Wednesday, October 23, 2024
21.7 C
Odisha

    ବି ଏସ୍ କେ ୱାଇକୁ ସ୍ଵର୍ଣ୍ଣ ପଦକ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର:ସାର୍ବଜନୀନ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଓଡ଼ିଶା ସରକାରଙ୍କ ଅନନ୍ୟ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଜାତୀୟ ସ୍କଚ ଆୱାର୍ଡ଼ – ୨୦୨୩ ର ସ୍ଵର୍ଣ୍ଣ ପଦ ହାସଲ କରିଛି । ଏଥିପାଇଁ ସ୍କଚ ଆୱାର୍ଡ଼ କର୍ତ୍ତୁପକ୍ଷଙ୍କ ଦ୍ଵାରା ନୂଆ ଦିଲ୍ଲୀ ସ୍ଥିତ ସମ୍ଭିଧାନ କ୍ଲବ ହଲରେ ଅନୁଷ୍ଠିତ ଉତ୍ସବରେ ରାଜ୍ୟ ସରକାରଙ୍କ ତରଫରୁ ରାଜ୍ୟ ସ୍ୱାସ୍ଥ୍ୟସେବା ପ୍ରତିଶ୍ରୁତି ସୋସାଇଟି (ସାସ୍)ର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଡାକ୍ତର ଡି. ବୃନ୍ଦା ଏବଂ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଅତିରିକ୍ତ ଶାସନ ସଚିବ ତଥା ଯୁଗ୍ମ କାର୍ଯ୍ୟ ନିର୍ବାହୀ ଅଧିକାରୀ ଶୁଭାନନ୍ଦ ମହାପାତ୍ର ଏହି ପୁରସ୍କାର ଗ୍ରହଣ କରିଥିଲେ । ସ୍କଚ ଆୱାର୍ଡ଼ର ଅଧକ୍ଷ ଶ୍ରୀ ସମୀର କାଚୁରଙ୍କ ସମେତ ବହୁ ମାନ୍ୟଗଣ ବ୍ୟକ୍ତି, ଜାତୀୟ ଓ ଆନ୍ତର୍ଜାତୀୟ ଅନୁଷ୍ଠାନମାନଙ୍କ ଉପସ୍ଥିତିରେ ଏହି ପୁରସ୍କାର ପ୍ରଦାନ କରାଯାଇଥିଲା ।ସାର୍ବଜନୀନ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଉଲ୍ଲେଖନୀୟ ପାରଦର୍ଶିତା, ସଫଳତା ଓ ସ୍ବଚ୍ଛତା ପାଇଁ (ବି ଏସ୍ କେ ୱାଇ)କୁ ଏହି ପୁରସ୍କାର ପ୍ରଦାନ କରାଯାଇଛି । ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ନବସୃଜନ, ସର୍ବଜନୀନତା, ଉଲ୍ଲେଖନୀୟ ସଫଳତା ଏବଂ ସ୍ଵଚ୍ଛତା ପାଇଁ (ବି ଏସ୍ କେ ୱାଇ)କୁ ଏହି ପୁରସ୍କାରପ୍ରଦାନ କରାଯାଇଛି । (ବି ଏସ୍ କେ ୱାଇ) ଓଡ଼ିଶାର ସାର୍ବଜନୀନ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଦୃଶ୍ୟମାନ ରୂପାନ୍ତରଣ ଆଣିଛି । ରାଜ୍ୟର ସମସ୍ତ ୧୧୯.୮ ଲକ୍ଷ ପରିବାରର ପ୍ରାୟ ୪.୭୯ କୋଟି ଲୋକଙ୍କୁ ସରକାରୀ ଚିକିତ୍ସାଳୟମାନଙ୍କରେ ଦେୟମୁକ୍ତ ସ୍ୱାସ୍ଥ୍ୟସେବା ଯୋଗାଇ ଦିଆଯାଉଛି । ରୋଗ ନିର୍ଣ୍ଣୟ ପରୀକ୍ଷା ନିରୀକ୍ଷା ଠାରୁ ଆରମ୍ଭ କରି ସ୍ପେସାଲିଟି ପରାମର୍ଶ ଏବଂ ଔଷଧ ଆଦି ସମ୍ପୂର୍ଣ୍ଣ ଦେୟମୁକ୍ତ ଭାବେ ଯୋଗାଇ ଦିଆଯାଉଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    21.7 ° C
    21.7 °
    21.7 °
    69 %
    1.8kmh
    100 %
    Wed
    22 °
    Thu
    25 °
    Fri
    26 °
    Sat
    25 °
    Sun
    22 °

    ସମ୍ବନ୍ଧିତ