୍କ ସହିତ ତାଙ୍କର ୫ବର୍ଷର ପ୍ରେମ ସମ୍ପର୍କ ଥିଲା। ୫ବର୍ଷ ରହିବା ପରେ ବି ବିବାହ ପାଇଁ ରାଜି ହେଉନଥିଲେ ପୀଡ଼ିତ। ବହୁତ କଷ୍ଟରେ ଅଭିଯୁକ୍ତ ତାଙ୍କ ପ୍ରେମିକକୁ କୋର୍ଟ ମ୍ୟାରେଜ ପାଇଁ ରାଜି କରାଇଥିଲେ। ହେଲେ ରାଜି ହେବା ପରେ ବି ପହଞ୍ଚିନଥିଲେ ପୀଡ଼ିତ। ଏଥିରେ ରାଗିଯାଇ ଅଭିଯୁକ୍ତ ପ୍ରେମିକଙ୍କୁ ଘରକୁ ଡାକି ତାଙ୍କ ଗୁପ୍ତାଙ୍ଗ କାଟି ଦେଇଥିଲେ ବୋଲି ଜଣାପଡ଼ିଛି। ପୀଡ଼ିତ ଜୋରରେ ଚିତ୍କାର କରିବାରୁ ଅଭିଯୁକ୍ତଙ୍କ ପଡୋଶୀ ପୁଲିସକୁ ସୂଚନା ଦେଇଥିଲେ। ପୁଲିସ ପହଞ୍ଚିବା ପରେ ପୀଡ଼ିତ ରକ୍ତାକ୍ତ ଅବସ୍ଥାରେ ତଳେ ପଡ଼ିଥିବା ଦେଖି ତାଙ୍କୁ ତୁରନ୍ତ ଡାକ୍ତରଖାନା ପଠାଇଥିଲା। ଏବେ ତାଙ୍କର ଚିକିତ୍ସା ଚାଲିଥିବା ବେ‌ଳେ ଅଭିଯୁକ୍ତ ପ୍ରେମିକାକୁ ଗିରଫ କରିଛି ପୁଲିସ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    29.5 ° C
    29.5 °
    29.5 °
    44 %
    2kmh
    18 %
    Sat
    35 °
    Sun
    36 °
    Mon
    37 °
    Tue
    39 °
    Wed
    39 °

    ସମ୍ବନ୍ଧିତ