Wednesday, February 5, 2025
34.5 C
Odisha

    ବିଲୁଆ ଆତଙ୍କ, ୨୦ରୁ ଊର୍ଦ୍ଧ୍ୱ ଆହତ

    ଆଗକୁ ପଢନ୍ତୁ

    ମାତିଛି ପାଗଳ ବିଲୁଆ, ଗୋଡ଼ାଇ ଗୋଡ଼ାଇ କରୁଛି ଆକ୍ରମଣ। ଗଞ୍ଜାମ ଜିଲ୍ଲା ପୋଲସରା ବନାଂଚଳ ଅନ୍ତର୍ଗତ ହାତୀଓଟ ପଂଚାୟତରେ ପାଗଳ ବିଲୁଆ ଆତଙ୍କ ସୃଷ୍ଟି କରିଛି । ପାଗଳ ବିଲୁଆ କାମୁଡାରେ ଜେମାଦେଇପୁର, ପ୍ରାଣଦେଇପୁର ଓ ହାତୀଓଟ ଗାଁର ପ୍ରାୟ କୋଡିଏରୁ ଊର୍ଦ୍ଧ୍ୱ ବ୍ୟକ୍ତି ଆହତ ହୋଇଥିବା ଦେଖିବାକୁ ମିଳିଛି । ପାଗଳ ବିଲୁଆଟି ୩ଟି ଗାଁରେ ବୁଲିବୁଲି କାମୁଡିବା ସହ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳାଇଥିବା ଜଣାପଡ଼ିଛି । ସମସ୍ତ ଆହତଙ୍କୁ ଚିକିତ୍ସା ପାଇଁ ପୋଲସରା ମେଡିକାଲରେ ଭର୍ତ୍ତି କରାଯାଇଛି । ଆହାତ ମାନଙ୍କ ମଧ୍ୟରେ ୧୧ ଜଣ ମହିଳା ରହିଥିବା ବେଳେ ୯ ଜଣ ପୁରୁଷ ରହିଥିବା ଜଣାପଡିଛି । ଆହତ ବ୍ୟକ୍ତି ମାନେ ପାଗଳ ବିଲୁଆକୁ କାବୁ କରିବା ସହ କ୍ଷତିପୂରଣ ଦେବାକୁ ବନ ବିଭାଗ ନିକଟରେ ଦାବି କରିଛନ୍ତି । ଅପରପକ୍ଷରେ ଗାଁ ଲୋକେ ବିଲୁଆ ଆକ୍ରମଣର ଶିକାର ହୋଉ ଥିବା ବେଳେ ବର୍ତ୍ତମାନ ଅଂଚଳରେ ଭୟର ବାତାବରଣ ଖେଳିଯାଇଛି। ଏନେଇ ପୋଲସରା ବନାଞ୍ଚଳ ପକ୍ଷରୁ ବିହିତ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହୋଇଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    34.5 ° C
    34.5 °
    34.5 °
    18 %
    3.6kmh
    89 %
    Wed
    33 °
    Thu
    35 °
    Fri
    34 °
    Sat
    33 °
    Sun
    34 °

    ସମ୍ବନ୍ଧିତ