Wednesday, October 14, 2026
28.9 C
Odisha

    ଅଙ୍ଗନୱାଡି କେନ୍ଦ୍ରରେ ହାତୀପଲଙ୍କ ଉପଦ୍ରବ

    ଆଗକୁ ପଢନ୍ତୁ

    ମୋରଡ଼ା : ମୟୂରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ରେଞ୍ଜ୍‌ ଅଧୀନ ଭଦୁଆଶୋଳ ପଞ୍ଚାୟତର କୃଷ୍ଣଚନ୍ଦ୍ରପୁର ଅଙ୍ଗନୱାଡି କେନ୍ଦ୍ରରେ ଶୁକ୍ରବାର ବିଳମ୍ବିତ ରାତିରେ ହାତୀପଲଙ୍କ ଉପଦ୍ରବ। ହାତୀପଲ ଅଙ୍ଗନଓ୍ବାଡି କେନ୍ଦ୍ରରେ ପଶି ସାମଗ୍ରୀ ସବୁ ଭାଙ୍ଗି ନଷ୍ଟ କରିଦେଇଛନ୍ତି। ୨୦ ଟିକିଆ ଶିମିଳିପାଳ ହାତୀପଲ ଏହି ଅଞ୍ଚଳରେ ବୁଲୁଥିଲେ। ହାତୀପଲ ଅଙ୍ଗନୱାଡି କେନ୍ଦ୍ରର ଗ୍ରିଲ୍‌ ଭାଙ୍ଗି ଭିତରକୁ ପ୍ରବେଶ କରି କବାଟ ଓ ଝରକା ଭାଙ୍ଗି ଭିତରେ ଥିବା ଚାଉଳ ଖାଇବା ସହ ସମସ୍ତ ଜିନିଷପତ୍ର ଭାଙ୍ଗି ନଷ୍ଟ କରିଦେଇଛନ୍ତି। ବାରମ୍ବାର ହାତୀପଲ ପଶି କେନ୍ଦ୍ରର ସାମଗ୍ରୀ ନଷ୍ଟ କରିବାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ପ୍ରକାଶ ପାଇଛି।
    ପ୍ରକାଶଥାଉ କି, ଦୁଇମାସ ତଳେ ହାତୀପଲ ଏହି ଅଙ୍ଗନୱାଡି କେନ୍ଦ୍ରକୁ ପ୍ରବେଶ କରି ବହୁ ଜିନିଷପତ୍ର ନଷ୍ଟ କରିଥିଲେ। ହାତୀର ଗତିବିଧି ଉପରେ ନଜର ରଖିବା ପାଇଁ ଏହି ଅଙ୍ଗନଓ୍ବାଡି କେନ୍ଦ୍ର ପାଖରେ ଏକ ଟାୱାର ଅଛି ସତ କିନ୍ତୁ ସେଠାରେ କେହି ବନରକ୍ଷୀ ରହୁ ନ ଥିବାରୁ ଏପରି ଘଟଣା ଘଟୁଛି। ଯଥାଶୀଘ୍ର ଅଙ୍ଗନୱାଡି କେନ୍ଦ୍ରର ଅଧାପନ୍ତରିଆ ହୋଇ ପଡ଼ିରହିଥିବା ପାଚେରି ସମ୍ପୂର୍ଣ୍ଣ ଭାବେ ଚତୁପାର୍ଶ୍ୱରେ ନିର୍ମାଣ ପାଇଁ ଗ୍ରାମବାସୀ ଦାବି କରିଛନ୍ତି। ସେହିପରି ହାତୀପଲ ସ୍ଥାନୀୟ ଅଞ୍ଚଳରେ ଅନେକ ଚାଷଜମି ମାଡ଼ି ଦଳି ନଷ୍ଟ କରିଦେଇଛନ୍ତି। ବନ ବିଭାଗ ହାତୀପଲ ଉପରେ ନଜର ରଖିଥିବା ରେଞ୍ଜର ଘନଶ୍ୟାମ ସିଂ କହିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    28.9 ° C
    28.9 °
    28.9 °
    61 %
    2.6kmh
    91 %
    Wed
    29 °
    Thu
    30 °
    Fri
    30 °
    Sat
    31 °
    Sun
    30 °

    ସମ୍ବନ୍ଧିତ