Monday, September 21, 2026
23.7 C
Odisha

    ମର୍ଣ୍ଣିଂ ଓ୍ବାକ୍ ବେଳେ ଧକ୍କା ଦେଲା ପିକଅପ୍ ଭ୍ୟାନ୍, ଚାଲିଗଲା ଜୀବନ

    ଆଗକୁ ପଢନ୍ତୁ

    ମୟୁରଭଞ୍ଜ : ମର୍ଣ୍ଣିଂ ଓ୍ବାକ୍ ବେଳେ ଧକ୍କାଦେଲା ପିକଅପ୍ ଭ୍ୟାନ୍ ,ଚାଲିଗଲା ଜୀବନ। ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ମୟୁରଭଞ୍ଜ ଜିଲ୍ଲା କପ୍ତିପଦା ଥାନା ଝିଙ୍କପଦା ଗାଁ ନିକଟରେ । ମୃତକ କୃପାସିନ୍ଧୁ ସେଠୀ ବୋଲି ଜଣାପଡିଛି।

    ସୂଚନା ମୂତାବକ କପ୍ତିପଦା ଅଞ୍ଚଳର କୃପାସିନ୍ଧୁ ସେଠୀ ଆଜି ସକାଳେ ମର୍ଣ୍ଣିଂ ଓ୍ବାକ୍‌ ପାଇଁ ଯାଇଥିଲେ। ଏତିକିବେଳେ ଝିଙ୍କପଦା ନିକଟରେ କଟକରୁ ମାଲ ବୋଝେଇ କରି ନେଇ ଆସୁଥିବା ଏକ ପିକଅପ୍ ଭ୍ୟାନ୍ କୃପାସିନ୍ଧୁଙ୍କ ପଛରୁ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ କୃପାସିନ୍ଧୁଙ୍କର ଜୀବନ ଚାଲିଯାଇଥିଲା। ଘଟଣା ଘଟିବା ପରେ ପିକଅପ୍ ଭ୍ୟାନ ଡ୍ରାଇଭର ଜଣକ ଫେରାର ହୋଇଯାଇଥିଲେ। ପରେ କପ୍ତିପଦା ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    23.7 ° C
    23.7 °
    23.7 °
    95 %
    0.2kmh
    100 %
    Mon
    29 °
    Tue
    28 °
    Wed
    28 °
    Thu
    24 °
    Fri
    24 °

    ସମ୍ବନ୍ଧିତ