Saturday, July 27, 2024
24.6 C
Odisha

    ଭାରତର ଲୋକସଭା ନିର୍ବାଚନରେ ବାଧା ସୃଷ୍ଟି କରିବାକୁ ଚୀନ AI କଣ୍ଟେଣ୍ଟ ବ୍ୟବହାର କରିପାରେ

    ଆଗକୁ ପଢନ୍ତୁ

    ଏପ୍ରିଲ ୧୯ରୁ ଦେଶରେ ସାତଟି ପର୍ଯ୍ୟାୟରେ ଲୋକସଭା ନିର୍ବାଚନ ପାଇଁ ମତଦାନ ଆରମ୍ଭ ହେବ । ତେବେ ଗୋଟିଏ ପଟେ ଭାରତରେ ଲୋକସଭା ପାଇଁ ବିଗୁଲ୍ ବାଜି ସାରିଥିବା ବେଳେ ଅନ୍ୟପଟେ ଆମେରିକାରେ ମଧ୍ୟ ରାଷ୍ଟ୍ରପତି ନିର୍ବାଚନ ହେବାକୁ ଯାଉଛି । ଏପରି ସ୍ଥିତିରେ ବିଶ୍ୱର ଅନ୍ୟତମ ଟପ୍ ଟେକ୍ନୋଲୋଜି କମ୍ପାନୀ ମାଇକ୍ରୋସଫ୍ଟ ପକ୍ଷରୁ ଆଲର୍ଟ ଜାରି କରାଯାଇଛି । ନିର୍ବାଚନରେ ବାଧା ସୃଷ୍ଟି କରିବାକୁ ଚୀନ ଏଆଇ ଜେନେରେଟ୍ କଣ୍ଟେଣ୍ଟର ଉପଯୋଗ କରିପାରେ ବୋଲି ଚେତାବନୀ ଦିଆଯାଇଛି ।

    ମାଇକ୍ରୋସଫ୍ଟର ରିପୋର୍ଟରେ କୁହାଯାଇଛି, ଚୀନ ଚଳିତ ବର୍ଷ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ଦ୍ୱାରା ସୃଷ୍ଟି ହୋଇଥିବା କଣ୍ଟେଣ୍ଟର ଉପଯୋଗ କରି ଆମେରିକା, ଦକ୍ଷିଣ କୋରିଆ ଓ ଭାରତରେ ହେବାକୁ ଥିବା ନିର୍ବାଚନରେ ହେରଫେର କରିବାକୁ ପ୍ରୟାସ କରିପାରେ । ଏହା ପୂର୍ବରୁ ତାଇୱାନରେ ଏପରି ଟ୍ରାଏଲ ହୋଇସାରିଛି । ୨୦୨୪ର ହାଇ ପ୍ରୋଫାଇଲ ନିର୍ବାଚନରେ ବାଧା ସୃଷ୍ଟି କରିବାକୁ ଚୀନର ସାଇବର ଗ୍ରୁପ ଏପରି ପ୍ରୟାସ କରିବାର ଆଶଙ୍କା ରହିଛି ।

    ସୂଚନାଯୋଗ୍ୟ ଯେ, ଏହା ପୂର୍ବରୁ ଗତବର୍ଷ ଚୀନର ସାଇବର କର୍ମୀମାନେ ଗତବର୍ଷ ଭାରତକୁ ଟାର୍ଗେଟ କରିଥିଲେ । ଚୀନର ଏକ ହ୍ୟାକର ଗ୍ରୁପ ଭାରତର ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ, ଗୃହ ମନ୍ତ୍ରଣାଳୟ ସମେତ ରିଲାଏନ୍ସ ଓ ଏୟାର ଇଣ୍ଡିଆର ବିଜିନେସ୍ ଉପରେ ଟାର୍ଗେଟ୍ କରିଥିବା ଦାବି କରାଯାଇଥିଲା । ହ୍ୟାକରମାନେ ଭାରତ ସରକାରଙ୍କର ୯୫.୨ ଗିଗାବାଇଟ୍ ଇମିଗ୍ରେସନ ଡାଟା ଚୋରି କରିନେଇଥିବା ଦି ୱାଶିଂଟନ ପୋଷ୍ଟରେ ଏକ ରିପୋର୍ଟ ପ୍ରକାଶ ପାଇଥିଲା । ଲିକ୍ ହୋଇଥିବା ଫାଇଲଗୁଡ଼ିକ ଗିଟହବରେ ପୋଷ୍ଟ କରାଯାଇଥିବା କୁହାଯାଇଥିଲା

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    24.6 ° C
    24.6 °
    24.6 °
    94 %
    4.3kmh
    100 %
    Sat
    25 °
    Sun
    29 °
    Mon
    30 °
    Tue
    30 °
    Wed
    28 °

    ସମ୍ବନ୍ଧିତ