Friday, March 13, 2026
22 C
Odisha

    ଭାରତକୁ ଝଟକା,ବ୍ୟକ୍ତିଗତ କାରଣରୁ ପଦ ଛାଡ଼ିଲେ ମେରୀ କମ୍

    ଆଗକୁ ପଢନ୍ତୁ

    ପ୍ୟାରିସ୍‌ ଅଲିମ୍ପିକ୍ସ ପୂର୍ବରୁ ଭାରତକୁ ବଡ଼ ଝଟକା। ଦେଶର କିମ୍ବଦନ୍ତୀ ବକ୍ସର ତଥା ଛଅ ଥରର ବିଶ୍ଵ ଚମ୍ପିଆନ୍‌ ମେରୀ କମ୍ ଆଗାମୀ ପ୍ୟାରିସ୍‌ ଅଲିମ୍ପିକ୍ସରେ ଭାରତୀୟ ଦଳ ମୁଖ୍ୟ(ଶେଫ୍ ଡି ମିଶନ୍‌) ପଦରୁ ଇସ୍ତଫା ଦେଇଛନ୍ତି। ତାଙ୍କୁ ୨୦୨୪ ପ୍ୟାରିସ ଅଲିମ୍ପିକ୍ସ ପାଇଁ ଭାରତୀୟ ଟିମର ସବୁ ଦାୟିତ୍ୱ ବୁଝିବାକୁ (ଶେଫ୍ ଡି ମିଶନ୍‌) ଭାବେ ନିଯୁକ୍ତି ମିଳିଥିଲା। ଭାରତୀୟ ଅଲିମ୍ପିକ୍ ସଂଘ(ଆଇଓଏ) ମାର୍ଚ୍ଚ ୨୧ରେ ଶେଫ୍ ଡି ମିଶନ୍‌ ଭାବରେ ତାଙ୍କୁ ନିଯୁକ୍ତ କରିଥିଲା। ମେରୀ କମ୍ ପଦରୁ ଇସ୍ତଫା ଦେବା ପଛରେ ବ୍ୟକ୍ତିଗତ କାରଣ ଦର୍ଶାଇଛନ୍ତି ଏବଂ କହିଛନ୍ତି ତାଙ୍କ ପାଖରେ ଏହା ବ୍ୟତୀତ ଆଉ କିଛି ବିକଳ୍ପ ନାହିଁ। ୪୧ ବର୍ଷୀୟା ମେରୀ କମ୍ ଭାରତୀୟ ଅଲିମ୍ପିକ ଆସୋସିଏସନ ସଭାପତି ପି.ଟି. ଉଷାଙ୍କ ନିକଟକୁ ତାଙ୍କ ଇସ୍ତଫା ପତ୍ର ପଠାଇଛନ୍ତି। ସେପଟେ ଟିଟି ଖେଳାଳି ଶରତ କମଲ ୨୦୨୪ ପ୍ୟାରିସ ଅଲିମ୍ପିକ୍ସରେ ଭାରତ ଧ୍ୱଜାବାହକ ରହିବେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    22 ° C
    22 °
    22 °
    22 %
    1.1kmh
    0 %
    Fri
    38 °
    Sat
    39 °
    Sun
    39 °
    Mon
    39 °
    Tue
    38 °

    ସମ୍ବନ୍ଧିତ