Friday, May 1, 2026
26.3 C
Odisha

    ରାଜଧାନୀରେ କଂଗ୍ରେସର ରଣହୁଙ୍କାର, ବିଧାନସଭା ଅଭିମୁଖେ ଅଗ୍ରସର ହଜାର ହଜାର ନେତା ଓ କର୍ମୀ

    ଆଗକୁ ପଢନ୍ତୁ

    ଭୁବନେଶ୍ଵର : ରାଜଧାନୀରେ ଗର୍ଜୁଛି କଂଗ୍ରେସ। ନାରୀ ନିର୍ଯାତନା ବୃଦ୍ଧି ପ୍ରତିବାଦରେ ବିଧାନସଭା ଘେରାଉ ପାଇଁ କଂଗ୍ରେସର ପଦଯାତ୍ରା ଆରମ୍ଭ ହୋଇଛି। ରାମମନ୍ଦିର ଛକରୁ ପଦଯାତ୍ରା ବାହାରି ବିଧାନସଭା ଅଭିମୁଖେ ଅଗ୍ରସର ହେଉଛି। ହଜାର ହଜାର ସଂଖ୍ୟକ କଂଗ୍ରେସ ନେତା ଓ କର୍ମୀ ଶୋଭାଯାତ୍ରାରେ ସାମିଲ ହୋଇଛନ୍ତି। ଅପରପକ୍ଷେ କଂଗ୍ରେସର ବିଧାନସଭା ଘେରାଉକ ଦୃଷ୍ଟିରେ ରଖି ରାଜଧାନୀ ଭୁବନେଶ୍ଵରରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ରାଜଧାନୀର ସବୁ ଗୁରୁତ୍ଵପୂର୍ଣ୍ଣ ଛକ ଏବଂ ମୁଖ୍ୟ ରାସ୍ତାରେ ପୁଲିସ ଫୋର୍ସ ମୁତୟନ ହୋଇଛନ୍ତି। ସୁରକ୍ଷା ପାଇଁ ମୋଟ୍ ୮୦ ପ୍ଲାଟୁନ୍ ପୁଲିସ୍ ଫୋର୍ସ ମୁତୟନ କରାଯାଇଛି। ଯେପରି କୌଣସି ଅପ୍ରୀତିକର ପରିସ୍ଥିତି ନ ଘଟେ, ସେଥିପ୍ରତି ସୁରକ୍ଷାକର୍ମୀମାନେ ସମ୍ପୂର୍ଣ୍ଣ ସଜାଗ ରହିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    26.3 ° C
    26.3 °
    26.3 °
    67 %
    0.4kmh
    51 %
    Fri
    40 °
    Sat
    41 °
    Sun
    41 °
    Mon
    40 °
    Tue
    36 °

    ସମ୍ବନ୍ଧିତ