Saturday, May 2, 2026
41.6 C
Odisha

    ରାତିରେ ଝଲସିବ ଶ୍ରୀମନ୍ଦିର, ୧୮ କୋଟି ଖର୍ଚ୍ଚରେ କରାଯିବ ସ୍ବତନ୍ତ୍ର ଆଲୋକୀକରଣ

    ଆଗକୁ ପଢନ୍ତୁ

    ପୁରୀ : ଶ୍ରୀମନ୍ଦିର ଗର୍ଭଗୃହ, ନାଟ ମଣ୍ଡପ, ଭୋଗମଣ୍ଡପ, ଜଗମୋହନ ସମେତ ଭିତର ବେଢାରେ ଥିବା ପାର୍ଶ୍ବ ଦେବାଦେବୀ ମନ୍ଦିର ଗୁଡିକର ସୁନ୍ଦର ଭାବେ କରାଯିବ ଆଲୋକୀକରଣ ।  ଏଥିପାଇଁ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ପୁରୀ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ାଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ ହୋଇଥିଲା ।  ଏଥିରେ ଏଏସଆଇ ଅଧିକାରୀ, ପରିଚାଳନା କମିଟି ସେବାୟତ ସଦସ୍ୟ, ଶ୍ରୀମନ୍ଦିର ପ୍ରଶାସନର ଅଧିକାରୀଙ୍କ ସହିତ ଓବିସିସି ଅଧିକାରୀ ଉପସ୍ଥିତ ଥିଲେ। ପ୍ରସ୍ତାବିତ ଆଲୋକୀକରଣ ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନିର୍ଦ୍ଦିଷ୍ଟ ପରାମର୍ଶ ଦିଆଯାଇଥିଲା ।

    ଏଥିପାଇଁ ୧୭ରୁ ୧୮ କୋଟି ଟଙ୍କାର ବଜେଟ କରାଯାଇଛି । ଶ୍ରୀମନ୍ଦିର ଚାରି ଦ୍ବାର, ମେଘନାଦ ପାଚେରି, କୁରୁମବେଢା, ଜଗମୋହନ, ନାଟମଣ୍ଡପ, ଆନନ୍ଦ ବଜାରର ଆଲୋକୀକରଣ ହେବ । ସେହିପରି ଭିତର ବେଢା଼ରେ ମା ଲକ୍ଷ୍ମୀ, ବିମଳାଙ୍କ ସହ ଅନ୍ୟାନ୍ୟ ପାର୍ଶ୍ଵ ଦେବାଦେବୀଙ୍କ ମନ୍ଦିରର ଆଲୋକୀ କରଣ କରାଯିବ । ଏହି ଆଲୋକୀକରଣ ବ୍ୟବସ୍ଥାର ପାଞ୍ଚ ବର୍ଷ ପାଇଁ ରକ୍ଷଣ ବେକ୍ଷଣ ନେଇ ମଧ୍ୟ ଖୁବ ଶୀଘ୍ର ଟେଣ୍ଡର କରାଯିବ । ଶ୍ରୀମନ୍ଦିରକୁ ଆଲୋକୀକରଣ କରାଯିବା ପରେ ପୁରୀକୁ ଆସୁଥିବା ଶ୍ରଦ୍ଧାଳୁ ମାନେ ଏକ ନୂଆ ଅନୁଭୂତି ପାଇପାରିବେ । ଆସନ୍ତା ତିନି ରୁ ଚାରିମାସ ମଧ୍ୟରେ ଏହି କାର୍ଯ୍ୟ ଶେଷ କରିବା ପାଇଁ ଲକ୍ଷ୍ୟ ରଖାଯାଇଥିବା କହିଛନ୍ତି ପରିଚାଳନା କମିଟି ସଦସ୍ୟ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    41.6 ° C
    41.6 °
    41.6 °
    13 %
    6kmh
    25 %
    Sat
    41 °
    Sun
    42 °
    Mon
    41 °
    Tue
    33 °
    Wed
    38 °

    ସମ୍ବନ୍ଧିତ