Wednesday, October 7, 2026
22.3 C
Odisha

    ଏହି ଗୀତରେ ନାଚିବା ପରଠାରୁ ୫ବର୍ଷ ହେଲାଣି ଫିଜିଓ‌ଥେରାପି ନେଉଛନ୍ତି ନୋରା

    ଆଗକୁ ପଢନ୍ତୁ

    ମୁମ୍ବାଇ: ଏବେ ନୋରା ଫତେହିଙ୍କୁ ବଲିଉଡର ଡ୍ୟାନ୍ସ କୁଇନ୍ କୁହାଯାଉଛି। ଗତ କିଛି ବର୍ଷ ମଧ୍ୟରେ ନୋରା ନିଜର ନୃତ୍ୟ ଶୈଳୀ ଦ୍ବାରା ଲୋକଙ୍କ ହୃଦୟରେ ସ୍ବତନ୍ତ୍ର ସ୍ଥାନ ତିଆରି କରିଛନ୍ତି। ଅନେକ ଚଳଚ୍ଚିତ୍ରରେ ଥିବା ତାଙ୍କ ଗୀତର ଭିଡିଓ ଖୁବ ଭାଇରାଲ ହୋଇଥାଏ। ଦର୍ଶକଙ୍କୁ ଅନେକ ସୁପରହିଟ୍ ଗୀତ ଦେଇଥିବା ନୋରା ନିଜର ଏକ ଗୀତ ପାଇଁ ଏବେ ବି ଫିଜିଓ‌ଥେରାପି ନେଉଥିବା ଜଣାପଡ଼ିଛି। ଫିଲ୍ମ ‘ବଟାଲା ହାଉସ୍’ରେ ନୋରା ଫତେହି ‘ଓ ସାକି ସାକି’ ଗୀତରେ ନାଚିଥିଲେ। ଉଭୟ ଗୀତ ଓ ନୋରାଙ୍କ ନୃତ୍ୟକୁ ଲୋକେ ପସନ୍ଦ କରିଥିଲେ। ହେଲେ ଏହି ଗୀତରେ ଥିବା ଡ୍ୟାନ୍ସ ଷ୍ଟେପ ପାଇଁ ସେ ୫ବର୍ଷ ହେଲାଣି ଫିଜିଓ‌ଥେରାପି ନେଉଥିବା କହିଛନ୍ତି।

    ଏକ ସାକ୍ଷାତକାରରେ ସେ କହିଛନ୍ତି ଯେ, ଫିଲ୍ମ ସହ ବିଭିନ୍ନ ଷ୍ଟେଜ୍ ସୋ’ରେ ମୁଁ ‘ଓ ସାକି ସାକି’ରେ ନାଚିଥିଲି। ଏଥିରେ ଥିବା ଡ୍ୟାନ୍ସ ଷ୍ଟେପ କରିବା ପାଇଁ ମୋତେ ଅନେକ ଅଭ୍ୟାସ କରିବାକୁ ପଡ଼ିଥିଲା। ମୋ ଆଣ୍ଠୁ ଓ ଅଣ୍ଟାର ତଳ ଭାଗରେ ଗଭୀର ଯନ୍ତ୍ରଣ ହୋଇଥିଲା। ଏବେ ବି ମୋତେ ଯନ୍ତ୍ରଣ ଅନୁଭବ ହେଉଛି, ଯେଉଁଥିପାଇଁ ମୁଁ ୫ବର୍ଷ ହେଲାଣି ମୁଁ ଫିଜିଓ‌ଥେରାପିର ସାହାରା ନେଉଛି।

    ତେବେ ନୋରା ଫତେହିଙ୍କ ବଲିଉଡର ଯାତ୍ରା ଦେଖିବାକୁ ଗଲେ ସେ ଦର୍ଶକଙ୍କୁ ‘ଦିଲବର’, ‘କମରିଆ’, ‘ଏକ ତେ‌ା କମ ଜିନ୍ଦେଗାନି’, ‘ମାନିକେ’, ‘ଜେଡ଼ା ନଶା’, ‘ନା ଗୋରିଏ’ ଭଳି ଅନେକ ଗୀତ‌ରେ ନିଜର ନୃତ୍ୟଶୈଳୀ ଦେଖାଇସାରିଛନ୍ତି। ନୋରାଙ୍କ ଆଗାମୀ ପ୍ରୋଜେକ୍ଟ ବିଷୟରେ କହିବାକୁ ଗଲେ ସେ ଖୁବ୍ ଶୀଘ୍ର ବରୁଣ ତେଜଙ୍କ ତେଲୁଗୁ ଚଳଚ୍ଚିତ୍ର ‘ମଟକା’ରେ ନଜର ଆସିବେ। ରେମୋ ଡି’ସୁଜାଙ୍କ ଡ୍ୟାନ୍ସ ଡାଡରେ ମଧ୍ୟ ନୋରାଙ୍କୁ ଦେଖିବାକୁ ମିଳିବ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    22.3 ° C
    22.3 °
    22.3 °
    87 %
    1.4kmh
    3 %
    Tue
    22 °
    Wed
    31 °
    Thu
    30 °
    Fri
    30 °
    Sat
    30 °

    ସମ୍ବନ୍ଧିତ