Tuesday, April 21, 2026
42 C
Odisha

    ରାଜ୍ୟରେ ୧୦୦୦ ପାର କଲା ଡେଙ୍ଗୁ ରୋଗୀଙ୍କ ସଂଖ୍ୟା

    ଆଗକୁ ପଢନ୍ତୁ

    ଭୁବନେଶ୍ୱର: ରାଜ୍ଯରେ ବଢ଼ି ଚାଲିଛି ଡେଙ୍ଗୁ ରୋଗୀଙ୍କ ସଂଖ୍ୟା । ବର୍ତ୍ତମାନସୁଦ୍ଧା ରାଜ୍ୟରେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ୧୦୦୦ ପାର କରିଛି। ଗତବର୍ଷ ଏହି ସମୟ ସୁଦ୍ଧା ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ୬୦୦ ଥିଲା । ଏହି ବର୍ଷ ଏହା ବଢ଼ି ୧୦୭୬ ରେ ପହଞ୍ଚିଛି।
    ଖୋର୍ଦ୍ଧାରେ ସର୍ବାଧିକ ୨୯୦ ଜଣ ଓ ୨୧୦ ସୁନ୍ଦରଗଡରେ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି। ଗତକାଲି ୨୦୯ ଜଣକ ମଧ୍ୟରୁ ୧୯ ଜଣ ପାଜିଟିଭ ଚିହ୍ନଟ ହୋଇଛନ୍ତି। ସେପଟେ ଲଗାଣ ବର୍ଷାରେ ଜଳବାହିତ ରୋଗ ପାଇଁ ସଜାଗ ରହିଛି ସ୍ଵାସ୍ଥ୍ୟ ବିଭାଗ। ବନ୍ୟା ପ୍ରବଣ ଅଞ୍ଚଳରେ ଜଳ ବିଷୋଧନ ପାଇଁ ବାରମ୍ବାର କୁହାଯାଇଛି। ବର୍ଷା ଚାଲିଛି, ବନ୍ୟା ପାଣି ଆସିଲାଣି। ଏଣୁ ଲୋକେ ଅଧିକ ସତର୍କ ରହିବା ପାଇଁ କୁହାଯାଉଛି। ସାପ କାମୁଡା ଭୟ ମଧ୍ୟ ଅଧିକ ରହିଛି।ଡାକ୍ତରଖାନାରେ ଆଣ୍ଟି ଭେନମ ମହଜୁଦ ରଖିବାକୁ ନିର୍ଦ୍ଦେଶ ରହିଛି। ସବୁ ଜିଲ୍ଲାରେ ଆଶା କର୍ମୀ ଓ ସ୍ଵାସ୍ଥ୍ୟ କର୍ମୀ ସଜାଗ ରହିଛନ୍ତି। ରାପିଡ୍ ରେସପନ୍ସ ଟିମ୍ ନଜର ରଖିଛନ୍ତି। ପିଏଚସି, ସିଏଚସିରେ ବେଡ ଠାରୁ ଆରମ୍ଭ କରି ସମସ୍ତ ଔଷଧ ମହଜୁଦ ରଖିବାକୁ ନିର୍ଦ୍ଦେଶ ଦେଇଛି ସ୍ଵାସ୍ଥ୍ୟ ବିଭାଗ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    42 ° C
    42 °
    42 °
    11 %
    4kmh
    8 %
    Tue
    42 °
    Wed
    43 °
    Thu
    43 °
    Fri
    44 °
    Sat
    44 °

    ସମ୍ବନ୍ଧିତ