Saturday, May 30, 2026
40.9 C
Odisha

    ଗାଡ଼ିରୁ ୮ଲକ୍ଷର ନକଲି ନୋଟ ଜବତ, ଦୁଇ ଗିରଫ

    ଆଗକୁ ପଢନ୍ତୁ

    ସୁବର୍ଣ୍ଣପୁର: ଗାଡ଼ିରୁ ୮ଲକ୍ଷର ନକଲି ନୋଟ ଜବତ । ସୋନପୁର ପୋଲିସକୁ ବଡ ସଫଳତା । ପାଟ୍ରୋଲିଂ ସମୟରେ ୮ଲକ୍ଷରୁ ଅଧିକ ନକଲି ନୋଟ ଜବତ କରି ଦୁଇ ଜଣଙ୍କୁ ଗିରଫ କରିଛି ପୋଲିସ । ଗତକାଲି ବ୍ଲକ ଛକ ନିକଟରେ ଏକ କଳା ରଙ୍ଗର ସ୍କର୍ପିଓକୁ ସନ୍ଦେହ କରି ଅଟକାଇ ଯାଞ୍ଚ କରାଯାଇଥିଲା । ଯାଞ୍ଚ ସମୟରେ ଗାଡି ଭିତରୁ ଏକ ନୀଳ ରଙ୍ଗର କ୍ୟାରିବ୍ୟାଗରୁ ୮ ଲକ୍ଷ ୪୭ ହଜାର ନକଲି ନୋଟକୁ ଜବତ କରାଯାଇଥିଲା । ଘଟଣାରେ ଦୁଇ ଜଣଙ୍କୁ ଗିରଫ କରି ଗାଡ଼ିକୁ ମଧ୍ୟ ଜବତ କରିଛି ପୋଲିସ । ବିଭିନ୍ନ ସମୟରେ ସୋନପୁର ସହରରେ ନକଲି ନୋଟ କରାବାର କରୁଥିବା ପୋଲିସ ସୂଚନା ଦେଇଛି ।

    ସୂଚନାଯୋଗ୍ୟ, ସୋନପୁର ଉଲୁଣ୍ଡା ଠାରେ ଚଢାଉ କରି ଏସଟିଏଫ ନକଲି ନୋଟ୍ ଜବତ ହୋଇଥିଲା । ଏଥି ସହ ଜଣେ ଅଭିଯୁକ୍ତ ଦୀପକ ମେହେରକୁ ଗିରଫ କରାଯାଇଥିଲା । ବିଡ଼ା ବିଡ଼ା ନକଲି ନୋଟ ଜବତ ହୋଇଥିଲା । ଅସଲି ନୋଟ୍ ଭଳି ଅବିକଳ ଦେଖାଯାଉଥିବା ନକଲି ୫ ଶହ ଟଙ୍କିଆ ନୋଟ ଜବତ ହୋଇଥିଲା । ୪୧.୧୬ ଲକ୍ଷ ଟଙ୍କାର ନକଲି ୫ ଶହ ଟଙ୍କିଆ ନୋଟ୍ ଜବତ କରିଥିଲା ଏସଟିଏଫ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    40.9 ° C
    40.9 °
    40.9 °
    24 %
    3.3kmh
    24 %
    Sat
    36 °
    Sun
    40 °
    Mon
    40 °
    Tue
    40 °
    Wed
    43 °

    ସମ୍ବନ୍ଧିତ