Friday, February 13, 2026
22.6 C
Odisha

    ବ୍ରିଟ୍ କଲୋନୀରେ ହୋଲି ଦିନ ଦୁଇ ଗୋଷ୍ଠୀ ଗଣ୍ଡଗୋଳ ଘଟଣା, ୮ ଗିରଫ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର;ନୟାପଲ୍ଲୀ ବ୍ରିଟ୍ କଲୋନୀରେ ହୋଲି ଦିନ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ଘଟଣା। ଆଠ ଅଭିଯୁକ୍ତଙ୍କୁ ଗିରଫ କଲା ନୟାପଲ୍ଲୀ ଥାନା ପୋଲିସ। ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ଜଣେ ନାବାଳକ ଥିବା ସୂଚନା। ଗିରଫ ଅଭିଯୁକ୍ତଙ୍କ ନିକଟରୁ ଗଣ୍ଡଗୋଳରେ ବ୍ୟବହୃତ ଖଣ୍ଡା, ଭୁଜାଲି, ଠେଙ୍ଗା,ବାଇକ ଜବତ କରିଛି ପୋଲିସ। ହୋଲି ସନ୍ଧ୍ୟାରେ ନୟାପଲ୍ଲୀ ବ୍ରିଟ୍ କଲୋନୀରେ ଏମାନେ ଆତଙ୍କରାଜ ଘଟାଇଥିଲେ। ମୋଟ ଉପରେ ଏ ନେଇ ୪ ଟି କେସ ରୁଜୁ କରାଯାଇଥିଲା । ବାଲୁଙ୍କେଶ୍ୱର ମନ୍ଦିର ନିକଟରେ ଗାଧୋଇବାକୁ ନେଇ ସୃଷ୍ଟି ହୋଇଥିଲା ଝଗଡା । ପରବର୍ତ୍ତୀ ସମୟରେ ଏହା ଉଗ୍ର ରୂପ ନେଇଥିଲା । କିଛି ଯୁବକ ସନ୍ଧ୍ୟା ସମୟରେ ଆସି ଅତର୍କିତ ଆକ୍ରମଣ କରିଥିଲେ। କିଛି ନିରୀହ ଲୋକେ ମଧ୍ୟ ଏହି ଆକ୍ରମଣର ଶିକାର ହୋଇଥିଲେ । ପରବର୍ତ୍ତୀ ସମୟରେ ଘଟଣାସ୍ଥଳରୁ ସିସିଟିଭି ଜବତ କରାଯାଇଥିଲା । ଯାହା ଆଧାରରେ ୮ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ। ଅଭିଯୁକ୍ତଙ୍କ ନିକଟରୁ ଏକ କାର ଓ ସ୍କୁଟି ମଧ୍ୟ ଜବତ କରିଛି ପୋଲିସ । ଅଭିଯୁକ୍ତଙ୍କ ନାଁ ରେ ପୂର୍ବରୁ ଅପାରାଧିକ ମାମଲା ମଧ୍ୟ ରହିଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    22.6 ° C
    22.6 °
    22.6 °
    25 %
    1.9kmh
    8 %
    Fri
    24 °
    Sat
    33 °
    Sun
    34 °
    Mon
    34 °
    Tue
    34 °

    ସମ୍ବନ୍ଧିତ