Saturday, September 12, 2026
24.8 C
Odisha

    ମେଥିର ଉପକାରୀତା ବିଷୟରେ ଜାଣିଲେ ହେବେ ଆଶ୍ଚର୍ଯ୍ୟ, ଏମିତି କରନ୍ତୁ ସେବନ

    ଆଗକୁ ପଢନ୍ତୁ

    ମେଥି ପାଣିରେ ଫାଇବର ଏବଂ ଆଣ୍ଟିଅକ୍ସିଡାଣ୍ଟ ପ୍ରଛୁର ପରିମାଣରେ ଥାଏ, ଯାହା ପାଚନ ତନ୍ତ୍ରକୁ ମଜବୁତ ରଖିଥାଏ। ଏହା ପେଟରେ ଗ୍ୟାସ ଏବଂ ଅନ୍ୟାନ୍ୟ ସମସ୍ୟାରୁ ଆରମ ପ୍ରଦାନ କରିବାରେ ସହାୟକ ହୋଇଥାଏ।

    ମେଥିର ପାଣିରେ ଫାଇବର ହୋଇଥାଏ, ଯାହା ପେଟକୁ ଭରପୁର କରିଥାଏ। ଏହାର ସେବନ ଦ୍ୱାରା ଅନାବଶ୍ୟକ ଭୋକ ଲାଗେନାହିଁ ଏବଂ କ୍ୟାଲୋରୀ କମିଥାଏ, ଯାହା ଓଜନ କମ କରିବାରେ ସାହାଯ୍ୟ କରିଥାଏ।

    ମେଥିଦାନାରେ ନାଚୁରାଲ ସୋଲ୍ୟୁବଲ ଫାଇବର ରହିଥାଏ, ଯାହା ରକ୍ତରେ ବ୍ଲଡ ସୁଗାରକୁ କଣ୍ଟ୍ରୋଲ କରିଥାଏ। ଶରୀରରେ ଇନସୁଲିନର ସମ୍ବେଦନଶୀଳତାକୁ ବଢାଇଥାଏ। ଯାହା ଡାଇବେଟିସ ରୋଗିଙ୍କ ପାଇଁ ଉତ୍ତମ ହୋଇଥାଏ।ମେଥି ପାଣିରେ ଆଣ୍ଟିଅକ୍ସିଡାଣ୍ଟ ଏବଂ ଫାଇବର ରହିଥାଏ, ଯାହା ହୃଦୟ ସ୍ୱାସ୍ଥ୍ୟକୁ ସୁସ୍ଥ ରଖିଥାଏ। ଏହା ରକ୍ତରେ ଖରାପ କୋଲେଷ୍ଟ୍ରଲକୁ କମ କରିଥାଏ।

    ମେଥିର ପାଣିରେ ଥିବା ଆଣ୍ଟିଅକ୍ସିଡାଣ୍ଟ ଏବଂ ଆଣ୍ଟି-ଇମ୍ପ୍ଲିମେଟରୀ ଗୁଣ ତ୍ୱାଚାକୁ ସଫା ଏବଂ ଚମକ ରଖିଥାଏ। ଏହା କେଶ ମୂଳକୁ ମଜବୁତ କରିଥାଏ, ଯାହା କେଶ ଝଡିବାକୁ ଦେଇନଥାଏ।

    ମେଥି ପାଣିର ସେବନ ମହିଳାମାନଙ୍କ ହର୍ମୋନାଲ ବାଲାନ୍ସକୁ ରଖିବାରେ ସାହାଯ୍ୟ କରିଥାଏ। ଏହା ପିରିୟଡ ସମୟରେ କଷ୍ଟ ହେଉଥିବା ଅନିୟମିତତାକୁ ମଧ୍ୟ ନିୟନ୍ତ୍ରଣ କରିଥାଏ।

    ରାତିରେ ଶୋଇବା ପୂର୍ବରୁ ଏକ ଚାମଚ ମେଥି ଦାନାକୁ ଏକ ଗ୍ଲାସ ପାଣିରେ ଭିଜାଇ ଦିଅନ୍ତୁ। ସକାଳୁ ଉଠି ଏହି ପାଣିକୁ ଛାଣି ପିଅନ୍ତୁ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    24.8 ° C
    24.8 °
    24.8 °
    93 %
    3.3kmh
    100 %
    Sat
    27 °
    Sun
    30 °
    Mon
    31 °
    Tue
    31 °
    Wed
    31 °

    ସମ୍ବନ୍ଧିତ