Monday, March 16, 2026
26 C
Odisha

    ରୋହିତ ଶର୍ମା ଯିବେ ପାକିସ୍ତାନ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ଆସନ୍ତା ମାସ ୧୯ରୁ ଆରମ୍ଭ ହେବ ଚାମ୍ପିଅନ୍ସ ଟ୍ରଫି। ଏହି ପ୍ରତିଯୋଗିତାର ଉଦ୍‌ଘାଟନୀ ଉତ୍ସବ ଫେବ୍ରୁଆରି ୧୬ କିମ୍ବା ୧୭ରେ ପାକିସ୍ତାନରେ ଅନୁଷ୍ଠିତ ହେବ। ଭାରତ ପ୍ରତିଯୋଗିତାରେ ଭାଗ ନେବାକୁ ପାକିସ୍ତାନକୁ ଯିବନି ବୋଲି ମନା କରିବାରୁ ଏହା ହାଇବ୍ରିଡ୍ ଡେଲ୍‌ରେ ପାକିସ୍ତାନ ଓ ଦୁବାଇରେ ଅନୁଷ୍ଠିତ ହେବ।ଭାରତର ତା’ର ସମସ୍ତ ମ୍ୟାଚ୍ ଦୁବାଇରେ ଖେଳିବା । ଏପରିକି ଫାଇନାଲ୍‌ରେ ପହଞ୍ଚିଲେ ପହଞ୍ଚି ଏହା ମଧ୍ୟ ଦୁବାଇରେ ହେବ ବୋଲି ସ୍ଥିର ହୋଇଛି। କିନ୍ତୁ ଉଦ୍‌ଘାଟନୀ ସମାରୋହ ଆୟୋଜକ ପାକିସ୍ତାନ କରିବ ବୋଲି ପ୍ରାୟ ନିଶ୍ଚିତ ହୋଇଛି। ଏଥିରେ ପ୍ରତି ଦଳର ଅଧିନ ଅଧିନାୟକ ଓ ଖେଳାଳି ଯୋଗ ଦେବେ ଏଥିସହ ଅଧିନାୟକମାନଙ୍କ ଫଟୋ ସୁଟ୍ ମଧ୍ୟ ଅନୁଷ୍ଠିତ ହେବ। ସୁରକ୍ଷା ଦୃଷ୍ଟିରୁ ପାକିସ୍ତାନକୁ ଯିବାକୁ ଭାରତୀୟ ଖେଳାଳିଙ୍କୁ ଭାରତ ସରକାର ଅନୁମତି ଦେଉ ନଥିବାରୁ ଭାରତୀୟ ଅଧିନାୟକ ରୋହିତ ଶର୍ମାଙ୍କ ଗସ୍ତ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି।ପ୍ରତିଯୋଗିତା ପୂର୍ବ ଇଭେଣ୍ଟ୍ ଲାଗି ସମସ୍ତ ଅଧିନାୟକ ସହ ଖେଳାଳି ଓ ଦଳୀୟ ଅଧିକାରୀଙ୍କ ପାଇଁ ପାକିସ୍ତାନ କ୍ରିକେଟ୍ ବୋର୍ଡ (ପିସିବି) ଭିସା ଲାଗି ସରକାରଙ୍କୁ ଅନୁରୋଧ କରିଛି। ଏଥିରେ ରୋହିତଙ୍କ ସହ ଅନ୍ୟ ଭାରତୀୟ ଖେଳାଳି ଓ ଅଧିକାରୀଙ୍କ ନାଁ ରହିଛି। ପିସିବି ଏଥିସହ ଆଇସିସିକୁ କହିଛି ଯେ ଉଦ୍‌ଘାଟନୀ ସମାରୋହ ପାକିସ୍ତାନରେ ହେବ ଏବଂ ସମସ୍ତ ଦଳର ଅଧିନାୟକ ଯୋଗଦେବେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    26 ° C
    26 °
    26 °
    41 %
    2.1kmh
    98 %
    Sun
    26 °
    Mon
    37 °
    Tue
    38 °
    Wed
    37 °
    Thu
    36 °

    ସମ୍ବନ୍ଧିତ