Monday, October 12, 2026
22.9 C
Odisha

    ପ୍ରସବ ସମୟରେ ଆସିଲା ହାର୍ଟଆଟାକ୍‌; ହସ୍ପିଟାଲରେ ଆଖି ବୁଜିଲେ ମାଆ ଓ ଅଜନ୍ମିତ ଶିଶୁ

    ଆଗକୁ ପଢନ୍ତୁ

    ମହାରାଷ୍ଟ୍ର : ପ୍ରସବ ସମୟରେ ହୃଦଘାତ ଯୋଗୁଁ ଜଣେ ଆଦିବାସୀ ମହିଳାଙ୍କ ମୃତ୍ୟୁ ହୋଇଛି। ତାଙ୍କ ସହ ଅଜନ୍ମିତ ଶିଶୁ ମଧ୍ୟ ଦୁନିଆ ଦେଖିବା ପୂର୍ବରୁ ଆଖି ବୁଜିଦେଇଛି।ଏଭଳି ଏକ ଦୁଃଖଦ ଘଟଣା ମହାରାଷ୍ଟ୍ରର ପାଲଘର ଜିଲ୍ଲାରେ ଦେଖିବାକୁ ମିିଳିଛି। ବର୍ତ୍ତମାନ ଏହି ଘଟଣା ଉକ୍ତ ଅଞ୍ଚଳରେ ଗର୍ଭବତୀ ମହିଳାଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି ।ବିକ୍ରମଗଡ଼ ଗଲଟାରେ ଗାଁର କୁନ୍ତା ବୈଭବ ପଦୱଲେ ନାମକ ଜଣେ ମହିଳାଙ୍କୁ ମଙ୍ଗଳବାର ରାତିରେ ପ୍ରସବ ପୀଡ଼ା ହୋଇଥିଲା।ଏହା ପରେ ତାଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କ ସ୍ୱାସ୍ଥ୍ୟବସ୍ଥାରେ ଜଟିଳତା ଯୋଗୁଁ ଜୱାହର ସରକାରୀ ପତଙ୍ଗଶାହ ହସ୍ପିଟାଲକୁ ରେଫର କରାଯାଇଥିଲା।
    ଜୱାହର ସରକାରୀ ପତଙ୍ଗଶାହ ହସ୍ପିଟାଲର ଡାକ୍ତରଙ୍କ କହିବାନୁଯାୟୀ ପ୍ରସବ ସମୟରେ ଆଦିବାସୀ ମହିଳାଙ୍କ ମୃତ୍ୟୁ ହୋଇଥିଲା।ଦୁର୍ଭାଗ୍ୟବଶତଃ ମେଡିକାଲ ଟିମ୍ ଶିଶୁକୁ ବଞ୍ଚଇବାକୁ ଚେଷ୍ଟା କରିଥିଲେ ମଧ୍ୟ ବିଫଳ ହୋଇଥିଲେ। ଏହା ପରେ ଶବକୁ ପୋଷ୍ଟମର୍ଟମ ପାଇଁ ପଠାଯାଇଥିବା କହିଥିଲେ ଡାକ୍ତର।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    22.9 ° C
    22.9 °
    22.9 °
    80 %
    1.3kmh
    0 %
    Sun
    23 °
    Mon
    30 °
    Tue
    30 °
    Wed
    30 °
    Thu
    30 °

    ସମ୍ବନ୍ଧିତ