Wednesday, March 18, 2026
22.3 C
Odisha

    ମନିଲଣ୍ଡରିଂ ମାମଲା: କେଜ୍ରିୱାଲଙ୍କ ଅଡ଼ୁଆ ବଢ଼ିଲା

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଵାଲଙ୍କ ପାଇଁ ଆଉ ଏକ ଅଡ଼ୁଆ ଆସିଛି। ଉପରାଜ୍ୟପାଳ ଭିକେ ସକ୍ସେନା ମଦ ଦୁର୍ନୀତି ସହ ଜଡ଼ିତ ମନିଲଣ୍ଡରିଂ ମାମଲାରେ ତାଙ୍କ ବିରୋଧରେ ମାମଲା ରୁଜୁ କରିବାକୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)କୁ ମଞ୍ଜୁରି ଦେଇଛନ୍ତି। ଦିଲ୍ଲୀ ନିର୍ବାଚନ ପୂର୍ବରୁ ଏହି ମଞ୍ଜୁରି ମିଳିଛି, ଯାହା କି ଲୋକସଭା ନିର୍ବାଚନ ପରାଜୟ ପରେ କେଜ୍ରିୱାଲଙ୍କ ପାଇଁ ଏକ ବଡ଼ ପରୀକ୍ଷା ହେବ। ତେବେ ଆପ୍ ଏହାକୁ ମିଥ୍ୟା ଓ ବିଭ୍ରାନ୍ତିକର ବୋଲି କହିବା ସହ ଉପରାଜ୍ୟପାଳ ଦେଇଥିବା ମଞ୍ଜୁରିର ନକଲ ଦେଖାଇବାକୁ ଇଡିକୁ କହିଛି।
    ପୂର୍ବରୁ କେଜ୍ରିୱାଲଙ୍କ ବିରୋଧରେ ପ୍ରିଭେନ୍ସନ୍ ଅଫ୍ ମନିଲଣ୍ଡରିଂ ଆକ୍ଟ (ପିଏମ୍ଏଲ୍ଏ) ଅନୁଯାୟୀ ମାମଲା ରୁଜୁ ହୋଇଥିଲେ ହେଁ ଶୁଣାଣି ଆରମ୍ଭ ହୋଇ ନ ଥିଲା। ମନିଲଣ୍ଡରିଂ ମାମଲାରେ ସରକାରୀ ପଦବିରେ ଥିବା ବ୍ୟକ୍ତିଙ୍କ ବିରୋଧରେ ମାମଲା ରୁଜୁ କରିବା ପାଇଁ ସୁପ୍ରିମ୍‌କୋର୍ଟ ଉପରାଜ୍ୟପାଳଙ୍କ ଅନୁମୋଦନକୁ ବାଧ୍ୟତାମୂଳକ କରିବା ପରେ ଇଡି ମୁଖ୍ୟ ଶାସନ ସଚିବଙ୍କୁ ଚିଠି ଲେଖି ଅନୁମତି ମାଗିଥିଲା। ଦିଲ୍ଲୀ ବିଜେପି ମୁଖ୍ୟ ବୀରେନ୍ଦ୍ର ସଚଦେବ କେଜ୍ରିଵାଲଙ୍କ ବିରୋଧରେ ମାମଲା ରୁଜୁ କରିବା ପାଇଁ ଅନୁମତିକୁ ସ୍ୱାଗତ କରିଛନ୍ତି। ତେବେ ମୁଖ୍ୟମନ୍ତ୍ରୀ ଆତିଶୀ ଲୋକଙ୍କୁ ଅନ୍ୟାନ୍ୟ ପ୍ରସଙ୍ଗରୁ ଦୂରେଇ ରଖିବା ପାଇଁ ଏହି ଖବର ପ୍ରଚାର କରାଯାଉଛି ବୋଲି କହିଛନ୍ତି ଏବଂ ଅନୁମୋଦନପତ୍ରକୁ ସାର୍ବଜନୀନ କରିବାକୁ ଇଡିକୁ ଆହ୍ୱାନ ଦେଇଛନ୍ତି। ସେ କହିଛନ୍ତି, ଯଦି ଉପରାଜ୍ୟପାଳ ଅନୁମତି ଦେଇଛନ୍ତି, ତେବେ ଏହାର କପି ସାର୍ବଜନୀନ କରିବାରେ ଅସୁବିଧା କେଉଁଠି? ଲୋକଙ୍କୁ ବିଭ୍ରାନ୍ତ କରିବା ଓ ମୁଖ୍ୟ ପ୍ରସଙ୍ଗରୁ ଦୂରେଇ ରଖିବା ପାଇଁ ଏହି ଖବର ପ୍ରସାର କରାଯାଉଛି। ବିଜେପି ଏହି ଷଡ଼୍‌ଯନ୍ତ୍ର ବନ୍ଦ କରୁ। ସତ ସାମ୍ନାକୁ ଆସୁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    22.3 ° C
    22.3 °
    22.3 °
    69 %
    8.9kmh
    99 %
    Wed
    30 °
    Thu
    34 °
    Fri
    35 °
    Sat
    34 °
    Sun
    35 °

    ସମ୍ବନ୍ଧିତ