Tuesday, January 20, 2026
30.4 C
Odisha

    ମାର୍ଚ୍ଚ ୩୧ ସୁଦ୍ଧା ସବୁ ଥାନାରେ ସିସି ଟିଭି

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : ରାଜ୍ୟର ସମସ୍ତ ଥାନା ଓ ଫାଣ୍ଡିରେ ଆସନ୍ତା ମାର୍ଚ୍ଚ ୩୧ସୁଦ୍ଧା ସିସି ଟିଭି କାର୍ଯ୍ୟକ୍ଷମ ହେବ। ଏହି ସମୟ ମଧ୍ୟରେ ଉକ୍ତ ସିସି ଟିଭିକୁ ସେଣ୍ଟ୍ରାଲ ମନିଟରିଂ ସିଷ୍ଟମ୍‌ (ସିଏମ୍‌ଏସ) ଓ ଭିଡ଼ିଓ ମ୍ୟାନେଜମେଣ୍ଟ ସିଷ୍ଟମ (ଭିଏମ୍‌ଏସ)ରେ ଯୋଡ଼ିବା କାର୍ଯ୍ୟ ଶେଷ ହେବା ନେଇ ଭରତପୁର ଥାନା ମାମଲାର ଗୁରୁତ୍ବପୂର୍ଣ୍ଣ ରାୟ ପ୍ରକାଶ କରି ନିର୍ଦେଶ ଦେଇଛନ୍ତି। ସେହିପରି ଥାନାରେ ସେନା କର୍ମଚାରୀଙ୍କୁ ବ୍ୟବହାର ପ୍ରଦର୍ଶନ ନେଇ ରାଜ୍ୟ ସରକାରମାନକ କାର୍ଯ୍ୟାନ୍ବୟନ ପ୍ରକ୍ରିୟା (ଏସଓପି) ପ୍ରସ୍ତୁତ କରିଛନ୍ତି। ଉକ୍ତ ଏସଓପିକୁ ଓଡ଼ିଆ ଭାଷାରେ ରାଜ୍ୟର ସମସ୍ତ ଥାନା ଓ ଫାଣ୍ଡିରେ ଟାଙ୍ଗିବାକୁ ହାଇକୋର୍ଟ ନିର୍ଦେଶ ଦେଇଛନ୍ତି। ସିସି ଟିଭି କାର୍ଯ୍ୟକାରିତା ନେଇ ଅତିରିକ୍ତ ଡିଜିପି ଦୟାଲ ଗଙ୍ଗୱାର ପ୍ରଦାନ କରିଥିବା ସତ୍ୟପାଠ ଯେପରି ବିଶ୍ୱାସଭାଜନ ହୋଇ ରହିବ ରାଜ୍ୟ ସରକାର ଓ ପୁଲିସ ମୁଖ୍ୟାଳୟ ଏଥିପ୍ରତି ନିଶ୍ଚିତ ରହିବାକୁ ହାଇକୋର୍ଟ ଆଦେଶ ଦେଇଛନ୍ତି। ଭରତପୁର ଥାନା ମାମଲାର ତଦନ୍ତ କ୍ରାଇମ୍‌ବ୍ରାଞ୍ଚ ଓ କମିସନଙ୍କ ଦ୍ବାରା ଜାରି ରହିଛି। ଅଦାଲତଙ୍କ ନିର୍ଦେଶନାମା ମାମଲାର ତଦନ୍ତରେ କୌଣସି ପ୍ରଭାବ ପକାଇବ ନାହିଁ ବୋଲି ହାଇକୋର୍ଟ ସ୍ପଷ୍ଟ କରିଛନ୍ତି। ମୁଖ୍ୟ ବିଚାରପତି ଚକ୍ରଧାରୀ ଶରଣ ସିଂହ ଓ ବିଚାରପତି ସାବିତ୍ରୀ ରଥ ଏହି ମାମଲାର ରାୟ ପ୍ରକାଶ କରି ଉପରୋକ୍ତ ନିର୍ଦେଶ ଦେଇଛନ୍ତି।
