Wednesday, March 11, 2026
21.6 C
Odisha

    ମୋବାଇଲ ଆପ ସତର୍କ ସଙ୍କେତରେ ଛାତ୍ରଙ୍କ ସଫଳତା

    ଆଗକୁ ପଢନ୍ତୁ

    ନୂଆପଡ଼ା  : ଭାରତ ସରକାରଙ୍କ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତିବିଦ୍ୟା ବିଭାଗ ଦ୍ୱାରା ପରିଚାଳିତ ଅଟଳ ଟିଙ୍କରୀଙ୍କ ଲ୍ୟାବମାନଙ୍କର ଅନ୍‌ଲାଇନ ମାଧ୍ୟମରେ ଓସିଏସି ଦ୍ୱାରା ରାଜ୍ୟସ୍ତରୀୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଏଥିରେ କୋମନା ବ୍ଲକ ବୃଦ୍ଧିକୋମନା ସରକାରୀ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ଛାତ୍ର ସୁମିତ ବାଗ, ସାଇ ସ୍ବରାଜ ପଣ୍ଡା ଓ କହ୍ନେୟା ରାଉତ ସ୍ଥାନ ଆଧାରିତ ସତର୍କତା ଯନ୍ତ୍ର (ଲୋକେସନ ବେସ୍‌ଡ ଆଲର୍ଟ ସିଷ୍ଟମ) ତିଆରି କରିଥିଲେ। ଶିକ୍ଷକ ଦେବରାଜ ଧିଣ୍ଡା ଓ ବିପ୍ଲବ ବାଗଙ୍କ ତତ୍ତ୍ୱାବଧାନ ତଥା ପ୍ରଧାନ ଶିକ୍ଷକ ଶଶିପାତ୍ର ତାଣ୍ଡିଙ୍କ ମାର୍ଗଦର୍ଶନରେ ଏହି ପ୍ରକଳ୍ପ ସହିତ ଛାତ୍ରମାନେ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ। ଏହି ପ୍ରକଳ୍ପ ଚାଳକଙ୍କ ପାଇଁ ଦୁର୍ଘଟଣା ପ୍ରବଣ ସ୍ଥାନରେ ସତର୍କ ସୂଚନା ଦେବ। ଛାତ୍ରମାନେ ଏଥିପାଇଁ ଗୋଟିଏ ମୋବାଇଲ ଆପ (ସତର୍କ ସଙ୍କେତ) ତିଆରି କରିଛନ୍ତି, ଯାହା ଦୁର୍ଘଟଣା ଜନିତ ସ୍ଥାନରେ ଯନ୍ତ୍ରଟିକୁ ମେସେଜ ଦିଏ ଓ ସାଉଣ୍ଡ କରି ଚାଳକଙ୍କୁ ସତର୍କ କରାଏ। ଏହି ପ୍ରକଳ୍ପ ରାଜ୍ୟସ୍ତରରେ ଦ୍ୱିତୀୟ ସ୍ଥାନ ଅଧିକାର କରି ପୁରସ୍କୃତ ହୋଇ ଜିଲ୍ଲା ପାଇଁ ଗୌରବ ଆଣିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    21.6 ° C
    21.6 °
    21.6 °
    65 %
    1.2kmh
    0 %
    Wed
    37 °
    Thu
    37 °
    Fri
    39 °
    Sat
    40 °
    Sun
    38 °

    ସମ୍ବନ୍ଧିତ