Thursday, February 12, 2026
31.4 C
Odisha

    ଭାରତୀୟ ମହିଳା ଦଳର ରେକର୍ଡ ସ୍କୋର, ଓ୍ବେଷ୍ଟଇଣ୍ଡିଜକୁ ୧୧୫ ରନରେ ହରାଇଲା

    ଆଗକୁ ପଢନ୍ତୁ

    ବରୋଦରା : ଭାରତୀୟ ମହିଳା ଦଳ ଓ ୱେଷ୍ଟଇଣ୍ଡିଜ୍ ମହିଳା ଦଳ ମଧ୍ୟରେ ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ଖେଳାଯାଉଛି। ଏହି ସିରିଜର ପ୍ରଥମ ମ୍ୟାଚ୍ ରେ ଟିମ୍ ଇଣ୍ଡିଆ ବିଜୟୀ ହୋଇଥିଲା। ଶୃଙ୍ଖଳାର ଦ୍ବିତୀୟ ମ୍ୟାଚ୍ ରେ ଭାରତୀୟ ଦଳ ପ୍ରଥମେ ବ୍ୟାଟିଂ କରି ଚମତ୍କାର ପ୍ରଦର୍ଶନ କରି ୩୫୮ ରନ କରିବା ସହ ନିଜର ପୂର୍ବ ରେକର୍ଡର ସମକକ୍ଷ ହୋଇଛି । ଦୁଇ ଦଳ ମଧ୍ୟରେ ଖେଳାଯାଉଥିବା ଏହି ମ୍ୟାଚରେ ଟିମ୍ ଇଣ୍ଡିଆର ଅଧିନାୟିକା ହରମନପ୍ରୀତ କୌର ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଯାହା ପରେ ଟିମ୍ ଇଣ୍ଡିଆ ପ୍ରଥମେ ବ୍ୟାଟିଂ କରିବାକୁ ପଡ଼ିଆକୁ ଓହ୍ଲାଇଥିଲା ଏବଂ ଭାରତୀୟ ଦଳ ୫ ୱିକେଟ୍ ହରାଇ ୫୦ ଓଭରରେ ୩୫୮ ରନ୍ କରିଥିଲା। ଦିନିକିଆ କ୍ରିକେଟରେ ଏହା ଟିମ୍ ଇଣ୍ଡିଆର ସର୍ବୋଚ୍ଚ ସ୍କୋର। ଏହା ପୂର୍ବରୁ ଭାରତୀୟ ମହିଳା ଦଳ ୨୦୧୭ରେ ଆୟର୍ଲାଣ୍ଡ ବିପକ୍ଷରେ ଖେଳାଯାଇଥିବା ଦିନିକିଆ ମ୍ୟାଚରେ ୩୫୮ ରନ୍ କରିଥିଲା। ୭ ବର୍ଷ ପରେ ଟିମ୍ ଇଣ୍ଡିଆ ପୁଣି ଥରେ ନିଜ ରେକର୍ଡର ସମକକ୍ଷ ହୋଇଛି। ଭାରତ ପକ୍ଷରୁ ହରଲିନ ଦେଓଲ ୧୧୫ ରନ କରିଥିବାବେଳେ ପ୍ରତିକା ରାଓ୍ବଲ ୭୬ ରନ କରିଥିଲେ ।

    ଭାରତର ୩୫୮ ରନ ଜବାବରେ ଓ୍ବେଷ୍ଟ ଇଣ୍ଡିଜ ମହିଳା ଦଳ ୨୪୩ ରନ କରି ଅଲଆଉଟ ହୋଇଯାଇଥିଲା । ଫଳରେ ଭାରତ ୧୧୫ ରନରେ ବିଜୟୀ ହୋଇଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    31.4 ° C
    31.4 °
    31.4 °
    17 %
    2.3kmh
    0 %
    Thu
    30 °
    Fri
    32 °
    Sat
    34 °
    Sun
    34 °
    Mon
    35 °

    ସମ୍ବନ୍ଧିତ