Monday, March 16, 2026
23.6 C
Odisha

    ଭାରତର ୱାଣ୍ଟେଡ ଆତଙ୍କବାଦୀର ହୃତଘାତରେ ମୃତ୍ୟୁ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ଇସଲାମିକ୍ ଆତଙ୍କବାଦୀ ସଂଗଠନ ଲସ୍କର-ଏ-ତୈୟବାର ଡେପୁଟି ଚିଫ ଅବଦୁଲ ରହମାନ ମକ୍କିର ପାକିସ୍ତାନ ଲାହୋରରେ ମୃତ୍ୟୁ ହୋଇଯାଇଛି। ଜମାତ-ଉଦ-ଦାୱାର ଅନୁଯାୟୀ ମକ୍କି କିଛିଦିନ ହେବ ଅସୁସ୍ଥ ଥିଲା। ଆଜି ସକାଳେ ହୃତଘାତ ହେବାରୁ ତାର ମୃତ୍ୟୁ ହୋଇଯାଇଛି।ମକ୍କିକୁ ପାକିସ୍ତାନ ସରକାର ୨୦୧୯ ମଇ ୧୫ ତାରିଖରେ ଗିରଫ କରିଥିଲା। ୨୦୨୦ରେ ଟେରର ଫଣ୍ଡିଙ୍ଗ ମାମଲରେ ମକ୍କିକୁ ପାକିସ୍ତାନ କୋର୍ଟ ଦଣ୍ଡର ଶୁଣାଣି କରିଥିଲେ।

    ମୁମ୍ବାୁଇରେ ୨୬/୧୧ରେ ହୋଇଥିବା ଆକ୍ରମଣର ଦୋଷୀ ଅବଦୁଲ ରହମାନ ମକ୍କି ଆତଙ୍କବାଦୀ ହାଫିଜ ସଇଦର ଭିଣୋଇ। ମକ୍କି ପ୍ରାୟତଃ ଭାରତ ବିରୋଧରେ ଉତ୍ତେଜନାମୂଳକ ବୟାନ ଦେଉଥିଲା।

    ୨୦୧୭ରେ ଜମ୍ମୁ-କଶ୍ମୀରରେ ଭାରତୀୟ ସୁରକ୍ଷା ବାହିନୀ ଦ୍ୱାରା କରାଯାଇଥିବା ଅପରେସନରେ ତାର ପୁଅ ଓବେଦ ରେହମାନ ମକ୍କି ନିହତ ହୋଇଥିଲା ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    23.6 ° C
    23.6 °
    23.6 °
    41 %
    1.3kmh
    2 %
    Mon
    38 °
    Tue
    38 °
    Wed
    37 °
    Thu
    35 °
    Fri
    34 °

    ସମ୍ବନ୍ଧିତ