Sunday, March 8, 2026
28.4 C
Odisha

    ମହଙ୍ଗା ରିଚାର୍ଜ ପ୍ଲାନ୍‌: ଭାଙ୍ଗିଲା ସିମ୍ ପୋର୍ଟିଂ ରେକର୍ଡ, ଅପରେଟର୍‌ ବଦଳାଇବେ ୧୦୦ କୋଟିରୁ ଅଧିକ ଉପଭୋକ୍ତା

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ବିଭିନ୍ନ ଅତ୍ୟାବଶ୍ୟକ ସାମଗ୍ରୀର ଦର ସହ ତାଳ ଦେଇ ହଠାତ୍‌ ବଢ଼ିଛି ଟେଲିକମ୍ ଟାରିଫ୍ ମୂଲ୍ୟ। ଏଥିଯୋଗୁ ମହଙ୍ଗା ହୋଇଛି ରିଚାର୍ଜ ପ୍ଲାନ୍‌। ଘରୋଇ ଟେଲିକମ କମ୍ପାନୀଗୁଡିକ ଚଳିତମାସ ଜୁଲାଇ ୩ରେ ସେମାନଙ୍କର ରିଚାର୍ଜ ପ୍ଲାନଖରେ ବୃଦ୍ଧି ଘଟାଇ ନୂଆ ଟାରିଫ୍‌ ଘୋଷଣା କରିଛନ୍ତି। ଟାରିଫ୍‌ ପ୍ଲାନ୍‌ ମୂଲ୍ୟରେ ଏହି ବୃଦ୍ଧି ଏବେ ମୋବାଇଲରେ କଥା ହେବାକୁ ଅତ୍ୟଧିକ ମହଙ୍ଗା କରିଦେଇଛି। ଫଳସ୍ବରୂପ ମୋବାଇଲ ରିଚାର୍ଜକୁ ନେଇ ଲୋକଙ୍କ ଚିନ୍ତା ବଢ଼ିଯାଇଛି।ଉପଭୋକ୍ତାମାେନ ପୁଣି ଥରେ ସରକାରୀ ବା ରାଷ୍ଟ୍ରାୟତ୍ତ ଟେଲିକମ୍‌ ସେବା ପ୍ରଦାନକାରୀ ଭାରତ ସଞ୍ଚାର ନିଗମ ଲିମିଟେଡ୍‌( ବିଏସ୍‌ଏନ୍‌ଏଲ୍‌)କୁ ଯିବାକୁ ମନ ବଳାଇଛନ୍ତି। ଏଥିଯୋଗୁ ଏବେ ହଠାତ୍‌ ନମ୍ବର ପୋର୍ଟିଂ ବଢ଼ିଯାଇଛି। ବହୁ ସଂଖ୍ୟାରେ ଟେଲିକମ୍‌ ଉପଭୋକ୍ତା ମୋବାଇଲ ନମ୍ବର ପୋର୍ଟେବିଲିଟି (ଏମ୍‌ଏନ୍‌ପି) ଜରିଆରେ ସେମାନଙ୍କର ଅପରେଟର ପରିବର୍ତ୍ତନ କରିବାକୁ ମନବଳାଇଛନ୍ତି। ସାରା ଦେଶରେ ୧୦୦ କୋଟିରୁ ଅଧÒକ ଉପଭୋକ୍ତା ଏମ୍‌ଏନ୍‌ପି ପାଇଁ ଅନୁରୋଧ କରିଛନ୍ତି, ଯାହାକି ଏକ ରେକର୍ଡ। ଟେଲିକମ୍‌ ବିଭାଗ (ଡିଓଟି) ଦେଶରେ ଟେଲିକମ୍‌ ଉପଭୋକ୍ତାଙ୍କୁ ମୋବାଇଲ ନମ୍ବର ନ ବଦଳାଇ କେବଳ ନେଟୱାର୍କ ପ୍ରଦାନକାରୀ ବା ଅପରେଟର ବଦଳାଇବାର ସୁବିଧା ପ୍ରଦାନ କରୁଛି। ଡିଓଟିର ରିପୋର୍ଟ ଅନୁଯାୟୀ, ଘରୋଇ ଟେଲିକମ୍‌ କମ୍ପାନୀଗୁଡିକ ପକ୍ଷରୁ ବର୍ଦ୍ଧିତ ଟାରିଫ ବୃଦ୍ଧି ଘୋଷଣା ପରଠାରୁ ଜୁଲାଇ ୬ ସୁଦ୍ଧା କ୍ରମଶଃ ଏହି ମୋବାଇଲ ନମ୍ବରଗୁଡ଼ିକର ପୋର୍ଟେବିଲିଟି ସଂଖ୍ୟା ୧୦୦ କୋଟି ଅତିକ୍ରମ କରିଯାଇଛି। ଭାରତୀୟ ଦୂରସଞ୍ଚାର ନିୟାମକ ପ୍ରାଧିକରଣ (ଟିଆରଏଆଇ)ଙ୍କ ଅନୁସାରେ ଭାରତରେ ହାରାହାରି ମାସକୁ ୧.୧ କୋଟି ଲୋକେ ମୋବାଇଲ ସିମ୍ ପୋର୍ଟିଂ କରିବାକୁ ଅନୁରୋଧ କରୁଥିବା ଜଣାଯାଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    28.4 ° C
    28.4 °
    28.4 °
    52 %
    3.1kmh
    89 %
    Sun
    29 °
    Mon
    37 °
    Tue
    38 °
    Wed
    39 °
    Thu
    40 °

    ସମ୍ବନ୍ଧିତ