Friday, March 13, 2026
23.4 C
Odisha

    ମହାକାଶରେ ମୁଁ ସବୁଠାରୁ ବେଶୀ ଖୁସରେ ରହିଥାଏ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ନୂତନ ବର୍ଷ ୨୦୨୫କୁ ପିଲା ଠାରୁ ବୃଦ୍ଧ ସମସ୍ତେ ଧୁମଧାମରେ ସ୍ବାଗତ କରିଛନ୍ତି। ସମସ୍ତଙ୍କ ପାଖକୁ ନୂଆବର୍ଷର ଶୁଭେଚ୍ଛା ବାର୍ତ୍ତାର ସୁଅ ଛୁଟି ଆସୁଛି।

    ଏପରି ସ୍ଥିତିରେ ଭାରତୀୟ-ଆମେରିକୀୟ ମହାକାଶ ଯାତ୍ରୀ ସୁନୀତା ଉଇଲିୟମଙ୍କ ଏକ ଫଟୋ ସୋସିଆଲ ମିଡିଆରେ ଘୁରି ବୁଲୁଛି। ଯେଉଁଥିରେ ସେ  ତାଙ୍କ ସାଥୀମାନଙ୍କ ସହ ମିଶି ଅନ୍ତରାଷ୍ଟ୍ରୀୟ ଅନ୍ତରୀକ୍ଷ ଷ୍ଟେସନ (ଆଇଏସଏସ)ରେ ନୂଆ ବର୍ଷକୁ ସ୍ୱାଗତ କରି ଉତ୍ସବ ପାଳନ କରୁଥିବା ଦେଖିବାକୁ ମିଳୁଛି।

    ସୁନିତା ଉଇଲିୟମ ୨୦୨୪ ଜୁନ ମାସରେ ବୋଇଂ ନିର୍ମିତ ଷ୍ଟାରଲାଇନର କ୍ୟାପସୁଲରେ ଆନ୍ତର୍ଜାତିକ ମହାକାଶ କେନ୍ଦ୍ରକୁ ଯାଇଥିଲେ । ଏହାକୁ ନାସା ମାତ୍ର ୮ ଦିନ ପାଇଁ ପଠାଇଥିଲା । କିନ୍ତୁ ମହାକାଶକୁ ଯିବାର ୨୪ ଘଂଟା ମଧ୍ୟରେ ହିଁ ଷ୍ଟାରଲାଇନର କ୍ୟାପସୁଲରେ ବୈଷୟିକ ତ୍ରୁଟି ଦେଖା ‌ଦେଇଥିଲା । ହିଲିୟମ ଲିକ୍ ହୋଇ ଗମ୍ଭୀର ପରିସ୍ଥିତି ଉପୁଜିଥିଲା। ଯେଉଁ କାରଣରୁ ସୁନୀତାଙ୍କ ପ୍ରତ୍ୟାବର୍ତ୍ତନରେ ବିଳମ୍ବିତ ହୋଇ ଯାଇଛି । ସେ ଚଳିତ ବର୍ଷ ମାର୍ଚ୍ଚ ମାସ ବେଳକୁ ଫେରିବେ ବୋଲି ନାସା ସୂତ୍ରରୁ ପ୍ରକାଶ ପାଇଛି।

    ମହାକାଶରେ ମହାକାଶ ଯାତ୍ରୀ ଗୋଟିଏ ଦିନରେ ୧୬ ଥର ସୂର୍ଯ୍ୟୋଦୟ ଓ ସୂର୍ଯ୍ୟାସ୍ତ ଦେଖି ଥାଆନ୍ତି l କାହିଁକିନା ପୃଥିବୀ ଘୁର୍ନାୟମାନ ସ୍ଥିତିରେ ମଧ୍ୟ ଅନ୍ତରୀକ୍ଷରେ ରହିଥାଏ l ଆଇଏସଏସ ପାଖାପାଖି ପ୍ରତି ୯୦ ମିନିଟରେ ଗ୍ରହ ପରିକ୍ରମା କରିଥାଏ।

    ତେଣୁ ସୂର୍ଯ୍ୟ ଚାରି ପାଖରେ ପୃଥିବୀ ବୁଲୁଥିବା କାରଣରୁ ମହାକାଶଚାରୀମାନେ ୧୬ ଥର ସୂର୍ଯ୍ୟୋଦୟ ସୂର୍ଯ୍ୟାସ୍ତ ଦେଖି ଥାଆନ୍ତି l ଏହି କାରଣରୁ ମହାକାଶଚାରୀ ସୁନୀତା ୧୬ ଥର ନୂତନ ବର୍ଷ ପାଳନ କରିଥିବା କୁହାଯାଉଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    23.4 ° C
    23.4 °
    23.4 °
    20 %
    1.2kmh
    0 %
    Thu
    23 °
    Fri
    38 °
    Sat
    39 °
    Sun
    39 °
    Mon
    38 °

    ସମ୍ବନ୍ଧିତ