Saturday, September 19, 2026
24.2 C
Odisha

    ଭୁବନେଶ୍ୱରରେ ଭଙ୍ଗାଯିବ ୧୯୧ଟି ବେଆଇନ ଆପାର୍ଟମେଣ୍ଟ: ନଗର ଉନ୍ନୟନ ମନ୍ତ୍ରୀ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର: ଦୁଇ ଦିନ ବିରତି ପରେ ଆଜି ପୁଣି ସରଗରମ ହୋଇଥିଲା ବିଧାନସଭା ଅଧିବେଶନ। ବିଧାୟକ ରଣେନ୍ଦ୍ର ସ୍ୱାଇଁଙ୍କ ଆପାର୍ଟମେଣ୍ଟ ଜନିିତ ପ୍ରଶ୍ନରେ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ଉତ୍ତର ଦେଇଛନ୍ତି। ମନ୍ତ୍ରୀ କହିଛନ୍ତି ଯେ, ଭୁବନେଶ୍ବର ଉନ୍ନୟନ କର୍ତ୍ତୃପକ୍ଷ ଅଧିନରେ ବେଆଇନ୍ ଭାବେ ଗଢ଼ିଉଠିଥିବା ଆପାର୍ଟମେଣ୍ଟ/ କୋଠାବାଡି ନିର୍ମାଣ ବିରୁଦ୍ଧରେ ମୋଟ ୪୯୧ ଟି ମାମଲା ରୁଜୁ ହୋଇଥିବା ବେଳେ ତନ୍ମଧ୍ୟରୁ ୧୯୧ ଟି ମାମଲାରେ ଭୂମିସାତ ପାଇଁ ଆଦେଶ ହୋଇଥିବା ସ୍ଥଳେ ୬୩ ଟି ମାମଲା ଖାରଜ ହୋଇଛି ଏବଂ ୨୩୭ ଟି ମାମଲା ବିଚାରାଧୀନ ଅଛି । ସେହିପରି ଭୁବନେଶ୍ଵର ମହାନଗର ନିଗମ ଅଧିନରେ ବେଆଇନ୍ ଭାବେ ଗଢ଼ିଉଠିଥିବା ଆପାର୍ଟମେଣ୍ଟ/କୋଠାବାଡି ନିର୍ମାଣ ବିରୁଦ୍ଧରେ ୧୪୪୪ ଟି ମାମଲା ରୁଜୁ ହୋଇଥିବା ବେଳେ ଏଥି ମଧ୍ୟରୁ ୪୫୧ ଟି ମାମଲା ଫଇସଲା ହୋଇସାରିଛି ଏବଂ ୯୯୩ ଟି ମାମଲା ବିଚାରଧୀନ ଅଛି । ଆଇନ ଉଲଙ୍ଘନ କରୁଥିବା ବ୍ୟକ୍ତିମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି । ଏ ନେଇ ସୂଚନା ଦେଇଛନ୍ତି ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡ଼. କୃଷ୍ଣଚନ୍ଦ୍ର ମହାପାତ୍ର।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    24.2 ° C
    24.2 °
    24.2 °
    90 %
    1.5kmh
    100 %
    Fri
    24 °
    Sat
    30 °
    Sun
    30 °
    Mon
    29 °
    Tue
    30 °

    ସମ୍ବନ୍ଧିତ