Friday, September 11, 2026
27.1 C
Odisha

    ଭାଉଜ କଲେ ପ୍ଲାନ, ନଣନ୍ଦକୁ କାମୁଡ଼ିଲା କୁକୁର

    ଆଗକୁ ପଢନ୍ତୁ

    ଗ୍ବାଲିୟର: ମଧ୍ୟପ୍ରଦେଶର ଗ୍ବାଲିୟରରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଏଠାରେ ଜଣେ ଭାଉଜ ଏମିତି ଯୋଜନା ରଚିଥିଲେ ଯେ ତାଙ୍କ ନଣନ୍ଦକୁ କୁକୁର କାମୁଡ଼ି ଦେଇଥିଲା । ଏହି ଘଟଣା ପରେ, ନଣନ୍ଦ ଜଣକ ତାଙ୍କ ଭାଉଜଙ୍କ ବିରୋଧରେ ପୁଲିସରେ ଅଭିଯୋଗ କରିଛନ୍ତି। ପୁଲିସ ମଧ୍ୟ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି। ମଧ୍ୟପ୍ରଦେଶର ଗ୍ୱାଲିୟର ଜନକଗଞ୍ଜ ପୋଲିସ ଷ୍ଟେସନରେ ଏକ ଅଭିଯୋଗ ଆସିଛି ଯେ ଜଣେ ନଣନ୍ଦ ଆଡକୁ ନିଜ ପୋଷା କୁକୁର ଛାଡିଦେଇଥିଲେ ଭାଉଜ | ଆଉ କୁକୁରଟି ନଣନ୍ଦଙ୍କୁ କାମୁଡ଼ିଦେଇଥିଲା | ଘରେ ପାଣି ଢାଳିବା ବିରୋଧରେ ଅଭିଯୋଗ କରିବା ଏବଂ ପ୍ରତିବାଦ କରିବାରୁ ଭାଉଜ ଜଣକ ତାଙ୍କ ନଣନ୍ଦଙ୍କ ଆଡକୁ ପୋଷା କୁକୁର ଛାଡିଦେଇଥିଲେ | ଆଉ କୁକୁର ତାଙ୍କୁ କାମୁଡ଼ି ଦେଇଥିଲା।

    ଜିୱାଜିଗଞ୍ଜର ରତନ କଲୋନୀରେ ରହୁଥିବା ବବିତା ଅଭିଯୋଗ କରିଛନ୍ତି ଯେ ସେ ତାଙ୍କ ଭଉଣୀ କମଲେଶ ଚାୱଲାଙ୍କ ସହିତ ରୁହନ୍ତି। ଗତକାଲି ଯେତେବେଳେ ସେ ତାଙ୍କ ଭଉଣୀ ସହିତ ଆସୁଥିଲେ। ତାଙ୍କ ଭାଉଜ ନେହା ଚାୱଲା ଜାଣିଶୁଣି ପାଣି ଢାଳି ଦେଇଥିଲେ। ଯେତେବେଳେ ନଣନ୍ଦ ଏହାର ପ୍ରତିବାଦ କଲେ, ଭାଉଜ ନେହା ତାଙ୍କ ପୋଷା କୁକୁରକୁ ଇଙ୍ଗିତ କରି ଉଭୟ ଭଉଣୀଙ୍କୁ ଆଡକୁ କୁକୁର ଛାଡିଦେଇଥିଲେ |

    ବବିତା କହିଥିଲେ ଯେ ଯେତେବେଳେ ଭାଉଜ ଜୋରଜବରଦସ୍ତ ଏବଂ ଜାଣିଶୁଣି ପାଣି ଢାଳି ଦେଇଥିଲେ, ଆମେ ତାଙ୍କୁ ବିରୋଧ କରିଥିଲୁ। ଯେତେବେଳେ ଦୁହିଁଙ୍କ ମଧ୍ୟରେ ବିବାଦ ବଢ଼ିବାକୁ ଲାଗିଲା, ଭାଉଜ ତାଙ୍କ କୁକୁରର ଚେନ ଖୋଲି ଦେଲେ ଏବଂ ଏକ ଇଙ୍ଗିତ କରି କୁକୁରକୁ ଆମ ପାଖକୁ ଛାଡିଦେଇଥିଲେ । ସଙ୍କେତ ପାଇବା ପରେ, କୁକୁରଟି ମଧ୍ୟ ଆମ ଉପରେ ଆକ୍ରମଣ କଲା। ଏହି ସମୟରେ କୁକୁରଟି ବବିତାଙ୍କ ଜଙ୍ଘରେ ଏବଂ ତାଙ୍କ ଭଉଣୀ କମଲେଶଙ୍କ ଗାଲକୁ କାମୁଡ଼ି ଦେଇଥିଲା।

    ଯେତେବେଳେ ଏହି ମାମଲା ପୋଲିସ ଷ୍ଟେସନରେ ପହଞ୍ଚିଲା, ପୁଲିସ ଅଭିଯୋଗ କ୍ରମେ ଭାଉଜଙ୍କ ବିରୋଧରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି |

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    27.1 ° C
    27.1 °
    27.1 °
    86 %
    3.2kmh
    94 %
    Fri
    28 °
    Sat
    28 °
    Sun
    29 °
    Mon
    31 °
    Tue
    31 °

    ସମ୍ବନ୍ଧିତ