Saturday, July 27, 2024
24.6 C
Odisha

    ରାହୁଲଙ୍କୁ ମୋଦୀଙ୍କ କଟାକ୍ଷ

    ଆଗକୁ ପଢନ୍ତୁ

    ଦେଶରେ ଜାରି ରହିଛି ନିର୍ବାଚନୀ ଉଷ୍ମତା । ଉଭୟ ସରକାର ଏବଂ ବିରୋଧୀ ଦଳ ସରକାର ଗଢ଼ିବା ପାଇଁ ପରସ୍ପରକୁ କଡ଼ା ସମାଲୋଚନା କରୁଛନ୍ତି । ତେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ କରି କହିଛନ୍ତି କି, ଲୋକସଭା ନିର୍ବାଚନ ତାରିଖ ଘୋଷଣା ହେବା ପରେ ରାହୁଲ କାହିଁକି ଗୌତମ ଆଦାନୀ ଏବଂ ମୁକେଶ ଅମ୍ବାନୀଙ୍କ ନାମ ନେଉ ନାହାନ୍ତି । ପୂର୍ବରୁ ଏମାନଙ୍କ ନାମ ନେଇ ବାରମ୍ବାର ସମାଲୋଚନା କରୁଥିବା ରାହୁଲ ହଠାତ କାହିଁକି ଏଭଳି ଏହି ପ୍ରସଙ୍ଗରେ ଚୁପ୍ ହୋଇ ଯାଇଛନ୍ତି । ତେବେ ମୋଦୀଙ୍କ ଏହି ପ୍ରତିକ୍ରିୟା ପରେ ଟ୍ବିଟ୍ କରି କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ ଲେଖିଛନ୍ତି କି, ବନ୍ଧୁ ଏବେ ବନ୍ଧୁ ନୁହେଁ । ତିନୋଟି ପର୍ଯ୍ୟାୟ ନିର୍ବାଚନ ସରିବା ପରେ ଏବେ ନିଜ ବନ୍ଧୁଙ୍କୁ ମଧ୍ୟ ସମାଲୋଚନା କରିବାକୁ ପଛାଉନାହାନ୍ତି । ଏଥିରୁ ସ୍ପଷ୍ଠଭାବେ ଜଣା ପଡ଼ୁଛି କି, ନିଜ ଆସନ ଏବେ ଟଳମଳ ହେଉଛି । ସେପଟେ କଂଗ୍ରେସ ନେତା ଜୟରାମ ରମେଶ ମଧ୍ୟ ମୋଦୀଙ୍କୁ ଟାର୍ଗେଟ କରି ପ୍ରତିକ୍ରିୟା ରଖିଛନ୍ତି । ଯାହାକୁ ନେଇ ଏବେ ରାଜେନୖତିକ ମାହୋଲ ବେଶ ଚର୍ଚ୍ଚା ହେଉଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    24.6 ° C
    24.6 °
    24.6 °
    94 %
    4.3kmh
    100 %
    Sat
    25 °
    Sun
    29 °
    Mon
    30 °
    Tue
    30 °
    Wed
    28 °

    ସମ୍ବନ୍ଧିତ