Monday, September 21, 2026
24.5 C
Odisha

    ବିରୋଧୀଙ୍କୁ ସାମ୍ନା କରିବାକୁ ବିଜେପିର ପ୍ରସ୍ତୁତି

    ଆଗକୁ ପଢନ୍ତୁ

    ଭୁବନେଶ୍ବର: ସରକାରଙ୍କୁ ଅକଳରେ ପକାଇବା ପାଇଁ ଦୁଇ ବିରୋଧୀ ଦଳ ବିଜେଡି ଓ କଂଗ୍ରେସ ରଣନୀତି ପ୍ରସ୍ତୁତ କରିଛନ୍ତି। ବିରୋଧୀଙ୍କୁ ସାମ୍ନା କରିବାକୁ ସରକାରୀ ଦଳ ବିଜେପି ବି ପ୍ରସ୍ତୁତି କରିଛି। ଆଜି ଅପରାହ୍‌ଣରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ବିଧାନସଭା ପରିସରରେ ବିଜେପି ବିଧାୟକ ଦଳ ବୈଠକ ଅନୁଷ୍ଠିତ ହୋଇଥିଲା। ରାଜ୍ୟ ସଭାପତି ମନମୋହନ ସାମଲ ଏଥିରେ ଉପସ୍ଥିତ ଥିଲେ। ବିରୋଧୀ ଯେଉଁ ସମ୍ଭାବ୍ୟ ପ୍ରସଙ୍ଗଗୁଡ଼ିକ ଉଠାଇବେ, ତାହା ଉପରେ ଆଲୋଚନା ହୋଇଥିଲା। ଆବଶ୍ୟକ ତଥ୍ୟ ସହ ତାହାକୁ କିପରି ମୁକାବିଲା କରାଯିବ, ସେ ଦିଗରେ ଯୋଜନା ପ୍ରସ୍ତୁତ‌ ହୋଇଥିଲା। ବୈଠକ ପରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ ଗଣମାଧ୍ୟମକୁ କହିଥିଲେ, ବିରୋଧୀଙ୍କୁ ମୁକାବିଲା କରିବାକୁ ବିଜେପି ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛି। ବିରୋଧୀ ଯେଉଁ ପ୍ରସଙ୍ଗ ଉଠାଇବେ, ସେ ସମ୍ପର୍କରେ ଆଲୋଚନା କରିବାକୁ ଶାସକ ଦଳ ରାଜି ଅଛି। ସରକାରକୁ ୮ ମାସ ପୂରିଛି। ସରକାର ଯେଉଁସବୁ ପ୍ରତିଶ୍ରୁତି ଦେଇଥିଲେ ତାହାକୁ କାର୍ଯ୍ୟକାରୀ କରିଛନ୍ତି। ଏହାକୁ ସବିଶେଷ ତଥ୍ୟ ସହ ଗୃହରେ ଉପସ୍ଥାପନ କରାଯିବ। ସମସ୍ତ ପ୍ରସଙ୍ଗରେ ଗଠନମୂଳକ ଆଲୋଚନା ପାଇଁ ଆମେ ପ୍ରସ୍ତୁତ ଅଛୁ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    24.5 ° C
    24.5 °
    24.5 °
    94 %
    1.5kmh
    100 %
    Mon
    24 °
    Tue
    28 °
    Wed
    27 °
    Thu
    27 °
    Fri
    28 °

    ସମ୍ବନ୍ଧିତ