Saturday, October 17, 2026
23.8 C
Odisha

    ଖୁସିଖବର: ବିଜୁଳି ଦର କମାଇଲେ ରାଜ୍ୟ ସରକାର

    ଆଗକୁ ପଢନ୍ତୁ

    ଭୁବନେଶ୍ୱର:ଘରୋଇ ଉପଭୋକ୍ତାଙ୍କ ପାଇଁ ପ୍ରତି ସ୍ଲାବରେ କମିଲା ୧୦ ପଇସା। ଅନ୍ୟ ଉପଭୋକ୍ତାଙ୍କ ପାଇଁ ଦର ଅପରିବର୍ତ୍ତିତ ରହିଛି। ବିପିଏଲ ଉପଭୋକ୍ତାପାଇଁ ମାସିକ ଦେୟ ୮୦ ଟଙ୍କାରୁ ୭୦ ଟଙ୍କାକୁ କମିଛି। ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ବଢିବନି ବିଜୁଳି ଦର। ବିଦ୍ଯୁତ ଦର ନେଇ୧୫ ଦିନ ଧରି ଚାଲିଥିଲା OERC ଶୁଣାଣି। ଇ-ବିଲ ଓ ଇ-ପେମେଣ୍ଟରେ ବିଲ ପିଛା ମିଳିବ ୧୦ଟଙ୍କା ରିହାତି। ଗ୍ରୀନ ଏନର୍ଜି ୟୁନିଟ ପିଛା ୨୫ରୁ ୨୦ପଇସା ହୋଇଛି। ଇଭି ଚାର୍ଜିଂ ଦର ୟୁନିଟ ପିଛା ୫୦ପଇସା କମିଛି। ଯୁନିଟ ପିଛା ୫ଟଙ୍କା ୫୦ପଇସାରୁ ୫ଟଙ୍କାକୁ ଖସିଲା ଇଭି ଚାର୍ଜିଂ ଦର। ପ୍ରିପେଡ ମିଟରଧାରୀଙ୍କ ପାଇଁ ୪ ପ୍ରତିଶତ ରିବେଟ୍। ଶୀତଳ ଭଣ୍ଡାର ପାଇଁ ୟୁନିଟ ପିଛା ପୂର୍ବରୁ ୪ଟଙ୍କା ୬୦ ପଇସା ଦେବାକୁ ପଡ଼ୁଥିଲା। ଏବେ ଏହି ଦର ୧ ଟଙ୍କା ୬୦ ପଇସା ହ୍ରାସ କରାଯାଇଛି। ସେହିପରି ମେଗା ଲିପ୍ଟ ଇରିଗେସନ ଉପଭୋକ୍ତାଙ୍କୁ ଟାରିଫରେ ୨ ଟଙ୍କା ଲେଖାଏ ରିହାତି(ରିବେଟ୍‌) ଦିଆଯାଇଛି। ଯାହାଫଳରେ ସେମାନେ ୟୁନିଟ ପିଛା ୩ ଟଙ୍କା ୮୦ ପଇସା ଲେଖାଏ ଇଏସ୍‌ଟିରେ ପାଇବେ। ଧାର୍ଯ୍ୟ ସମୟରେ ଗ୍ରାମାଞ୍ଚଳ(LT) ଉପଭୋକ୍ତା ବିଲ ପୈଠ କଲେ ଟାରିଫରେ ୧୦ ପଇସା ରିହାତି ଦିଆଯାଇଛି। ଏହାଛଡ଼ଶ ଏମ୍‌ଏସ୍‌ଏମ୍‌ଇ ସେକ୍ଟରରେ ମଧ୍ୟ ଟାରିଫ ହ୍ରାସ କରାଯାଇଛି। ସେଗୁଡ଼ିକୁ ୧୦ ପଇସା ଲେଖାଏ ଟାରିଫରେ ରିହାତି ନେଇ ଘୋଷଣା କରାଯାଇଛି

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    23.8 ° C
    23.8 °
    23.8 °
    89 %
    0.3kmh
    70 %
    Sat
    30 °
    Sun
    31 °
    Mon
    29 °
    Tue
    30 °
    Wed
    30 °

    ସମ୍ବନ୍ଧିତ