Saturday, February 14, 2026
30.7 C
Odisha

    ଭାରତରେ ନିବେଶ ପାଇଁ ଆମେରିକୀୟ ସିଇଓଙ୍କୁ ମୋଦିଙ୍କ ଆହ୍ବାନ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ଆମେରିକାର ବୃହତ୍‌ ପ୍ରଯୁକ୍ତି ସଂସ୍ଥାଗୁଡ଼ିକର ସିଇଓମାନଙ୍କୁ ଭାରତରେ ଶିଳ୍ପ ପ୍ରତିଷ୍ଠା ଓ ପୁଞ୍ଜିନିବେଶ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆମନ୍ତ୍ରଣ କରିଛନ୍ତି। ରବିବାର ଆମେରିକାର ବୃହତ୍‌ ପ୍ରଯୁକ୍ତି ଶିଳ୍ପର ସିଇଓମାନଙ୍କୁ ଉଦ୍‌ବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଥିଲେ, ଆମେରିକା, ଚାଇନା, ଜର୍ମାନୀ ଏବଂ ଜାପାନ ପରେ ଭାରତ ଏବେ ବିଶ୍ୱର ପଞ୍ଚମ ବୃହତ୍‌ ଅର୍ଥ ବ୍ୟବସ୍ଥା। ଏହାର ମୋଟ ଘରୋଇ ଉତ୍ପାଦ (ଜିଡିପି) ୩.୯ ଟ୍ରିଲିୟନ ଡଲାର। ଏହା ବିଶ୍ୱର ସବୁଠୁ ଦ୍ରୁତ ଅଭିବୃଦ୍ଧିଶୀଳ ଅର୍ଥନୀତି। କ୍ରମାଗତ ୩ ବର୍ଷ ହେଲା ଭାରତର ଜିଡିପି ଅଭିବୃଦ୍ଧି ୭ ପ୍ରତିଶତରୁ ଅଧିକ ରହିଛି। ତାଙ୍କ ତୃତୀୟପାଳି ସରକାରର କାର୍ଯ୍ୟକାଳ ମଧ୍ୟରେ ଭାରତ ବିଶ୍ୱର ତୃତୀୟ ବୃହତ୍‌ ଅର୍ଥନୀତି ହେବା ପାଇଁ ସମସ୍ତ ପ୍ରୟାସ ଚଳାଇଛି। ତେଣୁ ଭାରତର ଦ୍ରୁତ ଅଭିବୃଦ୍ଧିର ଫାଇଦା ଉଠାଇବା ପାଇଁ ମୋଦି ସିଇଓମାନଙ୍କୁ ପରାମର୍ଶ ଦେଇଛନ୍ତି। ଅଭିବୃଦ୍ଧିର ଫାଇଦା ନେଇ ଆମେରିକୀୟ ପ୍ରଯୁକ୍ତି କମ୍ପାନୀଗୁଡ଼ିକ ବିଶ୍ୱ ପାଇଁ ଭାରତ ସହ ମିଳିତ ଭାବେ ବିଭିନ୍ନ ସାମଗ୍ରୀର ବିକାଶ, ଡିଜାଇନ୍‌ ଓ ଉତ୍ପାଦନ କରିପାରିବେ। ସେମାନଙ୍କ ବୈଦ୍ଧିକ ସମ୍ପତ୍ତିର ସୁରକ୍ଷା ଏବଂ ପ୍ରଯୁକ୍ତି ଇନୋଭେଶନକୁ ବଢ଼ାଇବା ପାଇଁ ଭାରତ ପ୍ରତିବଦ୍ଧ ବୋଲି ପ୍ରଧାନମନ୍ତ୍ରୀ ବିଜ୍‌ନେସ୍‌ ଲିଡରମାନଙ୍କୁ କହିଥିଲେ। ଇଲେକ୍ଟ୍ରୋନିକ୍‌ ଏବଂ ସୂଚନା ପ୍ରଯୁକ୍ତି ଉତ୍ପାଦନ ଏବଂ ସେମିକଣ୍ଡକ୍ଟର କ୍ଷେତ୍ରରେ ଭାରତ ଯଥେଷ୍ଟ ପରିବର୍ତ୍ତନ ଆଣିଛି। ଭାରତକୁ ସେମିକଣ୍ଡକ୍ଟର ଉତ୍ପାଦନର ବୈଶ୍ୱିକ କେନ୍ଦ୍ର ଭାବେ ଗଢ଼ିବା ପାଇଁ ତାଙ୍କ ସରକାର ପ୍ରତିଶ୍ରୁତିବଦ୍ଧ ବୋଲି ମୋଦି କହିଥିଲେ। ଲୋଟ୍ଟେ ନ୍ୟୁୟର୍କ ପ୍ୟାଲେସ୍‌ ହୋଟେଲରେ ହୋଇଥିବା ଏହି ବୈଠକରେ ଏଆଇ, କ୍ୱାଣ୍ଟମ୍‌ କମ୍ପ୍ୟୁଟିଂ ଓ ସେମିକଣ୍ଡକ୍ଟର ସମେତ ଅତ୍ୟାଧୁନିକ ପ୍ରଯୁକ୍ତିର ୧୫ ବୃହତ୍‌ ଆମେରିକୀୟ ସଂସ୍ଥାର ସିଇଓମାନେ ଭାଗ ନେଇଥିଲେ। ଏହି ରାଉଣ୍ଡ ଟେବୁଲ ବୈଠକ ଫଳପ୍ରଦ ହୋଇଥିବା ପ୍ରଧାନମନ୍ତ୍ରୀ ଏକ୍ସ’ରେ ଲେଖିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    30.7 ° C
    30.7 °
    30.7 °
    20 %
    4.2kmh
    23 %
    Sat
    31 °
    Sun
    33 °
    Mon
    34 °
    Tue
    34 °
    Wed
    35 °

    ସମ୍ବନ୍ଧିତ