Wednesday, March 18, 2026
22.3 C
Odisha

    ମିଳିତ ଜାତିସଂଘ ମହାସଚିବଙ୍କ ଉପରେ ବ୍ୟାନ୍ ଲଗାଇଲା ଇସ୍ରାଏଲ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ଇସ୍ରାଏଲ ଏବଂ ଇରାନ ମଧ୍ୟରେ ସିଧାସଳଖ ଯୁଦ୍ଧ ଆରମ୍ଭ ହୋଇଛି। ମଙ୍ଗଳବାର ବିଳମ୍ବିତ ରାତିରୁ ଉଭୟ ପାର୍ଶ୍ୱରୁ ଏୟାର ଷ୍ଟ୍ରାଇକ୍ ଜାରି ରହିଛି। ଏହାର ପ୍ରଭାବ ସମଗ୍ର ବିଶ୍ୱରେ ମଧ୍ୟ ଦେଖିବାକୁ ମିଳିଛି। ବିଶେଷ କରି ମଧ୍ୟପ୍ରାଚ୍ୟର ଦେଶମାନଙ୍କରେ ଉତ୍ତେଜନା ପରିସ୍ଥିତି ଦେଖାଦେଇଛି। ଇସ୍ରାଏଲ୍ ସେନା ଲେବାନନରେ ପ୍ରବେଶ କରି ହିଜବୁଲ ଯୁଦ୍ଧବିମାନ ଉପରେ ଆକ୍ରମଣ ଆରମ୍ଭ କରିଛି। ଆମେରିକା ମଧ୍ୟ ଇରାନକୁ ଚେତାବନୀ ଦେଇଛି। ଏସବୁ ମଧ୍ୟରେ ଇସ୍ରାଏଲ୍ ଜାତିସଂଘର ସେକ୍ରେଟେରୀ ଜେନେରାଲ୍ ଆଣ୍ଟୋନିଓ ଗୁଟେରସଙ୍କୁ ତାଙ୍କ ଦେଶରେ ପର୍ସୋନା ନନ୍ ଗ୍ରାଟା (ଜଣେ ବ୍ୟକ୍ତି ଯିଏ ଆଉ ସମ୍ମାନ କିମ୍ବା ସ୍ୱାଗତ ପାଇବ ନାହିଁ) ଘୋଷଣା କରିବାକୁ ନିଷ୍ପତ୍ତି ନେଇଛି ଏବଂ ତାଙ୍କ ଦେଶରେ ପ୍ରବେଶ ଉପରେ ପ୍ରତିବନ୍ଧକ ଲଗାଇବାକୁ ନିଷ୍ପତି ନେଇଛି।
    ଇସ୍ରାଏଲର ବୈଦେଶିକ ମନ୍ତ୍ରୀ କାଟଜ ଏକ ବିବୃତ୍ତି ଜାରି କରି କହିଛନ୍ତି, “ଯିଏ ଇରାନର ଇସ୍ରାଏଲ ଉପରେ ହୋଇଥିବା ଅପରାଧିକ ଆକ୍ରମଣକୁ ନିନ୍ଦା କରିବାରେ ଅସମର୍ଥ, ସେ ଇସ୍ରାଏଲ୍ ମାଟିରେ ପାଦ ଦେବା ଯୋଗ୍ୟ ନୁହେଁ। ଗୁଟେରସ୍ ଇସ୍ରାଏଲକୁ ନିନ୍ଦା କରୁଥିବା ମହାସଚିବ, ଯିଏ ଆତଙ୍କବାଦୀ, ବଳାତ୍କାରୀ ଏବଂ ହତ୍ୟାକାରୀଙ୍କୁ ସମର୍ଥନ କରେ। ମିଳିତ ଜାତିସଂଘର ଇତିହାସରେ ଏକ ଦାଗ ଭାବରେ ସ୍ମରଣ କରାଯାଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    22.3 ° C
    22.3 °
    22.3 °
    69 %
    8.9kmh
    99 %
    Wed
    30 °
    Thu
    34 °
    Fri
    35 °
    Sat
    34 °
    Sun
    35 °

    ସମ୍ବନ୍ଧିତ