Sunday, September 13, 2026
28.7 C
Odisha

    ଯୁବପିଢି ଭୋଗୁଥିବା ସ୍ୱାସ୍ଥ୍ୟ ସମସ୍ୟାର ମୁଖ୍ୟ କାରଣ ହେଉଛି ଚାପ

    ଆଗକୁ ପଢନ୍ତୁ

    ଚାପ ଏବେ ଅନେକ ରୋଗର ମୁଖ୍ୟ କାରଣ ପାଲଟିଛି। ୧୮ ରୁ ୪୫ ବର୍ଷ ବୟସର ଯୁବପିଢି ଭୋଗୁଥିବା ସ୍ୱାସ୍ଥ୍ୟ ସମସ୍ୟାର ମୁଖ୍ୟ କାରଣ ହେଉଛି ଚାପ। ତେବେ ଆମ ଯୁବପିଢିଙ୍କ ଚାପଗ୍ରସ୍ତର କାରଣ କଣ ହୋଇପାରେ, ପୁରୁଷ ଓ ମହିଳାଙ୍କ ମଧ୍ୟରେ ପ୍ରାର୍ଥକ୍ୟ ଏବଂ କିପରି ଏହାର ସମାଧାନ କରାଯାଇ ପାରିବ, ଜାଣନ୍ତୁ…

    ଚାପ ହେଉଛି ଏକ ପ୍ରାକୃତିକ ପ୍ରତିକ୍ରିୟା, ଯାହା ବିଭିନ୍ନ କାରଣରୁ ହୋଇପାରେ, ଯେପରିକି କାର୍ଯ୍ୟ, ସମ୍ପର୍କ, ଆର୍ଥିକ ଅସୁବିଧା କିମ୍ବା ଜୀବନର ପ୍ରମୁଖ ପରିବର୍ତ୍ତନ। ଯେତେବେଳେ ଆମେ ଚାପର ସମ୍ମୁଖୀନ ହୋଇଥାଉ, ଏହା ଶାରୀରିକ ଏବଂ ମାନସିକ ପ୍ରତିକ୍ରିୟା ସୃଷ୍ଟି କରିଥାଏ। ଏହି ପ୍ରତିକ୍ରିୟାଗୁଡ଼ିକ ଟେନସନ, ଚିନ୍ତା, କିମ୍ବା ଅତ୍ୟଧିକ ଭାବନା ପରି ଦେଖାଯାଏ। ଚାପଗ୍ରସ୍ତ ହେଲେ ଶରୀର କର୍ଟିସୋଲ ଏବଂ ଆଡ୍ରେନାଲିନ୍ ପରି ହରମୋନ ମୁକ୍ତ କରିଥାଏ। ଏହି ହରମୋନ ହୃଦସ୍ପନ୍ଦନ ଏବଂ ରକ୍ତଚାପ ବୃଦ୍ଧିକରେ, ଫଳରେ ରୋଗ ପ୍ରତିରୋଧକ ଶକ୍ତି ଦୁର୍ବଳ ହୋଇଯାଏ।

    ରିପୋର୍ଟ ଅନୁସାରେ, ପ୍ରତି ୧୧,୦୦୦ ଲୋକଙ୍କ ମଧ୍ୟରୁ ପ୍ରାୟ ୮୦% ଲୋକ କ୍ରନିକ୍ ଚାପରେ ପୀଡିତ। ଏହି ରିପୋର୍ଟରେ କୁହାଯାଇଛି ଯେ, ଉଚ୍ଚ ରକ୍ତଚାପ ଏବଂ ମଧୁମେହ ପରି ଅଣସଂକ୍ରାମକ ରୋଗ (NCDs) ସହ ଚାପର ସିଧାସଳଖ ଲିଙ୍କ ରହିପାରେ। ବାସ୍ତବରେ, ଏହା ଉଚ୍ଚ ରକ୍ତଚାପ ଏବଂ ମଧୁମେହ ରୋଗକୁ ୧.୩ରୁ ୨ ଗୁଣ ବଢୀଇଥାଏ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    moderate rain
    28.7 ° C
    28.7 °
    28.7 °
    75 %
    2.5kmh
    71 %
    Sun
    29 °
    Mon
    30 °
    Tue
    31 °
    Wed
    31 °
    Thu
    31 °

    ସମ୍ବନ୍ଧିତ