Monday, September 28, 2026
30.3 C
Odisha

    କେଉଁ ଭିଟାମିନ୍ ଅଭାବରୁ ଡାଇବେଟିସ୍ ହେବାର ଆଶଙ୍କା ବଢ଼ିଥାଏ?

    ଆଗକୁ ପଢନ୍ତୁ

    ଖରାପ ଖାଦ୍ୟପେୟ ଓ ବ୍ୟାୟାମ ଅଭାବରୁ ମଧୁମେହ ହେବାର ଆଶଙ୍କା ବଢ଼ିଥାଏ। କିନ୍ତୁ ଆପଣ ଜାଣନ୍ତି କି? ଶରୀରରେ କିଛି ଭିଟାମିନ୍ ଅଭାବ ଯୋଗୁଁ ମଧ୍ୟ ଆପଣଙ୍କୁ ଡାଇବେଟିସ ମଧ୍ୟ ହୋଇପାରେ। ଯଦି ଆପଣ ଏହାକୁ ନେଇ ଅବଗତ ନାହାଁନ୍ତି, ତେବେ ଆସନ୍ତୁ ବିସ୍ତୃତ ଭାବରେ ଜାଣିବା।

    ବିଶେଷଜ୍ଞ ମତ
    ବିଶେଷଜ୍ଞଙ୍କ ଅନୁଯାୟୀ, ‘ମଧୁମେହ ହୃଦୟ, କିଡନୀ ଓ ଆଖି ଉପରେ ଖରାପ ପ୍ରଭାବ ପକାଇଥାଏ। ଏଭଳି ପରିସ୍ଥିତିରେ ଶରୀରକୁ ସୁସ୍ଥ ରଖିବା ପାଇଁ ମଧୁମେହକୁ ନିୟନ୍ତ୍ରଣରେ ରଖନ୍ତୁ।

    ଭିଟାମିନ୍-ଇ ର ଅଭାବ
    ଶରୀରରେ ଭିଟାମିନ୍ ଇ ର ଅଭାବ ଯୋଗୁଁ ମଧୁମେହ ହେବାର ଆଶଙ୍କା ବଢ଼ିଯାଏ। ଭିଟାମିନ୍ ଇ ଶରୀରରେ ଇନସୁଲିନ୍ ପରିମାଣ ବଢ଼ାଇଥାଏ। ଇନସୁଲିନ୍ ଶରୀରରେ ସୁଗାର ପରିମାଣକୁ ହ୍ରାସ କରିଥାଏ।

    କ’ଣ ଖାଇବା ଉଚିତ୍?
    ଶରୀରରେ ଭିଟାମିନ୍ ଇ ର ଅଭାବ ପୂରଣ କରିବା ପାଇଁ ଗହମ, ବାର୍ଲି, ଖଜୁରୀ, ଭାତ, କ୍ରିମ୍, ସ୍ପ୍ରାଉଟ୍ ଓ ଫଳ ଖାଇପାରିବେ।

    ଭିଟାମିନ୍ ସି
    ଶରୀରରେ ଭିଟାମିନ୍ ସି ର ଅଭାବ ଯୋଗୁଁ ମଧ୍ୟ ଆପଣଙ୍କର ମଧୁମେହ ହୋଇପାରେ। ଏପରି ପରିସ୍ଥିତିରେ, ଶରୀରରେ ଏହାର ଅଭାବକୁ ପୂରଣ କରିବା ପାଇଁ, ଆମଲା, କମଳା ଓ କିୱି ଖାଇପାରିବେ।

    ଭିଟାମିନ୍ କେ
    ଭିଟାମିନ୍ କେ ଶରୀରରେ ଇନସୁଲିନ୍ ପରିମାଣ ବଢ଼ାଇଇବାରେ ସାହାଯ୍ୟ କରିଥାଏ, ଯେଉଁ କାରଣରୁ ରକ୍ତରେ ଗ୍ଲୁକୋଜ୍ ସ୍ତର ସ୍ୱାଭାବିକ ହୋଇଯାଏ। ଏଭଳି ପରିସ୍ଥିତିରେ ଶରୀରରେ ଏହାର ଅଭାବ ଯୋଗୁଁ ମଧୁମେହ ହେବାର ଆଶଙ୍କା ବଢ଼ିଥାଏ। ଶରୀରରେ ଏହାର ଅଭାବ ପୂରଣ କରିବା ପାଇଁ, ସବୁଜ ପନିପରିବା ଖାଇପାରିବେ।

    ଭିଟାମିନ୍ ଡି
    ଶରୀରରେ ଭିଟାମିନ୍ ଡି ର ଅଭାବ ଯୋଗୁଁ ମଧୁମେହ ହେବାର ଆଶଙ୍କା ବଢ଼ିଯାଏ। କହି ରଖୁଛୁ ଯେ ସୂର୍ଯ୍ୟ କିରଣର ଅଭାବ ଯୋଗୁଁ ଲୋକମାନେ ଟାଇପ୍-୨ ମଧୁମେହର ଶିକାର ହୋଇପାରନ୍ତି। ଏପରି ପରିସ୍ଥିତିରେ ଏହାକୁ ଶରୀରରେ ଅଭାବ ହେବାକୁ ଦିଅନ୍ତୁ ନାହିଁ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    30.3 ° C
    30.3 °
    30.3 °
    63 %
    3.4kmh
    8 %
    Mon
    30 °
    Tue
    30 °
    Wed
    30 °
    Thu
    30 °
    Fri
    30 °

    ସମ୍ବନ୍ଧିତ