Wednesday, March 11, 2026
25.1 C
Odisha

    ମହାନଦୀରେ ଡଙ୍ଗାବୁଡ଼ି ଘଟଣା: ୭ ମୃତଦେହ ଉଦ୍ଧାର

    ଆଗକୁ ପଢନ୍ତୁ

    ଝାରସୁଗୁଡ଼ା ଜିଲ୍ଲା ଲଖନପୁର ବ୍ଲକ ଅନ୍ତର୍ଗତ ରେମତା ପଞ୍ଚାୟତର ଶରଧା ନଦୀଘାଟ ନିକଟରେ ଡଙ୍ଗା ଓଲଟି ଗତକାଲି ଜଣେ ପ୍ରାଣ ହରାଇଥିବା ବେଳେ ୭ଜଣ ନିଖୋଜଥିଲେ। ଖବର ଅନୁଯାୟୀ ବର୍ତ୍ତମାନ ସୁଦ୍ଧା ମୋଟ ୭ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଗତକାଲି ଜଣେ ମହିଳାଙ୍କ ମୃତଦେହ ଉଦ୍ଧାର କରାଯାଇଥିବା ବେଳେ ଆଜି ୬ଜଣଙ୍କ ମୃତତେହ ଉଦ୍ଧାର କରାଯାଇଛି। ୬ ମୃତକଙ୍କ ମଧ୍ୟରେ ୨ ଜଣ ୭ ବର୍ଷର ନାବାଳକ ରହିଥିବା ବେଳେ ଜଣେ ୮ ବର୍ଷର ନାବାଳକ ରହିଛନ୍ତି । ସେହିପରି ଦୁଇ ଜଣ ମହିଳା ଓ ଜଣେ ବୃଦ୍ଧ ରହିଛନ୍ତି।

    ମୃତ ୩ ନାବାଳକ ହେଲେ ପିକେଶ୍ବର ରାଠିଆ (୭), ନବୀନ ରାଠିଆ (୭) ଓ କୁନାଲ ରାଠିଆ (୮)। ମହିଳାଙ୍କ ନାଁ ଲଷ୍ମୀନ ରାଠିଆ (୩୬) ଓ ରାଧିକା ରାଠିଆ (୩୫)ହୋଇଥିବାବେଳେ ବଦ୍ଧକଙ୍କ ନାଁ ତେରଷବାଇ ରାଠିଆ (୬୦) ବୋଲି ଜଣାପଡ଼ିଛି। ଛତିଶଗଡ଼ରୁ ଏକ ପରିବାର ଓ ତାଙ୍କର ସମ୍ପର୍କୀୟମାନଙ୍କ ସହ ଅମ୍ବାଭୋନା ବ୍ଲକ ବାଞ୍ଜିପାଲିସ୍ଥିତ ପଥରସେନୀ ଦେବୀଙ୍କଠାରେ ପୂଜାର୍ଚ୍ଚନା କରି ଫେରୁଥିବା ସମୟରେ ଏହି ଅଘଟଣ ଘଟିଥିଲା। ମହାନଦୀ ମଝିରେ ଡଙ୍ଗାଟି ଭାରସାମ୍ୟ ହରାଇ ବୁଡ଼ିଯାଇଥିଲା। ଛତିଶଗଡ଼ର ଖରସିଆ ଓ କତରଲିଆ ଅଞ୍ଚଳରୁ ଶୁକ୍ରବାର ସକାଳ ୧୧ଟାରେ ଗୋଟିଏ ପରିବାର ଓ ତାଙ୍କ ସମ୍ପର୍କୀୟ ଆସି ଲଖନପୁରର ଶରଧା ଘାଟରେ ପହଞ୍ଚିଥିଲେ। ସେଠାରେ ଗୋଟିଏ ଡଙ୍ଗାରେ ଦୁଇ ଥର କରି ପାରି ହୋଇଥିଲେ। ସେଠାରୁ ପୂଜାର୍ଚ୍ଚନା କରିବା ପରେ ଅପରାହ୍ଣ ୩ଟା ୧୫ରେ ୫୨ଜଣ ଡଙ୍ଗାରେ ସେଠାରୁ ବାହାରିଥିଲେ। ଡଙ୍ଗାରେ ୪୦ ଜଣ ପୁରୁଷ, ୬ ଜଣ ମହିଳା ୪ ଜଣ ଶିଶୁ ଓ ଛତିଶଗଡ଼ରୁ ଆସିଥିବା ୨ ଜଣ ନାଉରିଆ ମୋଟ ୫୨ଜଣ ଉକ୍ତ ଯାତ୍ରା କରୁଥିଲେ।ଦୁଇଥର କରି ଡଙ୍ଗାରେ ନେବାକୁ ଲୋକେ କହିଥିଲେ ମଧ୍ୟ ଡଙ୍ଗାଚାଳକ ସମସ୍ତଙ୍କୁ ଏକାଥରକେ ସାଙ୍ଗରେ ନେବାକୁ ଜିଦ ଧରିଥିଲା। ଏଥିରେ କିଛି ହେବ ନାହିଁ ବୋଲି ଭରସା ଦେଇଥିଲା। ଡଙ୍ଗାରେ ୨ଟି ବାଇକ୍‌ ମଧ୍ୟ ରଖାଯାଇଥିଲା। କିନ୍ତୁ ଡଙ୍ଗାଟି ମଝି ନଈରେ ବୁଡ଼ିବାକୁ ଆରମ୍ଭ କରିଥିଲା। ଡଙ୍ଗା ଭିତରୁ ଜୋରରେ ପାଣି ବାହାରିବା ସହ ଦେଖୁ ଦେଖୁ ବୁଡ଼ିଯାଇଥିଲା। ଡଙ୍ଗାରେ ଅଧିକାଂଶ ମହିଳା ଓ ଶିଶୁ ରହିଥିଲେ। ଏହା ଦେଖି ଆଖପାଖରେ ଥିବା ମତ୍ସ୍ୟଜୀବୀମାନେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ।

    ଏହି ଅଘଟଣରେ ଗତକାଲି ରାୟଗଡ଼ ଜିଲ୍ଲା ଖରସିଆ ଅଞ୍ଜୁରୀପାଲିର ରାଧିକା ନିଶାଦ(୪୦)ଙ୍କର ମୃତ୍ୟୁ ଘଟିଥିଲା। ମାନସିକ ପାଇଁ ଆସିଥିବା ଯାତ୍ରୀଙ୍କ ମଧ୍ୟରେ ଥିବା ଏକ ତିନି ମାସର ଶିଶୁ ମାଁ ପଥରସେନୀଙ୍କ କୃପାରୁ ବଞ୍ଚି ଯାଇଥିବା ଜଣାପଡ଼ିଛି। ଏହି ଦୁର୍ଘଟଣାରେ ୭ ଜଣ ଯାତ୍ରୀ ନିଖୋଜ ରହିଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    25.1 ° C
    25.1 °
    25.1 °
    26 %
    2.3kmh
    0 %
    Wed
    26 °
    Thu
    38 °
    Fri
    39 °
    Sat
    40 °
    Sun
    37 °

    ସମ୍ବନ୍ଧିତ