Tuesday, September 8, 2026
26.4 C
Odisha

    ବିଜେଡିରେ ମିଶିଲେ କୋରେଇର ଯୁବ ବିଜେପି ନେତା ଆଲେକଜାଣ୍ଡାର ଦାସ

    ଆଗକୁ ପଢନ୍ତୁ

    ବିଜେଡିରେ ମିଶିଲେ କୋରେଇ ନିର୍ବାଚନ ମଣ୍ଡଳୀର ଯୁବ ବିଜେପି ନେତା ତଥା ଯାଜପୁର ଜିଲ୍ଲାର ପୂର୍ବତନ ଯୁବମୋର୍ଚ୍ଚା ସଭାପତି ଆଲେକଜାଣ୍ଡାର ଦାସ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ପକ୍ଷରୁ ସମସ୍ତଙ୍କୁ ଦଳକୁ ସ୍ୱାଗତ କଲେ ସାଂସଦ ସସ୍ମିତ ପାତ୍ର। ଆଲେକ୍ସଜେଣ୍ଡର ଦାସ ଜଣେ ଉଚ୍ଚଶିକ୍ଷିତ ବ୍ୟକ୍ତି। ସେ ଯୁବ ଓ ମହିଳା ସଶକ୍ତିକରଣରେ କୋରେଇ ପାଇଁ ବହୁ କାମ କରୁଛନ୍ତି। ତାଙ୍କର ବିଜେଡିରେ ଯୋଗଦାବ ଦଳକୁ କୋରେଇରେ ଆହୁରି ଶକ୍ତିଶାଳୀ କରିବା ସହ ୨୦୨୪ ନିର୍ବାଚନରେ ବିଜୟୀ କରାଇବ ବୋଲି ସସ୍ମିତ ପାତ୍ର କହିଛନ୍ତି। ଆଲେକଜାଣ୍ଡାର ଦାସଙ୍କ ସହ କୋରେଇ ନିର୍ବାଚନ ମଣ୍ଡଳୀର ସୁଶାନ୍ତ ସାହୁ, ନିତ୍ୟାନନ୍ଦ ମହାଳିକ, ମନୋଜ ଦାସ, ଆଲୋକ କର, ଧନଞ୍ଜୟ ସାହୁଙ୍କ ସମେତ ଅନେକ ନେତା ଓ ଆଲେକଜାଣ୍ଡାର ଦାସଙ୍କ ଶତାଧିକ ସମର୍ଥକ ଆଜି ବିଜେଡିରେ ଯୋଗଦେଇଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    26.4 ° C
    26.4 °
    26.4 °
    88 %
    1kmh
    91 %
    Tue
    27 °
    Wed
    31 °
    Thu
    30 °
    Fri
    27 °
    Sat
    29 °

    ସମ୍ବନ୍ଧିତ