Tuesday, March 17, 2026
31.5 C
Odisha

    ଭାରତ ବନାମ ଦକ୍ଷିଣ ଆଫ୍ରିକା ପ୍ରଥମ ଟି ଟ୍ବେଣ୍ଟି ମ୍ୟାଚ୍, ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ନିମନ୍ତ୍ରିଣ କରି ପ୍ରଥମ ଟିକେଟ ସମର୍ପଣ କଲେ ଓସିଏ ସମ୍ପାଦକ

    ଆଗକୁ ପଢନ୍ତୁ

    ପୁରୀ : ଆସନ୍ତା ଡିସେମ୍ବର ୯ ତାରିଖରେ କଟକ ବାରବାଟିରେ ଭାରତ ବନାମ ଦକ୍ଷିଣ ଆଫ୍ରିକା ପ୍ରଥମ ଟି ଟ୍ବେଣ୍ଟି ମ୍ୟାଚ୍ ଅନୁଷ୍ଠିତ ହେବ ।  ଏହାକୁ ନେଇ ସମସ୍ତଙ୍କ ମଧ୍ୟରେ ବେଶ୍ ଉତ୍ସାହ ଓ ଅପେକ୍ଷା ରହିଛି ।  ତେବେ ମ୍ୟାଚ୍ ପୂର୍ବରୁ ଆଜି ଶ୍ରୀମନ୍ଦିର ଆସି ମହାପ୍ରଭୁଙ୍କୁ ନିମନ୍ତ୍ରିତ କରିବା ସହିତ ପ୍ରଥମ ଟିକେଟ ମହାପ୍ରଭୁଙ୍କ ନିକଟରେ ସମର୍ପଣ କରିଛନ୍ତି ଓସିଏ ସମ୍ପାଦକ ସଞ୍ଜୟ ବେହେରା ।

    ମହାପ୍ରଭୁଙ୍କ ଦର୍ଶନ କରିବା ସହ ବାରବାଟିରେ ଅନୁଷ୍ଠିତ ଟି ଟ୍ବେଣ୍ଟି ମ୍ୟାଚ୍ କିଭଳି ସୁରୁଖୁରୁରେ ସମ୍ପାଦିତ ହେବ ସେନେଇ ଠାକୁରଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି ।  ଏଥିସହ ଏହି ମ୍ୟାଚ ରେ ଟିମ୍ ଇଣ୍ଡିଆ କିଭଳି ବିଜୟ ହାସଲ କରିବ ସେନେଇ ମଧ୍ୟ ମହାପ୍ରଭୁଙ୍କ ନିକଟରେ କାମନା କରିଛନ୍ତି। ବାରବାଟୀରେ ଆୟୋଜିତ ହେବାକୁ ଥିବା ଟି ଟ୍ବେଣ୍ଟି ମ୍ୟାଚ୍ ପାଇଁ ସମସ୍ତ ପ୍ରସ୍ତୁତି ପ୍ରାୟତଃ ଶେଷ ପର୍ଯ୍ୟାୟରେ ପହଞ୍ଚିଛି।

    ସେପଟେ ଆଜି ମୁଖ୍ୟମନ୍ତ୍ରୀଙ୍କ ପାଖକୁ ଓସିଏ ସମ୍ପାଦକ ଯିବା ସହିତ ଟି ଟ୍ବେଣ୍ଟି ମ୍ୟାଚ ପାଇଁ ମୁଖ୍ୟମନ୍ତ୍ରୀ ଟିକେଟ୍ କିଣିବେ ବୋଲି ସଞ୍ଜୟ ବେହେରା କହିଛନ୍ତି। ଆସନ୍ତାକାଲି ଠାରୁ ଅନଲାଇନରେ ଟି ଟ୍ବେଣ୍ଟି ମ୍ୟାଚ ପାଇଁ ଟିକେଟ୍ ବିକ୍ରି ଆରମ୍ଭ ହେବ। ଗତବର୍ଷ ଭଳି ଚଳିତଥର ବାରବାଟିରେ ମ୍ୟାଚ୍ ସମୟରେ ଲାଇଟ୍ ର ସମସ୍ୟା ଦେଖାଦେବ ନାହିଁ ବୋଲି ଓସିଏ ସମ୍ପାଦକ ସଞ୍ଜୟ ବେହେରା କହିଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    31.5 ° C
    31.5 °
    31.5 °
    30 %
    5.1kmh
    80 %
    Tue
    32 °
    Wed
    36 °
    Thu
    36 °
    Fri
    35 °
    Sat
    33 °

    ସମ୍ବନ୍ଧିତ