Monday, December 8, 2025
13.6 C
Odisha

    ରାହୁଲଙ୍କୁ ପଛରେ ପକାଇଦେଲେ ପ୍ରିୟଙ୍କା, ୪ ଲକ୍ଷରୁ ଅଧିକ ଭୋଟ୍‌ରେ ବାଜିମାତ

    ଆଗକୁ ପଢନ୍ତୁ

    କେରଳର ଓ୍ବାୟନାଡ଼ ଲୋକ ସଭା ଆସନରୁ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ବିପୁଳ ଭୋଟ୍‌ରେ ବିଜୟ ଲାଭ କରିଛନ୍ତି। କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ୨୦୨୪ ସାଧାରଣ ନିର୍ବାଚନରେ ଓ୍ବାୟନାଡ଼ ଏବଂ ରାଏବରେଲି ଆସନରେ ଜିତି ଥିଲେ। ହେଲେ ପରେ ସେ ରାଏବରେଲି ଆସନକୁ ରଖି ଓ୍ବାୟନାଡ଼ରୁ ଇସ୍ତଫା ଦେଇଥିଲେ। ଏହାପରେ ଏଠାରେ ଉପନିର୍ବାଚନ ଅନୁଷ୍ଠିତ ହୋଇଛି। ପ୍ରଥମ ଥର ପାଇଁ ପ୍ରିୟଙ୍କା ନିଜର ଭାଗ୍ୟ ପରୀକ୍ଷାରେ ବାଜିମାତ୍‌ କରିଛନ୍ତି। ଓ୍ବାୟନାଡ଼ରୁ କଂଗ୍ରେସ ପ୍ରାର୍ଥୀ ପ୍ରିୟଙ୍କା ୪ ଲକ୍ଷରୁ ଅଧିକ ଭୋଟ୍‌ରେ ନିର୍ବାଚନରେ ବିଜେତା ହୋଇଛନ୍ତି। ତାଙ୍କୁ ୬୨୨୩୩୮ ଭୋଟ ମିଳିଛି। ତାଙ୍କ ନିକଟତମ ପ୍ରତିନ୍ଦ୍ୱନ୍ଦ୍ୱୀ ସିପିଆଇ ପ୍ରାର୍ଥୀ ସତ୍ୟନ ମୋକରୀ ୨୧୧୪୦୭ ଭୋଟ ମିଳିଛି। ପ୍ରିୟଙ୍କା ଏହି ଆସନରେ ରେକର୍ଡ ସଂଖ୍ୟକ ୪୧୦୯୩୧ ଭୋଟରେ ବିଜୟ ହାସଲ କରିଛନ୍ତି। ଏପରିକି ସେ ନିଜ ଭାଇ ରାହୁଲଙ୍କୁ ପଛରେ ପକାଇଛନ୍ତି। ଭାଜପା ପ୍ରାର୍ଥୀ ତୃତୀୟ ସ୍ଥାନରେ ରହିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    13.6 ° C
    13.6 °
    13.6 °
    39 %
    1.2kmh
    91 %
    Mon
    26 °
    Tue
    26 °
    Wed
    26 °
    Thu
    26 °
    Fri
    26 °

    ସମ୍ବନ୍ଧିତ