Saturday, November 28, 2026
24.1 C
Odisha

    ଉତ୍ତର ଭାରତରେ ବର୍ଷା ବିତ୍ପାତ: ୭ରାଜ୍ୟରେ ୩୩ ମୃତ

    ଆଗକୁ ପଢନ୍ତୁ

    କେରଳର ୱାଏନାଡ଼ ଭୂସ୍ଖଳନ ବିପର୍ଯ୍ୟୟରେ ମୃତ୍ୟୁସଂଖ୍ୟା ୩୦୦ ପାର କରିଥିବା ବେଳେ ଶତାଧିକ ଏବେବି ନିଖୋଜ ରହିଛନ୍ତି। ଏହି କରାଳ ଛାୟାରୁ ଦେଶ ମୁକୁଳିପାରି ନଥିବା ବେଳେ ଉତ୍ତର ଭାରତର ୭ ରାଜ୍ୟରେ ବର୍ଷା ବିତ୍ପାତ ଗମ୍ଭୀର ସ୍ଥିତି ସୃଷ୍ଟି କରିଛି। ଦିଲ୍ଲୀଠାରୁ ଆରମ୍ଭ କରି ଉତ୍ତରାଖଣ୍ଡ, ହିମାଚଳ, ଜମ୍ମୁ-କାଶ୍ମୀର ଏବଂ ରାଜସ୍ଥାନ ଆଦି ରାଜ୍ୟରେ ପ୍ରବଳ ବର୍ଷା ସାଙ୍ଗକୁ ଭୂସ୍ଖଳନ ଭୟାବହ ପରିସ୍ଥିତି ସୃଷ୍ଟି କରିଛି। ଏଥିରେ ୩୩ ଜଣଙ୍କ ପ୍ରାଣହାନୀ ହୋଇଥିବାବେଳେ ୫୦ରୁ ଅଧିକ ଲୋକ ନିଖୋଜ ଅଛନ୍ତି। କେବଳ ହିମାଚଳ ପ୍ରଦେଶରେ ୧୫ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ସେହିପରି ଉତ୍ତରାଖଣ୍ଡରେ ମଧ୍ୟ ବାଦଲଫଟା ବର୍ଷା ସାଙ୍ଗକୁ ବିଭିନ୍ନ ଜିଲ୍ଲାରେ ଭୂସ୍ଖଳନ ଘଟି ୫ ଜଣଙ୍କ ମୃତ୍ୟୁ ହେବା ସହିତ ଆହୁରି କିଛି ଲୋକ ଭାସିଯାଇ ନିଖୋଜ ହୋଇଯାଇଛନ୍ତି। ଏହାଛଡ଼ା ଭୂସ୍ଖଳନ ଯୋଗୁ ବହୁ ଜାତୀୟ ରାଜପଥ ଅବରୋଧ ହୋଇପଡ଼ିବାରୁ ବିଭିନ୍ନ ସ୍ଥାନରେ ଶହ ଶହ ପର୍ଯ୍ୟଟକ ଏବଂ ଶ୍ରଦ୍ଧାଳୁ ଅଟକି ରହିଛନ୍ତି। ସେମାନଙ୍କୁ ଉଦ୍ଧାର କରିବା ଲାଗି ଏସଡିଆରଏଫ, ଏନଡିଆରଏଫ ସହ ଅନ୍ୟ ଉଦ୍ଧାରକାରୀ ଦଳ କାର୍ଯ୍ୟ ତ୍ବରାନ୍ବିତ କରିଥିବା ବେଳେ ବର୍ତ୍ତମାନ ସୁଦ୍ଧା ପ୍ରାୟ ୨୦୦ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଥିବା କୁହାଯାଇଛି। ସେହିପରି ଦିଲ୍ଲୀରେ ମଧ୍ୟ ଲଗାଣ ବର୍ଷାକୁ ନେଇ ସ୍ଥିତି ବେହାଲ ହୋଇପଡ଼ିଛି। ଏନସିଆର ଜଳାର୍ଣ୍ଣବ ହୋଇପଡ଼ିଥିଲା ବେଳେ ଗମନାଗମନ ବ୍ୟବସ୍ଥା ବ୍ୟାହତ ହେବା ସହିତ ଉତ୍କଟ ଟ୍ରାଫିକ ସମସ୍ୟା ଉପୁଜିଛି। ଏହାସହିତ ବିଭିନ୍ନ ଘଟଣାରେ ବର୍ତ୍ତମାନ ସୁଦ୍ଧା ୧୧ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ରାଜସ୍ଥାନରେ ମଧ୍ୟ ପ୍ରବଳ ବର୍ଷା ଗମ୍ଭୀର ପରିସ୍ଥିତି ସୃଷ୍ଟି କରିଛି। ବିଶେଷକରି ରାଜଧାନୀ ସହରର ଅଧିକାଂଶ ଭାଗ ଜଳାର୍ଣ୍ଣବ ହୋଇପଡ଼ିବାରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଗୁରୁବାର ପୂର୍ବାହ୍ନରେ ଏଠାକାର ଏକ ବହୁତଳ ଅଟ୍ଟାଳିକାର ବେସ୍‌ମେଣ୍ଟରେ ପାଣି ପଶିଯିବାରୁ ଗୋଟିଏ ପରିବାରର ତିନି ଜଣଙ୍କ ମୃତ୍ୟୁ ହୋଇଥିବା ଖବର ମିଳିଛି। ଦିଲ୍ଲୀ ସମେତ ଉତ୍ତର ଭାରତର ବିଭିନ୍ନ ରାଜ୍ୟରେ ଆହୁରି ୪ ଦିନ ଧରି ପ୍ରବଳ ବର୍ଷା ହେବା ନେଇ ଆଇଏମଡି ସତର୍କ କରାଇଥିଲା ବେଳେ ବିଭିନ୍ନ ମହଲରେ ଚିନ୍ତା ବଢିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    24.1 ° C
    24.1 °
    24.1 °
    45 %
    1.5kmh
    2 %
    Sat
    24 °
    Sun
    25 °
    Mon
    26 °
    Tue
    26 °
    Wed
    26 °

    ସମ୍ବନ୍ଧିତ