Thursday, May 7, 2026
34.5 C
Odisha

    ଦିନ ୧୦ଟାରୁ ଅପରାହ୍ନ ୩ଟା ଯାଏ ପିକ୍ ଆୱାର ଘୋଷଣା

    ଆଗକୁ ପଢନ୍ତୁ

    ଭୁବନେଶ୍ୱର: ଆଜି ସାରା ରାଜ୍ୟରେ ଭୀଷଣ ରୌଦ୍ରତାପ ଅନୁଭୂତ ହେଉଛି । ବିଭିନ୍ନ ଅଞ୍ଚଳରେ ତାପମାତ୍ରା ଆଜି ସ୍ୱଭାବିକ ଠାରୁ ବହୁତ ଅଧିକ ରହିଛି । ପାଣିପାଗ ବିଭାଗର ସୂଚନା ଅନୁଯାୟୀ ଆଜି ସ୍ୱଭାବିକ ଠାରୁ ପାରଦ ୩ରୁ ୪ ଡିଗ୍ରୀ ଉପରେ ରହିଛି । ପାଣିପାଗ ବିଭାଗ କହିଛି ଆଗାମୀ ୫ ଦିନ ଯାଏ ଏପରି ତାତିରୁ ତ୍ରାହି ମିଳିବନି । ଦିନ ସହ ରାତିର ତାପମାତ୍ରା ବି ବଢିବ । ଉପକୂଳ ଓଡିଶାରେ ତାତି ସହ ଭୀଷଣ ଗୁଳୁଗୁଳି ଅନୁଭୂତ ହେବ । ଦିନ ୧୦ଟାରୁ ଅପରାହ୍ନ ୩ଟା ଯାଏ ପିକ୍ ଆୱାର ଘୋଷଣା କରାଯାଇଛି । ଖରାରେ ବାହାରକୁ ନ ବାହାରିବାକୁ ବୟସ୍କ ଓ ଶିଶୁଙ୍କୁ ପରାମର୍ଶ ଜାରି କରାଯାଇଛି । ଏହି ସମୟରେ ଆଭ୍ୟନ୍ତରୀଣ ଓଡିଶାର ତାପମାତ୍ରା ୪୦ ଡିଗ୍ରୀ ଅତିକ୍ରମ କରିବାର ସମ୍ଭାବନା ରହିଛି ।

    ଆଜି ଦିନ ୧୧ଟା ସୁଦ୍ଧା ରାଜଧାନୀ ଭୁବନେଶ୍ୱରରେ ତାପମାତ୍ରା ୩୬ ଡିଗ୍ରୀ, କେନ୍ଦୁଝରରେ ୩୬, ଝାରସୁଗୁଡାରେ ୩୫.୪, ସମ୍ବଲପୁରରେ ୩୫.୨, ପୁରୀରେ ୩୨.୪, ପାରାଦ୍ୱୀପରେ ୩୧.୪ ଡିଗ୍ରୀ ରେକର୍ଡ କରାଯାଇଥିଲା । ଗତକାଲି ରାଜ୍ୟର ୫ଟି ସହରରେ ତାପମାତ୍ରା ୩୯ ଡିଗ୍ରୀ ରହିଥିଲା ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    34.5 ° C
    34.5 °
    34.5 °
    38 %
    1.2kmh
    0 %
    Thu
    38 °
    Fri
    39 °
    Sat
    40 °
    Sun
    40 °
    Mon
    39 °

    ସମ୍ବନ୍ଧିତ