Monday, September 28, 2026
30.3 C
Odisha

    ୪୦୦ ନୁହେଁ ଏନଡିଏ ପାଇବ ୨ ଶହ ସିଟ୍: ଜଶୱନ୍ତ ସିହ୍ନା

    ଆଗକୁ ପଢନ୍ତୁ

    ୪୦୦ ନୁହେଁ ଏନଡିଏ ପାଇବ ୨ ଶହ ସିଟ୍। ସାଧାରଣ ନିର୍ବାଚନକୁ ନେଇ ଏଭଳି ଚାଞ୍ଚଲ୍ୟକର ବୟାନ ଦେଇଛନ୍ତି ପୂର୍ବତନ ଅର୍ଥମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସ ନେତା ଜସୱନ୍ତ ସିହ୍ନା। ବିଜେପି ନେତୃତ୍ଵାଧିନ ଏନଡିଏ ଦାବି କରୁଥିବା ୪ଶହ ଆସନ ମଧ୍ଯରୁ ଏନଡିଏ ମାତ୍ର ୨ଶହରେ ସୀମିତ ରହିବ। ବିଜେପି ଶାସନ କାଳରେ ଅର୍ଥମନ୍ତ୍ରୀ ଥିଲେ ୟଶୱନ୍ତ ସିହ୍ନା। ଏହା ପୂର୍ବରୁ ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନରେ ମଧ୍ୟ ବିଜେପି ଏଭଳି ଦାବି କରୁଥିଲା। ଝାଡ଼ଖଣ୍ଡରେ ଏନଡିଏ ୬୫ ଆସନ ପାଇବ ବୋଲି ଦାବି କରୁଥିଲା। ହେଲେ ପାଇଥିଲା ମାତ୍ର ୨୫ ସିଟ୍। ସେହିଭଳି ସାଧାରଣ ନିର୍ବାଚନରେ ବିଜେପି ୨୦୦ ସଂଖ୍ୟା ପାର କରିବ ନାହିଁ। ପୂର୍ବରୁ ବିଜେପି ଦଳରେ ଥିଲେ ଯଶୱନ୍ତ ସିହ୍ନା। ୧୯୯୦ରୁ ୧୯୯୧ ଯାଏଁ ପ୍ରଧାନମନ୍ତ୍ରୀ ଚନ୍ଦ୍ରଶେଖରଙ୍କ ନେତୃତ୍ଵରେ ସେ ଅର୍ଥମନ୍ତ୍ରୀ ଥିଲେ। ଏହାପରେ ୧୯୯୮ରୁ ୨୦୦୨ ପର୍ଯ୍ୟନ୍ତ ବିଜେପିରୁ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ନେତୃତ୍ଵରେ ପୁଣି ଅର୍ଥମନ୍ତ୍ରୀ ହୋଇଥିଲେ। ୨୦୦୨ରୁ ୨୦୦୪ ପର୍ଯ୍ୟନ୍ତ ସେ ବୈଦେଶିକ ବ୍ଯାପାର ବିଭାଗର ମନ୍ତ୍ରୀ ଥିଲେ। ବର୍ତ୍ତମାନ ଯଶୱନ୍ତ ସିହ୍ନା ତୃଣମୂଳ କଂଗ୍ରେସ ଦଳରେ ଅଛନ୍ତି। ୨୦୧୮ରେ ସେ ବିଜେପି ଛାଡିଥିଲେ। ୨୦୨୨ରେ ବିରୋଧୀ ଦଳଙ୍କ ପକ୍ଷରୁ ରାଷ୍ଟ୍ରପତି ପ୍ରାର୍ଥୀ ହୋଇଥିଲେ ଯଶୱନ୍ତ ସିହ୍ନା। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କଠାରୁ ପରାଜିତ ହୋଇଥିଲେ ଯଶୱନ୍ତ ସିହ୍ନା।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    30.3 ° C
    30.3 °
    30.3 °
    63 %
    3.4kmh
    8 %
    Mon
    30 °
    Tue
    30 °
    Wed
    30 °
    Thu
    30 °
    Fri
    30 °

    ସମ୍ବନ୍ଧିତ