    ସେପ୍ଟେମ୍ବର ୧୫ ରାତିରେ ଜଣେ ସେନା ଅଧିକାରୀ ଓ ତାଙ୍କ ବାନ୍ଧବୀ ଏତଲା ଦେବାକୁ ଭୁବନେଶ୍ବରର ଭରତପୁର ଥାନାକୁ ଯାଇଥିଲେ। ସେଠାରେ ଅଭିଯୋଗ ଗ୍ରହଣ ପରିବର୍ତ୍ତେ ସେନା ଅଧିକାରୀଙ୍କ ବାନ୍ଧବୀଙ୍କୁ ନିର୍ଯାତନା ଦିଆଯାଇଥିବା ଅଭିଯୋଗ ହୋଇଥିଲା। ଏପରି କି ବାନ୍ଧବୀଙ୍କୁ ପୁଲିସ ଗିରଫ କରି ଜେଲ୍‌ ମଧ୍ୟ ପଠାଇ ଦେଇଥିଲା। ଏହି ପ୍ରସଙ୍ଗ ଜାତୀୟ ସ୍ତରରେ ଚର୍ଚ୍ଚା ହୋଇଥିଲା। ରାଜ୍ୟ ସରକାର କ୍ରାଇମ୍‌‌ବ୍ରାଞ୍ଚ୍‌‌ ତଦନ୍ତ ନିର୍ଦେଶ ଦେଇଥିଲାବେଳେ ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତି ଚିତ୍ତରଞ୍ଜନ ଦାଶଙ୍କ ଅଧ୍ୟକ୍ଷତାରେ ଏକ ବିଚାର ବିଭାଗୀୟ ତଦନ୍ତ କମିଟି ମଧ୍ୟ ବସାଇଥିଲେ। ଲେଫ୍ଟନାଣ୍ଟ ଜେନେରାଲ ପି.ଏସ ଶେଖାୱତ ଏ ପ୍ରସଙ୍ଗ ଉପରେ ଓଡ଼ିଶା ହାଇକୋର୍ଟ ମୁଖ୍ୟ ବିଚାରପତିଙ୍କୁ ଚିଠି ଲେଖି ପଦକ୍ଷେପ ନେବାକୁ ନିବେଦନ କରିଥିଲେ। ହାଇକୋର୍ଟ ମଧ୍ୟ ନିଜଆଡ଼ୁ ଏକ ମାମଲା ରୁଜୁ କରି ବିଭିନ୍ନ ପକ୍ଷଙ୍କୁ ଜବାବ ରଖିବା ଲାଗି ନିର୍ଦେଶ ଦେଇଥିଲେ । ଏହି ପ୍ରସଙ୍ଗରେ ସେନାଧିକାରୀ ଥାନାକୁ ଗଲେ ପୁଲିସ କିପରି ବ୍ୟବହାର ପ୍ରଦର୍ଶନ କରିବା ଉଚିତ୍‌ ଏହାକୁ ନେଇ ସ୍ବତନ୍ତ୍ର ଏସଓପି ଜାରି କରିଥିଲେ। କୌଣସି ସେନା ଅଧିକାରୀ ଥାନାକୁ ଆସିଲେ ପୁଲିସ ଶାଳୀନତାର ସହ ବ୍ୟବହାର ଦେଖାଇବ।ଜଣେ ସେନା ଅଧିକାରୀ (ଆର୍ମି, ନୌସେନା ଅବା ବାୟୁସେନା) ଅଧିକାରୀ କର୍ତ୍ତବ୍ୟରେ ଥିଲାବେଳେ କେନ୍ଦ୍ର ସରକାରଙ୍କ ଅନୁମତି ବିନା ପୁଲିସ ତାଙ୍କୁ ଗିରଫ କରିପାରିବ ନାହିଁ। ଯଦି ଗିରଫ କରିବାର ନିହାତି ଆବଶ୍ୟକତା ଥାଏ ଏଥିପାଇଁ ନିକଟବର୍ତ୍ତୀ ସେନା କାର୍ଯ୍ୟାଳୟ କମାଣ୍ଡରଙ୍କୁ ଜଣାଇବାକୁ ପଡ଼ିବ। ଜଘନ୍ୟ ଅପରାଧ ମୂଳକ ଘଟଣା ଯଥା ହତ୍ୟା, ବଳାତ୍କାର ଓ ଅପହରଣ ମାମଲାରେ ପୁଲିସ୍‌ ସେନା