Friday, May 1, 2026
26.3 C
Odisha

    ରୁଷ୍‌-ୟୁକ୍ରେନ ଯୁଦ୍ଧରେ ନୂଆମୋଡ଼: ଆମେରିକାର ସହାୟତା ବନ୍ଦ, ସାମରିକ ଯୋଗାଣ ତତ୍କାଳ ରୋକିବାକୁ ନିର୍ଦ୍ଦେଶ

    ଆଗକୁ ପଢନ୍ତୁ

    ୱାସିଂଟନ: ହ୍ବାଇଟ୍‌ହାଉସରେ ବିପର୍ଯ୍ୟୟଜନକ ବୈଠକ ପରେ ୟୁକ୍ରେନ ରାଷ୍ଟ୍ରପତି ବୋଲଡିମିର ଜେଲେନସ୍କିଙ୍କୁ ରୁଷ୍ ସହ ଶାନ୍ତି ଆଲୋଚନା ପାଇଁ ଚାପ ପକାଇବାକୁ ଚାହୁଥିବା ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ୟୁକ୍ରେନ ପାଇଁ ଆମେରିକାର ସହାୟତା ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ୟୁକ୍ରେନକୁ ଆମେରିକା ଲଗାତାର ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର, ବୋମା, ଗୋଳାବାରୁଦ ଓ କ୍ଷେପଣାସ୍ତ୍ର ଆଦି ଯୋଗାଇ ଦେଉଥିବା ବେଳେ ଏହା ତତ୍କାଳ ବନ୍ଦ ପାଇଁ ନିର୍ଦ୍ଦେଶ ଜାରି ହୋଇଛି। ପୂର୍ବରୁ ଯୋଗାଣ ପ୍ରକ୍ରିୟାରେ ବି ଯେଉଁ ଅସ୍ତ୍ରଶସ୍ତ୍ର ପହଞ୍ଚିବାର ଥିଲା ତାହାକୁ ମଧ୍ୟ ପୋଲାଣ୍ଡରେ ଅଟକାଇ ଦିଆଯାଇଛି। ହ୍ବାଇଟ୍ ହାଉସ୍‌ର ଜଣେ ଅଧିକାରୀ କହିଛନ୍ତି ଯେ ତିନି ବର୍ଷରୁ ଅଧିକ ସମୟ ଧରି ଚାଲିଥିବା ଯୁଦ୍ଧର ଅନ୍ତ ଘଟାଇବା ପାଇଁ ଟ୍ରମ୍ପଏକ ଶାନ୍ତି ଚୁକ୍ତିରେ ପହଞ୍ଚିବା ଉପରେ ଧ୍ୟାନ ଦେଉଛନ୍ତି। ସେ ଚାହୁଛନ୍ତି ଜେଲେନସ୍କି ଏହି ଲକ୍ଷ୍ୟ ପ୍ରତି ପ୍ରତିଶ୍ରୁତିବଦ୍ଧ ହୁଅନ୍ତୁ। ତେଣୁ ଚାପ କୌଶଳ ଅବଲମ୍ବନ କରି ଆମେରିକା ଏହାର ସହାୟତା ବନ୍ଦ କରି ପରିସ୍ଥିତି ଉପରେ ନଜର ରଖିଛି।

    ହ୍ୱାଇଟ୍ ହାଉସ୍‌ର ଅନ୍ୟ ଜଣେ ଅଧିକାରୀ କହିଛନ୍ତି, ସମସ୍ତ ସାମରିକ ଉପକରଣ ଉପରେ ଏହି କଟକଣା ଲାଗୁ ହୋଇଛି। ଟ୍ରମ୍ପ୍ ଜେଲେନସ୍କିଙ୍କ ଖରାପ ଆଚରଣର ସିଧାସଳଖ ଜବାବ ଦେଉଛନ୍ତି ବୋଲି ଅଧିକାରୀ ଜଣକ କହିଛନ୍ତି। ଯଦି ଜେଲେନସ୍କି ୟୁକ୍ରେନରେ ଯୁଦ୍ଧ ଶେଷ କରିବା ପାଇଁ ଆଲୋଚନା ଲାଗି ନୂତନ ପ୍ରତିବଦ୍ଧତା ପ୍ରଦର୍ଶନ କରନ୍ତି ତେବେ ଏହି କଟକଣା ହଟିପାରେ। ଟ୍ରମ୍ପ ପ୍ରଶାସନର ଏହି କଟକଣା ଯୋଗୁଁ ୟୁକ୍ରେନକୁ ଆଣ୍ଟି ଟ୍ୟାଙ୍କ ଅସ୍ତ୍ରଶସ୍ତ୍ର, ହଜାର ହଜାର ଆର୍ଟିଲେରି ରାଉଣ୍ଡ ଓ ରକେଟ୍ ଭଳି ଗୁରୁତ୍ୱପୂର୍ଣ୍ଣ ଯୁଦ୍ଧାସ୍ତ୍ର ରପ୍ତାନି ଉପରେ ରୋକ୍ ଲାଗିଛି। ରାଷ୍ଟ୍ରପତି ଟ୍ରମ୍ପ ମସ୍କୋ ସହ ସମ୍ପର୍କ ପୁନରୁଦ୍ଧାର କରିବା ଏବଂ ୟୁକ୍ରେନରେ ଯୁଦ୍ଧ ବନ୍ଦ କରିବାକୁ ଚାହୁଥିବାରୁ ରୁଷ୍‌ ଉପରେ ଲଗାଯାଇଥିବା ପୂର୍ବ କଟକଣା ହଟାଇବା ପାଇଁ ଆମେରିକା ଏକ ଯୋଜନା ପ୍ରସ୍ତୁତ କରୁଛି। ୨୦୨୨ରେ ୟୁକ୍ରେନ ଉପରେ ଆକ୍ରମଣ ପରେ ରୁଷ୍ ଉପରେ ଆମେରିକାର ପ୍ରତିବନ୍ଧକ ମଧ୍ୟରେ ଦେଶର ବିଶାଳ ତୈଳ ଓ ଗ୍ୟାସ ଶିଳ୍ପରୁ ରାଜସ୍ୱ ସୀମିତ କରିବା ଏବଂ ଯୁଦ୍ଧ ପାଇଁ ପାଣ୍ଠି ଯୋଗାଣ କରିବାର କ୍ଷମତାକୁ ଦୁର୍ବଳ କରିବା ଉଦ୍ଦେଶ୍ୟରେ ପଦକ୍ଷେପ ନିଆଯାଇଥିଲା। ଏହା ରୁଷ୍‌କୁ ବିଶେଷ ପ୍ରଭାବିତ କରିଥିଲା।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    26.3 ° C
    26.3 °
    26.3 °
    67 %
    0.4kmh
    51 %
    Fri
    40 °
    Sat
    41 °
    Sun
    41 °
    Mon
    40 °
    Tue
    36 °

    ସମ୍ବନ୍ଧିତ