Thursday, March 12, 2026
23.5 C
Odisha

    ଭାଷଣ ଦେବା ସମୟରେ ଷ୍ଟେଜ ଉପରେ ମୋଦିଙ୍କୁ ଭୁଲିଗଲେ ବାଇଡେନ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ:ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନଙ୍କ ଭୁଲିଯିବା ସମସ୍ୟା ଦିନକୁ ଦିନ ଜଟିଳ ହେବାରେ ଲାଗିଛି। ରିପୋର୍ଟରେ ଦର୍ଶାଯାଇଛି ଯେ ବୟସ ବଢିବା ଏବଂ ସ୍ମୃତି ଶକ୍ତି ଦୁର୍ବଳ ହେବା କାରଣରୁ ଜୋ ବାଇଡେନ ଆମେରିକାର ପରବର୍ତ୍ତୀ ରାଷ୍ଟ୍ରପତି ନିର୍ବାଚନରୁ ତାଙ୍କ ନାମ ପ୍ରତ୍ୟାହାର କରି ନେଇଛନ୍ତି। ନିକଟରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ମଞ୍ଚ ଶେୟାର କରୁଥିବା ବେଳେ ଭୁଲିଯିବାର ସମସ୍ୟା ସାମ୍ନାକୁ ଆସିଥିଲା। ତାଙ୍କୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ପରିଚୟ ଦେବାର ଥିଲା କିନ୍ତୁ ସେ ତାହା ଭୁଲି ଯାଇଥିଲେ। ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ଡେଲାୱେରରେ କ୍ୱାଡ ନେତାଙ୍କ ସହ ଏକ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପରିଚିତ କରାଇବାରେ ଭୁଲ କରିଛନ୍ତି। ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଥିଲା ‘କ୍ୟାନସର ମୁନଶଟ’ ଇନିସିଏଟିଭ ଲଞ୍ଚ କରିବାର ଥିଲା। ଯାହାର ଉଦ୍ଦେଶ୍ୟ ହେଉଛି ଇଣ୍ଡୋ-ପାସିଫିକ ଅଞ୍ଚଳରେ କ୍ୟାନସର ବୋଝକୁ କମ୍‌ କରିବା।
    ଯେତେବେଳେ ବାଇଡେନଙ୍କୁ ମୋଦିଙ୍କ ପରିଚୟ ଦେବାକୁ ପଡିଲା, ସେତେବେଳେ ସେ ଦ୍ୱନ୍ଦ୍ୱରେ ପଡ଼ି ପଚାରିଥିଲେ ମୁଁ ପରବର୍ତ୍ତୀ ସମୟରେ କାହାର ପରିଚୟ ଦେଉଛି? ଏହା ଉପରେ କାର୍ଯ୍ୟକ୍ରମ ସଂଚାଳକ ତୁରନ୍ତ ପିଏମ ମୋଦିଙ୍କ ନାମ ନେଇଥିଲେ। ତା’ପରେ ଜୋ ବେଇଡେନ ମୋଦିଙ୍କ ପରିଚିୟ ଦେଇଥିଲେ।
    ନିକଟ ଅତୀତରେ, ଏହିପରି ଅନେକ ଘଟଣା ବେଇଡେନଙ୍କ ସାମ୍ନାକୁ ଆସିଛି ଯେଉଁଠାରେ ସେ ସାଧାରଣ କାର୍ଯ୍ୟକ୍ରମରେ ଶବ୍ଦ ସମ୍ବନ୍ଧରେ ବିରାମ କିମ୍ବା ଭୁଲିଯିବା ସମସ୍ୟାର ସମ୍ମୁଖୀନ ହୋଇଛନ୍ତି । ଚଳିତ ବର୍ଷ ଜୁଲାଇରେ ନାଟୋ ଶିଖର ସମ୍ମିଳନୀରେ ସେ ଭୁଲରେ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କିଙ୍କୁ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଭାବରେ ସମ୍ବୋଧିତ କରିଥିଲେ। ଏହା ବ୍ୟତୀତ ରାଷ୍ଟ୍ରପତି ବାଇଡେନଙ୍କ ପ୍ରଥମ ରାଷ୍ଟ୍ରପତି ବିତର୍କରେ ଉପସ୍ଥାପନା ଉପରେ ମଧ୍ୟ ପ୍ରଶ୍ନ ଉଠିଥିଲା, ଯେଉଁଥିରେ ସେ ବେଳେବେଳେ ଶବ୍ଦଗୁଡ଼ିକୁ ସଠିକ ଭାବରେ ଉଚ୍ଚାରଣ କରିନଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    23.5 ° C
    23.5 °
    23.5 °
    22 %
    1.3kmh
    0 %
    Wed
    24 °
    Thu
    38 °
    Fri
    39 °
    Sat
    40 °
    Sun
    37 °

    ସମ୍ବନ୍ଧିତ