ଅଫିସରଙ୍କୁ ଗିରଫ କରିପାରିବ। ଛୋଟମୋଟ ଘଟଣା ପାଇଁ ପୁଲିସ ଗିରଫ କରିବାକୁ ଚାହୁଁଥାନ୍ତି ତେବେ ସମ୍ପୃକ୍ତ ସେନା ଅଧିକାରୀଙ୍କ ମୁଖ୍ୟଙ୍କ ଅନୁମତି ବିନା ଗିରଫ କରାଯାଇ ପାରିବନାହିଁ ଏବଂ ସେନା ଅଧିକାରୀଙ୍କୁ ନିର୍ଯାତନା କିମ୍ବା ହାତକଡ଼ି ମଧ୍ୟ ପକାଯାଇପାରିବ ନାହିଁ ବୋଲି ରାଜ୍ୟ ସରକାର ଜାରି କରିଛନ୍ତି। ଉକ୍ତ ଏସଓପି ଏବେ ସମସ୍ତ ଥାନାରେ ଓଡ଼ିଆ ଭାଷାରେ ଟଙ୍ଗା ଯିବାକୁ ଅଦାଲତ ନିର୍ଦେଶ ଦେଇଛନ୍ତି। ସେହିପରି ରାଜ୍ୟର ବିଭିନ୍ନ ଥାନାରେ ସିସି କ୍ୟାମେରା ନଥିବା ଜଣାପଡ଼ିଥିଲା। ଏହି ପ୍ରସଙ୍ଗରେ ସତ୍ୟପାଠ ଦାଖଲ ଲାଗି ଅଦାଲତ ଓଡ଼ିଶା ପୁଲିସକୁ ନିର୍ଦେଶ ଦେଇଥିଲେ। ଅତିରିକ୍ତ ଡିଜିପି ଦୟାଲ ଗଙ୍ଗୱାର ସତ୍ୟପାଠରେ ଦର୍ଶାଇଛନ୍ତି ଯେ, ରାଜ୍ୟର ୩୬ଟି ପୁଲିସ ଜିଲା ଅଧୀନରେ ଥିବା ୨୯୫ଟି ଫାଣ୍ଡିରେ ମଧ୍ୟ ସିସିଟିଭି ଲଗାଯିବା ପାଇଁ ଯୋଜନା ହୋଇଛି। ରାଜ୍ୟର ୬୪୫ ଥାନା ମଧ୍ୟରୁ ୮୫% ଥାନା ସେଣ୍ଟ୍ରାଲ ମନିଟରିଂ ସିଷ୍ଟମ୍‌ (ସିଏମ୍‌‌ଏସ‌) ସହ ସଂଯୁକ୍ତ ହୋଇସାରିଥିବା ସେ ଦର୍ଶାଇଥିଲେ। ୨୦୨୫ ମାର୍ଚ୍ଚ ସୁଦ୍ଧା ଏହି କାର୍ଯ୍ୟ ଶେଷ କରିବାକୁ ଅଦାଲତ ନିର୍ଦେଶ ଦେଇଛନ୍ତି। ରାୟ ପ୍ରକାଶ ଅବସରରେ ଏହି ମାମଲାରେ ଅଦାଲତ ମିତ୍ର ଭାବେ ସହଯୋଗ କରିଥିବା ବରିଷ୍ଠ ଆଇନଜୀବୀ ଗୌତମ ମିଶ୍ର ଓ ଆଡ଼ଭୋକେଟ୍‌ ଜେନେରାଲ ପୀତାମ୍ବର ଆଚାର୍ଯ୍ୟଙ୍କ ସହଯୋଗକୁ ଅଦାଲତ ପ୍ରଶଂସା କରିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    30.4 ° C
    30.4 °
    30.4 °
    15 %
    2.6kmh
    0 %
    Tue
    28 °
    Wed
    31 °
    Thu
    30 °
    Fri
    31 °
    Sat
    31 °

    ସମ୍ବନ୍ଧିତ