Tuesday, May 26, 2026
40.9 C
Odisha

    ମୋଦୀଙ୍କୁ ହରାଇବାକୁ ଷଡଯନ୍ତ୍ର ରଚିଥିଲା ଆମେରିକା!

    ଆଗକୁ ପଢନ୍ତୁ

    ୱାଶିଂଟନ୍: ମୋଦୀଙ୍କୁ ନିର୍ବାଚନରେ ହରାଇବାକୁ ଷଡଯନ୍ତ୍ର ରଚିଥିଲା ଆମେରିକା | ଏକଥା ଆମେ କହୁନାହୁଁ | ବରଂ ଆମେରିକାର ବୈଦେଶିକ ବିଭାଗର ପୂର୍ବତନ ଅଧିକାରୀ ମାଇକ୍ ବେଞ୍ଜ ଏଭଳି ଏକ ଦାବି କରିଛନ୍ତି | ଯାହାକୁ ନେଇ ଆଲୋଡ଼ନ ସୃଷ୍ଟି ହୋଇଛି | ଟାଇମ୍ସ ଅଫ୍ ଇଣ୍ଡିଆର ଏକ ରିପୋର୍ଟ ଅନୁଯାୟୀ ବେଞ୍ଜ ଦାବି କରିଛନ୍ତି ଯେ ଆମେରିକା ମିଡିଆ ପ୍ରଭାବ ବ୍ୟବହାର କରି ସୋସିଆଲ ମିଡିଆ ସେନ୍ସରକୁ ପ୍ରୋତ୍ସାହିତ କରିବା ସହ ବିରୋଧୀ ଆନ୍ଦୋଳନକୁ ଆର୍ଥିକ ସହାୟତା ଦେଇ ଭାରତ ଏବଂ ବାଂଲାଦେଶ ସମେତ ଅନେକ ଦେଶର ରାଜନୀତିକୁ ପ୍ରଭାବିତ କରିବାକୁ ଚେଷ୍ଟା କରିଛି। ସେ ଆହୁରି ମଧ୍ୟ ଦାବି କରିଛନ୍ତି ଯେ ଆମେରିକା ମଧ୍ୟ ନିର୍ବାଚନକୁ ପ୍ରଭାବିତ କରିବାକୁ ଚେଷ୍ଟା କରିଛି ଏବଂ ସରକାରଙ୍କୁ ଅସ୍ଥିର କରିବାକୁ ଚେଷ୍ଟା କରିଛି। ୟୁଏସଏଡ଼କୁ ନେଇ ଚାଲିଥିବା ବିବାଦ ମଧ୍ୟରେ ବେଞ୍ଜଙ୍କ ଦାବି ଏକ ଆଲୋଡ଼ନ ସୃଷ୍ଟି କରିଛି |

    ସେ କହିଛନ୍ତି ଯେ ଏହି କାର୍ଯ୍ୟରେ ଆମେରିକା ବହୁ ଅର୍ଥ ଖର୍ଚ୍ଚ କରିଛି। ବେଞ୍ଜଙ୍କ ଦାବି ଅନୁଯାୟୀ, ୨୦୧୯ରେ ଭାରତରେ ଅନୁଷ୍ଠିତ ଲୋକସଭା ନିର୍ବାଚନକୁ ପ୍ରଭାବିତ କରିବା ପାଇଁ ସମସ୍ତ ପ୍ରୟାସ କରାଯାଇଥିଲା ଯାହା ଫଳରେ ପ୍ରଧାନମନ୍ତ୍ରୀ ମୋଦୀ ଓ ବିଜେପି ଦଳ ସଫଳ ହୋଇପାରିବ ନାହିଁ। ସେ ଅଭିଯୋଗ କରିଛନ୍ତି ଯେ ଫେସବୁକ୍, ୟୁଟ୍ୟୁବ୍, ହ୍ୱାଟ୍ସଆପ୍ ଏବଂ ଟ୍ୱିଟର ଭଳି ବିଭିନ୍ନ ସୋସିଆଲ୍ ମିଡିଆ କମ୍ପାନୀଗୁଡିକ ମୋଦୀଙ୍କ ସମର୍ଥକ ବିଷୟବସ୍ତୁ ବନ୍ଦ କରିବାକୁ ଆମେରିକା ସ୍ୱରାଷ୍ଟ୍ର ବିଭାଗ ଦ୍ୱାରା ଚାପ ପକାଯାଇଥିଲା । ଉଲ୍ଲେଖ ଥାଉ କି ୟୁଏସଏଡ଼ ହେଉଛି ଆମେରିକା ସରକାରଙ୍କ ଏକ ସ୍ୱାଧୀନ ସଂଗଠନ, ଯାହା ବିକାଶଶୀଳ ଦେଶମାନଙ୍କୁ ଅର୍ଥନୈତିକ ଏବଂ ମାନବିକ ସହାୟତା ଯୋଗାଇଥାଏ।

    ଗତ କିଛି ବର୍ଷ ମଧ୍ୟରେ ଭାରତର ପ୍ରାୟ ସମସ୍ତ ପଡୋଶୀ ଦେଶରେ ରାଜନୈତିକ ଅସ୍ଥିରତାର ବାତାବରଣ ଦେଖାଦେଇଛି। ପାକିସ୍ତାନ, ଶ୍ରୀଲଙ୍କା ଏବଂ ବାଂଲାଦେଶରେ କ୍ଷମତାର ବହୁତ ନାଟକୀୟ ପରିବର୍ତ୍ତନ ଆସିଛି। ଏପରିକି ୨୦୨୪ ଲୋକସଭା ନିର୍ବାଚନରେ ​​ମଧ୍ୟ ଭାରତୀୟ ଜନତା ପାର୍ଟି ଗତ ୩ଟି ନିର୍ବାଚନରେ ​​ପ୍ରଥମ ଥର ପାଇଁ ଖୋଦ ସଂଖ୍ୟାଗରିଷ୍ଠତା ହାସଲ କରିପାରିନଥିଲା | ନିକଟରେ ବିଜେପି ସାଂସଦ ନିଶିକାନ୍ତ ଦୁବେ ଅଭିଯୋଗ କରିଥିଲେ ଯେ ଭାରତକୁ ବିଭାଜନ କରିବା ପାଇଁ ୟୁଏସଏଡ଼ ଅନେକ ସଂସ୍ଥାକୁ ପାଣ୍ଠି ଯୋଗାଇ ଦେଇଛି। ଏଭଳି ପରିସ୍ଥିତିରେ, ମୋଦୀଙ୍କୁ ପରାସ୍ତ କରିବାକୁ ଆମେରିକା ଷଡଯନ୍ତ୍ର କରିଛି ବୋଲି ବେଞ୍ଜ କରିଥିବା ଦାବି ଦ୍ୱାରା ଦୁବେଙ୍କ ଅଭିଯୋଗକୁ ବଳ ମିଳିଛି |

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    40.9 ° C
    40.9 °
    40.9 °
    16 %
    3.8kmh
    43 %
    Tue
    36 °
    Wed
    45 °
    Thu
    46 °
    Fri
    45 °
    Sat
    42 °

    ସମ୍ବନ୍ଧିତ