Sunday, March 15, 2026
29.6 C
Odisha

    ଭାରତରେ ମଙ୍କିପକ୍ସ ଆକ୍ରାନ୍ତ ଚିହ୍ନଟ

    ଆଗକୁ ପଢନ୍ତୁ

    ଭାରତରେ ମଙ୍କିପକ୍ସର ପ୍ରଥମ ମାମଲା ସାମ୍ନାକୁ ଆସିଛି। କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ସୋମବାର ଏନେଇ ସୂଚନା ଦେଇଛି। ରୋଗୀକୁ ବର୍ତ୍ତମାନ ଅଲଗା ରଖାଯାଇଛି। ଉକ୍ତ ବ୍ୟକ୍ତିଙ୍କଠାରୁ ରବିବାର ନମୁନା ସଂଗ୍ରହ କରାଯାଇଥିଲା ଏବଂ ବର୍ତ୍ତମାନ ଅନୁସନ୍ଧାନ ପରେ ଏହା ନିଶ୍ଚିତ ହୋଇଛି ଯେ ସେ ମଙ୍କିପକ୍ସରେ ସଂକ୍ରମିତ। ମକ୍ସିପକ୍ସ ଚିହ୍ନଟ ହୋଇଥିବା ଯୁବକ ଜଣଙ୍କ ପଶ୍ଚିମ ଆଫ୍ରିକା ଦେଶରୁ ଆସିଥିଲେ। ସେ ମକ୍ସିପକ୍ସରେ ଆକ୍ରାନ୍ତ ଥିବା ପୂର୍ବରୁ ସନ୍ଦେହ କରାଯାଉଥିଲା। ତାଙ୍କୁ ଆଇସୋଲେଶନରେ ରଖାଯିବା ସହ ତାଙ୍କ ନମୁନା ପରୀକ୍ଷା ପାଇଁ ପଠାଯାଇଥିଲା। ଏବେ ତାଙ୍କ ରିପୋର୍ଟ ପଜିଟିଭ ଆସିଛି।
    ବିଶ୍ୱ ସ୍ବାସ୍ଥ୍ୟ ସଂଗଠନର ବିବୃତ୍ତି ଅନୁଯାୟୀ, ୨୦୨୨ପରଠାରୁ ୧୧୬ଟି ଦେଶରେ ୯୯,୧୭୬ଟି ମଙ୍କିପକ୍ସ ମାମଲା ରିପୋର୍ଟ ହୋଇଛି, ସେଥିମଧ୍ୟରୁ ୨୦୮ ଜଣଙ୍କର ମୃତ୍ୟୁ ଘଟିଛି। ଗତ ବର୍ଷ ସଂକ୍ରମିତ ଲୋକଙ୍କ ସଂଖ୍ୟା ଯଥେଷ୍ଟ ବୃଦ୍ଧି ପାଇଥିଲା। ଚଳିତ ବର୍ଷ ଏ ପର୍ଯ୍ୟନ୍ତ ରିପୋର୍ଟ ହୋଇଥିବା ମାମଲା ସଂଖ୍ୟା ଗତ ବର୍ଷର ମୋଟ ସଂଖ୍ୟାକୁ ଅତିକ୍ରମ କରିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    29.6 ° C
    29.6 °
    29.6 °
    31 %
    2.3kmh
    100 %
    Sun
    31 °
    Mon
    38 °
    Tue
    38 °
    Wed
    38 °
    Thu
    36 °

    ସମ୍ବନ୍ଧିତ