Wednesday, July 30, 2025
26.8 C
Odisha

    ରାଜ୍ୟର ଭିତ୍ତିଭୂମି ଅନୁଧ୍ୟାନ ପାଇଁ ଓଡ଼ିଶା ଗସ୍ତରେ ବିଶ୍ୱବ୍ୟାଙ୍କ ଟିମ୍

    ଆଗକୁ ପଢନ୍ତୁ

    ଭୁବନେଶ୍ୱର: ଭିତ୍ତିଭୂମି କ୍ଷେତ୍ରରେ ଓଡ଼ିଶାର ବ୍ୟାପକ ରଣନୀତି ସମ୍ପର୍କରେ ଅଧ୍ୟୟନ ଏବଂ ଏ କ୍ଷେତ୍ରରେ ଘରୋଇ ପୁଞ୍ଜିନିବେଶ ବୃଦ୍ଧି ପାଇଁ ସୁପାରିଶ କରିବା ଉଦ୍ଦେଶ୍ୟରେ ଭାରତ ସରକାର, ବିଶ୍ଵବ୍ୟାଙ୍କ ସହଯୋଗରେ ଅଧ୍ୟୟନ ନିମନ୍ତେ ଓଡ଼ିଶା ସମେତ ଗୁଜରାଟ, ମଧ୍ୟପ୍ରଦେଶ ଏବଂ ମେଘାଳୟ ଭଳି ୪ ଟି ରାଜ୍ୟକୁ ଚିହ୍ନଟ କରିଛନ୍ତି।
    ଏହି ପରିପ୍ରେକ୍ଷୀରେ ବରିଷ୍ଠ ସରକାରୀ-ବେସରକାରୀ ସହଭାଗିତା (ପବ୍ଲିକ୍ ପ୍ରାଇଭେଟ୍ ପାର୍ଟନରସିପ୍ ) ବିଶେଷଜ୍ଞ ଓ ପରାମର୍ଶଦାତାଙ୍କୁ ନେଇ ଗଠିତ ବିଶ୍ୱବ୍ୟାଙ୍କର ଏକ ୫ ଜଣିଆ ଟିମ୍ ଗତକାଲି ମଙ୍ଗଳବାର ଲୋକସେବା ଭବନରେ ରାଜ୍ୟ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ, ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ବୈଠକରେ ଅଂଶଗ୍ରହଣ କରି ଆଲୋଚନା କରିଥିଲେ । ରାଜ୍ୟ ସରକାରଙ୍କ ପ୍ରମୁଖ ଭିତ୍ତିଭୂମି ବିଭାଗମାନଙ୍କର ସଚିବ, ପବ୍ଲିକ-ପ୍ରାଇଭେଟ ପାର୍ଟନରସିପ ନିର୍ଦ୍ଦେଶାଳୟ ଏବଂ ଅର୍ଥ ବିଭାଗର ଅଧିକାରୀମାନେ ମଧ୍ୟ ଏହି ବୈଠକରେ ଯୋଗଦେଇ ବିଭିନ୍ନ କ୍ଷେତ୍ରରେ ଘରୋଇ ଅଂଶଗ୍ରହଣ ରାଜ୍ୟ ପାଇଁ ଲାଭଦାୟକ ହେଉଥିବା ସମ୍ପର୍କରେ ମତ ରଖିଥିଲେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    26.8 ° C
    26.8 °
    26.8 °
    81 %
    3.7kmh
    86 %
    Wed
    27 °
    Thu
    31 °
    Fri
    31 °
    Sat
    31 °
    Sun
    32 °

    ସମ୍ବନ୍ଧିତ