Wednesday, April 1, 2026
30.8 C
Odisha

    ମାଓ ସଂଗଠନର ଟେକନିକାଲ କମାଣ୍ଡରର ଆତ୍ମସମର୍ପଣ

    ଆଗକୁ ପଢନ୍ତୁ

    ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡରେ ଲଗାତାର ଅପରେସନ ଚାଲିଥିବାରୁ ନକ୍ସଲ ଏବେ ଭୟଭିତ ହୋଇ ଆତ୍ମସମର୍ପଣ କରିବାକୁ ଲାଗିଛନ୍ତି। ଏହି କ୍ରମରେ ଆଜି ପୁଣି ଜଣେ ମାଓ କମାଣ୍ଡର ପୁଲିସ ନିକଟରେ ଆତ୍ମସମର୍ପଣ କରିଛି। କୋଣ୍ଡାଗାଓଁ ଜିଲ୍ଲା ପୁଲିସ ନିକଟରେ ମାଓ ସଂଗଠନର ଟେକନିକାଲ କମାଣ୍ଡର ଗିଞ୍ଜୁର ରାମ ଉସେଣ୍ଡି ଓରଫ କମଲଦାସ ଉସେଣ୍ଡି(୪୫) ଆତ୍ମସମର୍ପଣ କରିଛି। କମଲଦାସ ଉସେଣ୍ଡି ନାମରେ ସରକାର ୫ ଲକ୍ଷ ଟଂକାର ପୁରସ୍କାର ରାଶି ଘୋଷଣା କରିଥିଲେ। କମାଣ୍ଡର କମଲଦାସ ୧୯୯୮ ମସିହାରେ ମିଲିସିଆ ଭାବେ ମାଓ ସଂଗଠନ ସହ ଜଡିତ ହୋଇଥିଲା।
    ୨୦୦୫ରୁ ୨୦୦୭ ପର୍ଯ୍ୟନ୍ତ ସେ କିସକୋଡ ଦଲମରେ ସଦସ୍ୟ ଭାବେ କାମ କଲା। ୨୦୦୮ରୁ ୨୦୧୧ ପର୍ଯ୍ୟନ୍ତ ସେ ବୁବୟାରମାରି ଏଲଓସିର କମାଣ୍ଡର ଥିଲା। ପରେ ୨୦୧୬ ପର୍ଯ୍ୟନ୍ତ ସେ ଉତ୍ତର ବସ୍ତରର ଟେକନିକାଲ କମିଟିର ସଦସ୍ୟ ହେଲା। ପରେ ସେ ପଦନ୍ନୋତି ପାଇ ଟେକନିକାଲ କମିଟିର କମାଣ୍ଡର ହୋଇଥିଲା। ଛତିଶଗଡର କୋଣ୍ଡାଗାଓଁ, କାଂକେର, ନାରାୟଣପୁର, ବିଜାପୁର ଭଳି ଅଂଚଳରେ ହୋଇଥିବା ହିଂସାରେ ସେ ଜଡିତ ଥିଲା। ବନ୍ଧୁକ ତିଆରି କରିବା,ହେଣ୍ଡ ଗ୍ରେନେଡ ତିଆରି କରିବା, ଅନ୍ୟ ବନ୍ଧୁକକୁ ମରାମତି କରିବା ଭଳି ବହୁ ଜ୍ଞାନ ଆହରଣ କରିଥିଲା। ବହୁ ସ୍ଥାନରେ ପୁଲିସ ଉପରେ ଆକ୍ରମଣ କରିଥିବା ମଧ୍ୟ ସେ ସ୍ବୀକାର କରିଛି। ସଂଗଠନ ଧିରେ ଧିରେ ଦୁର୍ବଳ ହେବା ସହ ସଂଗଠନ ଛାଡି ବହୁ ନେତା ମୁଖ୍ୟସ୍ରୋତରେ ସାମିଲ ହେଉଥିବା ଏବଂ ମୃତ୍ୟୁବରଣ କରୁଥିବା ସେ ଦେଖିଥିଲେ। ସେ ମରିବାକୁ ଚାହୁଁନଥିବା କହିଛନ୍ତି।

    ବାକି ଜୀବନ ଲୋକ ସେବାରେ ଲଗାଇବା ସହ ପରିବାରକୁ ସେ ଦେବେ ବୋଲି କହିଛନ୍ତି। ସଂଗଠନରେ ଏବେ ଆନ୍ଧ୍ର ମାଓ ନେତାଙ୍କ ଦବଦବା ରହିଛି। ତେଣୁ ସଂଗଠନରେ ଆଉ ବଡ ବଡ କ୍ୟାଡର ନକ୍ସଲ ନାହାନ୍ତି। ଚାରି ରାଜ୍ୟ ନକ୍ସଲ ଦମନ ନେଇ ଜୋରଦାର ଅପରେସନ କରୁଥିବାରୁ ନକ୍ସଲଙ୍କୁ ଲୁଚିବାକୁ ଆଉ ସ୍ଥାନ ନାହିଁ। ତେଣୁ ସମସ୍ତେ ମରିବେ ନଚେତ ଆତ୍ମସମର୍ପଣ କରିବେ ବୋଲି ସେ ପୁଲିସ ନିକଟରେ କହିଛି। ପୁଲିସ ତରଫରୁ ୨୫ ହଜାର ଟଂକା ସହଯୋଗ କରାଯିବା ସହ ଆତ୍ମନିର୍ଭରଶୀଳ ନୀତି ଅନୁୟାୟୀ ଥଇଥାନ କରାଯିବ ବୋଲି କୁହାଯାଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    30.8 ° C
    30.8 °
    30.8 °
    34 %
    3.3kmh
    2 %
    Wed
    33 °
    Thu
    40 °
    Fri
    41 °
    Sat
    37 °
    Sun
    38 °

    ସମ୍ବନ୍ଧିତ