Tuesday, April 21, 2026
42 C
Odisha

    ମନମୋହନ-ଦେବୀ ମିଶ୍ର ମୁହାଁମୁହିଁ

    ଆଗକୁ ପଢନ୍ତୁ

    ଭୁବନେଶ୍ବର: ୭୬ ସାଧାରଣତନ୍ତ୍ର ଦିବସ ଅବସରରେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ବିଜେପି ରାଜ୍ୟ କାର୍ଯ୍ୟାଳୟରେ ପତାକା ଉତ୍ତୋଳନ କରି ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସରକାରଙ୍କୁ ଟାର୍ଗେଟ କରିଥିଲେ।ସେ କହିଥିଲେ, ଓଡ଼ିଶାରେ ଶାସନର ପରିବର୍ତ୍ତନ ହୋଇଛି। ପୂର୍ବରୁ ଲୋକେ କହୁଥିଲେ ଓଡିଶା ଅଭିଶପ୍ତ ରହିଛି। ଏଥର ଆମକୁ ସୁଯୋଗ ମିଳିଛି ଆମେ ସମସ୍ତେ ଓଡ଼ିଶାର ବିକାଶକୁ ତ୍ୱରାନ୍ୱିତ କରିବୁ।

    ଲୋକେ ୨୪ ବର୍ଷ ଶାସନଠାରୁ ମୁହଁ ବୁଲେଇଛନ୍ତି। ଆମକୁ ଦାୟିତ୍ଵ ଦେଇଛନ୍ତି। ଆଜି ଓଡିଶାରେ ଗଣତାନ୍ତ୍ରିକ ବ୍ୟବସ୍ଥା ଆରମ୍ଭ ହୋଇଛି।

    ବିଜେପି ରାଜ୍ୟ ସଭାପତିଙ୍କ ଅଭିଶପ୍ତ ୨୪ ବର୍ଷ ଓଡ଼ିଶା ଉପରେ  ବିଜେଡି ନେତା ଦେବୀ ମିଶ୍ର ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି ମନମୋହନ ସାମଲ ବୋଧେ ଭୁଲିଯାଉଛନ୍ତି ସେ ବି ଅତୀତରେ ସରକାରରେ ଥିଲେ । ନୀତି ଆୟୋଗ କାହାର ବୋଲି ଦେବୀ ମିଶ୍ର ପ୍ରଶ୍ନ କରିଛନ୍ତି । ଏହାସହିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସରକାର ଏବଂ ମୋନମୋହନ ସିଂଙ୍କ ସରକାର ସବୁ ସମୟରେ ନବୀନ ପଟ୍ଟନାୟକଙ୍କ ସରକାରକୁ ପ୍ରଶଂସା କରି ଆସିଛନ୍ତି ବୋଲି ଦେବୀ ମିଶ୍ର କହିଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    42 ° C
    42 °
    42 °
    11 %
    4kmh
    8 %
    Tue
    42 °
    Wed
    43 °
    Thu
    43 °
    Fri
    44 °
    Sat
    44 °

    ସମ୍ବନ୍ଧିତ