Friday, March 13, 2026
28 C
Odisha

    ଭବିଷ୍ୟତ ଯୁଦ୍ଧରେ ନୁହେଁ, ବୁଦ୍ଧରେ ଅଛି: ବିଶ୍ବଶାନ୍ତି ପାଇଁ ମୋଦୀଙ୍କ ଅପିଲ୍

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଓଡ଼ିଶାର ଭୁନେଶ୍ବରର ଅନୁଷ୍ଠିତ ହେଉଥିବା ୧୮ତମ ପ୍ରବାସୀ ଭାରତୀୟ ଦିବସ ସମ୍ମିଳନୀର ଉଦ୍‌ଘାଟନ କରିଛନ୍ତି।ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଓଡ଼ିଶା ଭାରତୀୟ ଐତିହ୍ୟର ପଦଚିହ୍ନ ଧାରଣ କରିଛି। ରାଜ୍ୟର ଧଉଳି ଶାନ୍ତିସ୍ତୁପ ପ୍ରମାଣିତ କରିଥିଲା ଯେ, ତରବାରୀ ଦ୍ବାରା ହୃଦୟ ଜୟ ଅବା ଶାନ୍ତି ପ୍ରତିଷ୍ଠା କରାଯାଇପାରେନାହିଁ।ଯେତେବେଳେ ଦୁନିଆରେ ଖଣ୍ଡା ଦ୍ୱାରା ସାମ୍ରାଜ୍ୟ ବିସ୍ତାର କରିବାକୁ ଏକ ସମୟ ଥିଲା, ସେତେବେଳେ ଆମ ସମ୍ରାଟ ଅଶୋକ ଶାନ୍ତିର ରାସ୍ତା ବାଛିଥିଲେ।ଆମର ଐତିହ୍ୟର ଏହି ଶକ୍ତି ହେଉଛି ଯାହାର ପ୍ରେରଣା ସହିତ ଆଜି ଭାରତ ବିଶ୍ୱକୁ କହିବାକୁ ସକ୍ଷମ ହୋଇଛି ଯେ ଭବିଷ୍ୟତ ଯୁଦ୍ଧରେ ନୁହେଁ, ବରଂ ବୁଦ୍ଧରେ ଅଛି।
    ଏଭଳି ମନ୍ତବ୍ୟ ପ୍ରଦାନ କରି ପ୍ରଧାନମନ୍ତ୍ରୀ ଓଡ଼ିଶାର ଭୁବନେଶ୍ବରର ଜନତା ମଇଦାନରୁ ବିଶ୍ବଶାନ୍ତି ପାଇଁ ଅପିଲ୍ କରିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି, ବିଶ୍ୱ ବର୍ତ୍ତମାନ ଭାରତର କଥାକୁ ଧ୍ୟାନର ସହ ଶୁଣୁଛି। ‘ମାନବତା ପ୍ରଥମ’ ମନ୍ତ୍ର ଆଧାରରେ ଭାରତ ଆଜି ବିଶ୍ଵ ଦରବାରରେ ନିଜର ଭୂମିକାକୁ ସୁଦୃଢ କରିପାରିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    28 ° C
    28 °
    28 °
    13 %
    0.7kmh
    0 %
    Fri
    31 °
    Sat
    39 °
    Sun
    39 °
    Mon
    37 °
    Tue
    38 °

    ସମ୍ବନ୍ଧିତ